Indus Valley Times

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”

 Breaking News

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”

ପ୍ରକୃତି କୋଳରେ ବର୍ଷା କାଳୀନ ସାହିତ୍ୟ ଆସର “ମେଘ ମହ୍ଲାର”
August 25
20:20 2025

ବିଶ୍ୱ ଭୂଷଣ ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼, ୨୫/୮ : ଓଡ଼ଗାଁ ବ୍ଲକ ଅନ୍ତର୍ଗତ ବୁଢାବୁଢ଼ିଆଣି ନିକଟସ୍ଥ ପ୍ରକୃତିର ବରଦାନ ବରକନ୍ୟା ଝରଣାଠାରେ ନୟାଗଡ଼ ଜିଲା ଲେଖକ ପରିଷଦ ଓ ନୟାଗଡ଼ ଦର୍ପଣ ପରିବାରର ମିଳିତ ଆନୁକୂଲ୍ୟରେ ବର୍ଷା କାଳୀନ ସାହିତ୍ୟ ଆସର ‘ମେଘ ମହ୍ଲାର’ ଅନୁଷ୍ଠିତ ହୋଇଯାଇଛି।
ନୟାଗଡ଼ ଜିଲ୍ଲାର ପ୍ରାୟ ଶତାଧିକ ପ୍ରତିଭାଧାରୀ ସାହିତ୍ୟର ସୃଜନଶୀଳ ସ୍ରଷ୍ଟାମାନେ ଯୋଗଦେଇଥିଲେ। ଗଳ୍ପ, କବିତା, ସଙ୍ଗୀତ ଓ ବ୍ୟଙ୍ଗ ଚତୁଃଧାରାର ମଧୁର ମିଳନରେ ପ୍ରେମ ଭକ୍ତି ରୋମାଞ୍ଚକର କବିତା ଗଳ୍ପ ଓ ସଙ୍ଗୀତର ଭାବମୟ ପରିବେଶ ସ୍ମୃତି ଓ ବିସ୍ମୃତିର ସନ୍ଧିକ୍ଷଣରେ ଉପସ୍ଥିତ ସମସ୍ତ କବି ମନପ୍ରାଣରେ ସୃଷ୍ଟି ହୋଇଥିଲା ଅପାର ଆନନ୍ଦ।
ଏହି ଅବସରରେ ସ୍ଵର୍ଗତ ପଣ୍ଡିତ ଚନ୍ଦ୍ରମଣି ପ୍ରଧାନଙ୍କ ଦ୍ଵାରା ରଚିତ ‘ଜହ୍ନର ମନ’ ଏବଂ ‘ରାଧାକୃଷ୍ଣ ଭାରତୀ’ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଥିଲା।କବି ନିଳୀମା ନନ୍ଦ, କ୍ଷଣପ୍ରଭା କର, ସ୍ମିତା ସ୍ଵାଇଁ, ଯଶୋବନ୍ତ ପଟ୍ଟନାୟକ କବିତା ଗୁଡ଼ିକୁ ସଂଯୋଜନା କରିଥିବା ବେଳେ ଗୋପୀନାଥ ସେଠୀ ଗଳ୍ପ, ପ୍ରଶାନ୍ତ ଦାଶ ସଙ୍ଗୀତ ଏବଂ ବ୍ୟଙ୍ଗକବି ରବୀନ୍ଦ୍ର କୁମାର ମହାପାତ୍ର ବ୍ୟଙ୍ଗ ଆସରକୁ ସଂଯୋଜନା କରିଥିଲେ। ଜିଲ୍ଲା ଲେଖକ ପରିଷଦ ତରଫରୁ ବୋଲଗଡ଼ ଏକ୍ସପ୍ରେସ ବ୍ରଜ ସୁବୁଦ୍ଧି, ଯୁବ ସାମ୍ବାଦିକ ଯଯାତି କେଶରୀ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଥିଲା।
ଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନ ବୃନ୍ଦାବନ ମହାପାତ୍ର ଏବଂ ନୟାଗଡ଼ ଦର୍ପଣର ପ୍ରତିଷ୍ଠାତା ଗୀତିକଳ୍ପ ହରିଶ୍ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସମସ୍ତ କାର୍ଯ୍ୟ ଲେଖକ ପରିଷଦର ସମ୍ପାଦକ ଶେଖ୍ ଅବଦୁଲ ଖାଲିକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031