Indus Valley Times

ପ୍ଲାଜମା ଦାନ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇ ଜଣ ବ୍ୟକ୍ତି

 Breaking News

ପ୍ଲାଜମା ଦାନ କଲେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଦୁଇ ଜଣ ବ୍ୟକ୍ତି

August 10
20:26 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୦/୮: ସାରା ବିଶ୍ବରେ କରୋନା ମହାମାରୀ କାୟା ବିସ୍ତାର କରିବାରେ ଲାଗିଥିବା ବେଳେ ଆମ ରାଜ୍ୟ ଓଡ଼ିଶା ମଧ୍ୟ କରୋନା ମହାମାରୀ ର ସାମ୍ନା କରୁଛି । ଏହି ସମୟରେ ପ୍ଲାଜମା ଥେ ରାପି କରୋନା ମୁକାବିଲା ପାଇଁ ଆଶାର କିରଣ ହୋଇଛି। କରୋନା ରୋଗୀ ସୁସ୍ଥ ହେବା ପରେ ତାଙ୍କ ଶରୀରରେ ସୃଷ୍ଟି ହୋଇଥିବା ଆଣ୍ଟି ବଡ଼ି ପ୍ଲାଜମା ଜରିଆରେ ଅନ୍ୟ ଜଣେ କରୋନା ଆକ୍ରାନ୍ତ ଙ୍କ ଶରୀରରେ ପ୍ରବେଶ କରାଇବାକୁ ପ୍ଲାଜମା ଥେ ରାପି କୁହାଯାଏ।
ପ୍ଲାଜମା ଥେରାପି ଆଶାର କିରଣ ସୃଷ୍ଟି କରୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ରୁ ଦୁଇ ଜଣ ପ୍ଲାଜମା ଦାନ କରିଛନ୍ତି।ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାରପଲ୍ଲୀ ପଞ୍ଚାୟତ ସୁଣ୍ଡିଝୋଲା ଗ୍ରାମର ରାଜ୍ କିଶୋର ସାହୁ ଏବଂ ମାଳିସାହି ପଞ୍ଚାୟତ ଉମାକାନ୍ତ ତ୍ରିପାଠୀ କଟକ ଏସ ସି ବି ମେଡିକାଲ୍ ରେ ପ୍ଲାଜମା ଦାନ କରିଥିଲେ।


ପ୍ଲାଜମା ଦାନ କରିଥିବା ଦୁଇ ବ୍ୟକ୍ତିଙ୍କ ଯାତାୟାତ ,ରହିବା ,ଖାଦ୍ୟ ,ପାନୀୟ ସମସ୍ତ ବ୍ୟବସ୍ଥା ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ସୁଚାରୁ ରୂପେ କରିଥିବା ସହ ମେଡିକାଲ୍ ରେ ଉପସ୍ଥିତ ଥିବା ପ୍ଳାଜମା ଦାନ କରିଥିବା ଦୁଇ ଜଣ ବ୍ୟକ୍ତି କହିଛନ୍ତି । ପ୍ଲାଜମା ଦାନ କରିବା ଦ୍ୱାରା ଶରୀରରେ କୌଣସି କ୍ଷତି ହୋଇ ନଥାଏ ତେଣୁ କରୋ ନା ଭଳି ଏଭଳି ପରିସ୍ଥିତିରେ ମୂଖ୍ୟମନ୍ତ୍ରୀ ଙ୍କ ଆହ୍ବାନ କୁ ସ୍ବୀକାର କରି ପ୍ଲାଜମା ଦାନ କରିବା କୁ ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତ ବ୍ୟକ୍ତି ଆଗେଇ ଆସିବା ଏହା ଆମର ଏହା ଏକ ମହତ୍ କାର‌୍ୟ୍ୟ ହେବ ବୋଲି ପ୍ଲାଜମା ଦାନ କରିଥିବା ବ୍ୟକ୍ତି ଦୁଇ ଜଣ କହିଛନ୍ତି।
ରାଜ୍ୟ ସରକାରଙ୍କ ଦ୍ଵାରା କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଏବଂ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଉପସ୍ଥିତିରେ ପ୍ଲାଜମା ଦାନ କରିଥିବା ଦୁଇ ଜଣ ବ୍ୟକ୍ତିଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା। ପ୍ଲାଜମା ଦାନ ପାଇଁ ସିଙ୍ଗାର ପଲ୍ଲୀ ପୂର୍ବତନ ସରପଞ୍ଚ ମୁରଲୀ ଜେନା ବହୁତ୍ ସହଯୋଗ କରିଥିବା ଜଣାପଡଛି।ଆଗାମୀ ଦିନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରୁ ଅଧିକ ବ୍ୟକ୍ତି ପ୍ଳାଜମା ଦାନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ କରୋନା ମୁକାବିଲା ଏବଂ ପ୍ଲାଜମା ଥେ ରାପି କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହେବ ବୋଲି ଦଶପଲ୍ଲା ବିଧାୟକ ଶ୍ରୀ ବେହେରା କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031