Indus Valley Times

ପ୍ରଥମ ଭାରତୀୟ ଭାବେ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରେୟା

 Breaking News

ପ୍ରଥମ ଭାରତୀୟ ଭାବେ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରେୟା

ପ୍ରଥମ ଭାରତୀୟ ଭାବେ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି ଶ୍ରେୟା
May 28
22:41 2022

ଝାରସୁଗୁଡ଼ା,୨୮/୫: ଝାରସୁଗୁଡାର ଝିଅ ଶ୍ରେୟା ଲେଙ୍କା(୧୮) ଏବେ ଏବେ ସାତ ସମୁଦ୍ର ପାରିହୋଇ ସୁନାମଧ୍ୟନ୍ୟ କେ ପପ୍ଗ୍ରୁପ୍ରେ ସ୍ଥାନ ପାଇବା ପାଇଁ ଅନୁଷ୍ଠିତ ହୋଇଥିବା ଶେଷ ପ୍ରତିଯୋଗିତାରେ ସଫଳତା ହାସଲ କରି ପ୍ରଥମ ଭାରତୀୟ କେ ପପ୍ କଳାକାର ହେବାର ଗୌରବ ଅର୍ଜନ କରିଛନ୍ତି।
ଏହି ପ୍ରତିଯୋଗିତାରେ ଶ୍ରେୟା ସାରା ପୃଥିବୀର ଚାରି ହଜାର ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହୋଇ ସେ କେ ପପ୍ ଗୃପର ବ୍ଲାକ ସ୍ୱାନର ପଂଚମ ସଦସ୍ୟ ହୋଇଛନ୍ତି। ଶ୍ରେୟା ବ୍ରାଜିଲର ଗାବ୍ରିଏଲା ଡାଲସିନଙ୍କ ସହିତ ପ୍ରତିଯୋଗିତା କରୁଥିଲେ । ଜଣେ ତାଲିମପ୍ରାପ୍ତ ନୃତ୍ୟଶିଳ୍ପୀ, ଗାୟକ ଏବଂ ଯୋଗ ଅଭ୍ୟାସକାରୀ ଶ୍ରେୟାଙ୍କୁ ଦକ୍ଷିଣ କୋରିଆର କୋରିଆ ମ୍ୟୁଜିକ୍ ଲେବଲ୍ ଡିଆର୍ ମ୍ୟୁଜିକ୍ ଏଣ୍ଟରଟେନମେଣ୍ଟ ଦ୍ୱାରା ତାଲିମ ଦିଆଯାଉଥିଲା।
କୋରିଆ ମ୍ୟୁଜିକ୍ ଲେବଲ ଡିଆର୍ ମ୍ୟୁଜିକ୍ ଦ୍ୱାରା ଶ୍ରେୟା ଏକମାତ୍ର ଏସୀୟ । ଗତ ବର୍ଷ ଡିସେମ୍ବରରୁ ଦୁଇ ମାସର ତାଲିମ୍ ଅବଧି ଆରମ୍ଭ କରିବା ପାଇଁ ଭାରତୀୟ ପ୍ରଶିକ୍ଷକ ଭାବେ ଶ୍ରେୟା ଏବଂ ବ୍ରାଜିଲର ପ୍ରଶିକ୍ଷକ ଭାବେ ଗାବ୍ରିଏଲା ଡାଲସିନ୍ଙ୍କୁ ମନୋନୀତ କରାଯାଇଥିଲା । ଶ୍ରେୟା ଦକ୍ଷିଣ କୋରିଆରେ ରହି କୋରିଆ ଭାଷା ଶିଖିବା ସହିତ ଅନେକ ଜିନିଷ ପାଇଁ ତାଲିମ ନେଉଛନ୍ତି ।
ଏହି ସଫଳତା ପାଇବା ପରେ ତାଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି । ତାଙ୍କ ପିତା ଅବିନାଶ ଲେଙ୍କା ଏକ ଘରୋଇ କମ୍ପାନିରେ କାର‌୍ୟ୍ୟ କରୁଥିବା ବେଳେ ମା’ ପ୍ରିୟା ଲେଙ୍କା ଜଣେ ଗୃହିଣୀ ଅଟନ୍ତି। ଶ୍ରେୟା ଝାରସୁଗୁଡ଼ା ଡିଏଭି ସ୍କୁଲରୁ ୨୦୨୦ରେ ମେଟ୍ରିକ ପାସ ପରେ କୋଭିଡ ସମସ୍ୟା ଓ ତାଲିମ ଯୋଗୁଁ କଲେଜରେ ଗୋଟିଏ ବର୍ଷ ପାଠ ପଢ଼ା ବାଧାପ୍ରାପ୍ତ ହୋଇଥିଲା । ଗତବର୍ଷ ସେ ଝାରସୁଗୁଡ଼ା ମହିଳା କଲେଜରେ ଯୁକ୍ତ ଦୁଇରେ ନାମ ଲେଖାଇଥିବା ଜଣାଯାଇଛି।
ଶ୍ରେୟା ନୃତ୍ୟ ଏବଂ ଯୋଗରେ ବେଶ୍ ପାରଙ୍ଗମ। ସେଥିପାଇଁ ସେ ଜାତୀୟ ତଥା ଆଂଚଳିକ ସ୍ତରର ବିଭିନ୍ନ ପ୍ରତିଯୋଗିତାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶାସ୍ତ୍ରୀୟ ଓଡ଼ିଶୀରୁ ନୃତ୍ୟ ଆରମ୍ଭ କରିଥିବା ଶ୍ରେୟା ୫ବର୍ଷ ପୂର୍ବେ ରାଉରକେଲା ଠାରେ ନୃତ୍ୟ ଶିକ୍ଷା ପାଇଁ ନାମ ଲେଖାଇଥିଲେ । ପରେ ବିଭିନ୍ନ ଗୁରୁଙ୍କ ସଂସ୍ପର୍ଶରେ ଆସି ଭିନ୍ନ ଭିନ୍ନ ଆଧୁନିକ ନୃତ୍ୟ ଶିକ୍ଷା କରିଥିଲେ । ଏହି ପ୍ରତିଯୋଗିତାରେ କଣ୍ଠସ୍ୱରକୁ ମାର୍ଜିତ କରିବା ଲାଗି ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛନ୍ତି । ଏହି ସଫଳରତା ପାଇଁ ତାଙ୍କ ପରିବାର ସଦସ୍ୟ ତଥା ଶିକ୍ଷକ ପ୍ରବୀଣ ବାର୍ଲା ବହୁ ପରିଶ୍ରମ କରିଥିବା ଶ୍ରେୟାଙ୍କ ପିତା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031