Indus Valley Times

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍, ନିପ୍ ଅନୁସାରେ ନୂଆ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ

 Breaking News

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍, ନିପ୍ ଅନୁସାରେ ନୂଆ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ

ବଦଳିବ ସ୍କୁଲ ପିଲାଙ୍କ ସିଲାବସ୍, ନିପ୍ ଅନୁସାରେ ନୂଆ ପାଠ୍ୟକ୍ରମର ଢାଞ୍ଚା ପ୍ରସ୍ତୁତ ହେବ
March 22
18:43 2025

ଭୁବନେଶ୍ୱର,୨୨/୩ : ନୂଆ ସିଲାବସ୍ ଅନୁସାରେ ପାଠ ପଢିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍ ଲାଗୁହେବ । ଏ ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ, \” ‘ଘଋଚ ଲାଗୁ ପରେ ସିଲାବସ୍ ପରିବର୍ତ୍ତନ ପାଇଁ କମିଟି ହୋଇଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ୨୦୨୬-୨୭ ଶିକ୍ଷା ବର୍ଷରେ ନୂଆ ସିଲାବସ୍ ହେବ । ଭାଷା, ସଂସ୍କୃତି, ଐତିହ୍ୟକୁ ଆଧାର କରି ନୂଆ ସିଲାବସ୍ ପ୍ରସ୍ତୁତ କରାଯିବ ।
ନୂଆ ସିଲାବସ୍ ପାଇଁ ଏକ କମିଟି ଯାଞ୍ଚ କରୁଛନ୍ତି, ଯାହା ଠିକ ହେବ ତାହା ସିଲାବସ୍ ରେ ସ୍ଥାନ ପାଇବ । ରାଜ୍ୟରେ ନୂଆ ସିଲାବସ୍ ଅନୁସାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର‌୍ୟ୍ୟନ୍ତ ଛାତ୍ରଛାତ୍ରୀ ପାଠ ପଢିବେ । ରାଜ୍ୟର ସ୍କୁଲରେ ପିଲାଙ୍କ ପ୍ରଥମ ଶ୍ରେଣୀର ନାମଲେଖା ପାଇଁ ସେପ୍ଟେମ୍ବର ପହିଲା ସୁଦ୍ଧା ୬ ବର୍ଷ ହେବା ଜରୁରୀ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । କେହି ପିଲା ଯେମିତି ଏଥିରୁ ବାଦ ନ ପଡିବେ ସେଥିପାଇଁ ମଧ୍ୟ ଦୃଷ୍ଟି ଦିଆଯିବ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031