Legatus

ଫକୀରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ତାଲା ପକାଇଲା ଗ୍ରାମବାସୀ

 Breaking News

ଫକୀରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ତାଲା ପକାଇଲା ଗ୍ରାମବାସୀ

October 14
09:19 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୪/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସାମ୍ପଚ ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବି କରି ଶୁକ୍ରବାର ଦିନ ଗ୍ରାମବାସୀମାନେ ତାଲା ପକାଇଛନ୍ତି ।
ସୂଚନା ଅନୁଯାଇ ହରଭଙ୍ଗା ବ୍ଲକ ସାମ୍ପଚ ପଞ୍ଚାୟତ ଅନ୍ତର୍ଗତ ଫକୀରପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ୮ ଟି ଶ୍ରେଣୀରେ ୧୦୬ ଜଣ ଛାତ୍ରଛାତୀ ପଢୁଥିବା ବେଳେ ପ୍ରାଧନ ଶିକ୍ଷକଙ୍କ ସମେତ ମାତ୍ର ୩ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି ।
ଫଳରେ ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି ।ଶିକ୍ଷକ ଅଭାବ କୁ ନେଇ ଉଚ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶିକ୍ଷକ ନିଯୁକ୍ତି ହେଉନ ଥିବାରୁ ଗ୍ରାମବାସୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଛାତ୍ର ଛାତ୍ରୀ, ଅଭିଭାବକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନେ ସ୍କୁଲ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।
ଗାଁର ସରକାରୀ ଜମି ଚିହ୍ନଟ ଦାବିକଲେ ଗ୍ରାମବାସୀ
ବୌଦ୍ଧ,୧୪/୧୦: ବୌଦ୍ଧ ତହସିଲ ରାଉତମୁଣ୍ଡା ଗ୍ରାମରେ ଅନେକ ସରକାରୀ ଜମି ରହିଛି। ସେଗୁଡ଼ିକୁ ଗାଁର କିଛି ମୁଷ୍ଟିମେୟ ବ୍ୟକ୍ତି କବ୍ଜା କରି ରଖିଛନ୍ତି। ସେଗୁଡ଼ିକୁ ଚିହ୍ନଟ କରି ବେଦଖଲ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
ପୂର୍ବରେ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ମୁଣ୍ଡାପଡ଼ା ଆରଆଇଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଫଳରେ ଶୁକ୍ରବାର ଆସି ପୁନର୍ବାର ଅଭିଯୋଗ କରିଛନ୍ତି।
ଫୁରୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା
ବୌଦ୍ଧ,୧୪/୧୦: ବୌଦ୍ଧ ଜିଲ୍ଲା ଟିକର ପଡ଼ା ପଂଚାୟତର ଫୁରୁଡ଼ା ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇ ଧାରଣା ରେ ବସିଛନ୍ତି ଗ୍ରାମବାସୀ। ସୂଚନା ମତେ, ଫୁରୁଡା ଅଙ୍ଗନୱାଡ଼ି କେନ୍ଦ୍ରର ଅଙ୍ଗନୱାଡ଼ି କର୍ମୀ ପିଲାଙ୍କୁ ଅଣ୍ଡା ଦେଉନଥିବା ବେଳେ ଠିକ୍ ସମୟରେ କେନ୍ଦ୍ର କୁ ଆସୁ ନାହାନ୍ତି ।
ଏହାକୁ ନେଇ ଗ୍ରାମବାସୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଆଜି ଗ୍ରାମବାସୀମାନେ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲା ପକାଇଛନ୍ତି। ଖବର ପାଇ ବୌଦ୍ଧ ପୁଲିସ ଘଟଣା ସ୍ଥଳରେ ପହଁଚି ଆନ୍ଦୋଳନ କରି ଙ୍କୁ ବୁଝାସୁଝା କରିବା ପରେ ଗ୍ରାମବାସୀ ତାଲା ଖୋଲିଥିବା ଜଣାପଡିଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930