Indus Valley Times

ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡି ଘାଣ୍ଟିଲା ୧୮ ଘଣ୍ଟା; କହିଲେ- କିଛି ପଚରାଯାଇନି

 Breaking News

ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡି ଘାଣ୍ଟିଲା ୧୮ ଘଣ୍ଟା; କହିଲେ- କିଛି ପଚରାଯାଇନି

ପ୍ରଫୁଲ୍ଲ ସାମଲଙ୍କ ପୁଅକୁ ଇଡି ଘାଣ୍ଟିଲା ୧୮ ଘଣ୍ଟା; କହିଲେ- କିଛି ପଚରାଯାଇନି
March 06
11:24 2024

ଭୁବନେଶ୍ବର,୬/୩: ବରପଦା ଇଞ୍ଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହୋଇଥିବା ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ପ୍ରାୟ ୧୮ ଘଣ୍ଟାର ଜେରା କରାଯାଇଥିଲା। ଆଜି ଭୋର ସାଢ଼େ ୪ଟାରେ ପ୍ରୟାସକାନ୍ତି ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡି ୧୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରୟାସକାନ୍ତିଙ୍କୁ ପ୍ରଶ୍ନବାଣରେ ଘାଇଲା କରିଥିବାର ସୂଚନା ମିଳିଥିଲେ ବି ଏହାକୁ ଖଣ୍ଡନ କରିଛନ୍ତି ପ୍ରୟାସକାନ୍ତି ସାମଲ। ସେ କହିଛନ୍ତି, ମୋତେ କିଛି ପଚରାଯାଇନି।
ସୂଚନାଯୋଗ୍ୟ, ଗତକାଲି ଦିନ ୧୦ଟାରେ ଇଡିରେ ହାଜର ହୋଇଥିଲେ ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲ। ବରପଦା ଇଞ୍ଜିନିୟରିଂ କଲେଜ ଜମି ମାମଲାରେ ଜେରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ସେ। ପ୍ରଫୁଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡିରେ ହାଜର ହେବାକୁ ନୋଟିସ୍ ହୋଇଥିଲା। ଆଗରୁ ପ୍ରଫୁଲ ସାମଲ ଇଡିରେ ହାଜର ହୋଇଥିଲେ।
ବରପଦା ଇଂଜିନିୟରିଂ କଲେଜ ଜମି ଦୁର୍ନୀତି ମାମଲାରେ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲା । ଭୁବନେଶ୍ୱର ଓ ଭଦ୍ରକର ଏକାଧିକ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଟିମ୍ ଚଢ଼ଉ କରିଥିଲେ। ଏହି ସମୟରେ ଗୋଟିଏ କାର ସହ ୯ଲକ୍ଷ ଟଙ୍କା ଜବତ କରିଥିଲା ଇଡି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031