Indus Valley Times

ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ

 Breaking News

ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ

ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ
December 20
15:54 2020

୧୯।୧୨: ପରିବେଶ ମଞ୍ଜୁରୀ ମିଳିନଥିବା କାରଣ ଦର୍ଶାଇ ବନ୍ଦ ହୋଇପାରେ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ। ଫଳରେ ଶହ ଶହ ସଂଖ୍ୟାରେ ଲୋକ ରୋଜଗାର ହରାଇବାର ଆଶଙ୍କା ସୃଷ୍ଟି ହୋଇଛି। ତୁରନ୍ତ ପରିବେଶ ମଞ୍ଜୁରୀ ଦେବା ସହ ପ୍ଲାଣ୍ଟ କାର‌୍ୟ୍ୟକ୍ଷମ କରିବା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ସହ ଅର୍ଥନୈତିକ ଅବରୋଧ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭାରତୀୟ ମଜଦୂର ସଙ୍ଘ।
ଡିସେମ୍ବର ୩୧ ପରେ ହୋଇପାରେ ତାଳଚେରର ସର୍ବପୁରାତନ ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ। ପରିବେଶ ମଞ୍ଜୁରୀଗତ କାରଣ ଦର୍ଶାଇ ବନ୍ଦ ହେବ ବୋଲି ଆଶଙ୍କା କରିଛନ୍ତି ଭାରତୀୟ ମଜଦୂର ସଙ୍ଘ। ତେଣୁ ଆଜି ଏକ ପ୍ରେସମିଟ ମାଧ୍ୟମରେ ସାମ୍ବାଦିକ ସମ୍ମିଳନୀରେ ଏହାର ସୂଚନା ଦେଇଛି ସଂଘ। ଏଥି ସହିତ ଏହି ପ୍ଲାଣ୍ଟ ବନ୍ଦ ହେଲେ ପାଖାପାଖି ୧୮୦୦ ଠିକା ଶ୍ରମିକ ସ୍ଥାୟୀ ଶ୍ରମିକ କାମ ହରାଇବେ। ଆଖପାଖ ଗାଁରେ ପାରିପାର୍ଶ୍ବିକ ଉନ୍ନତି କାମ ଠପ ହୋଇଯିବ। ବ୍ୟାପାର ବାଣିଜ୍ୟ ମଧ୍ୟ ବନ୍ଦ ହୋଇଯିବ ବୋଲି ସଂଘ କହିଛି।
ତେଣୁ ସରକାର ତୁରନ୍ତ ପରିବେଶ ମଞ୍ଜୁରୀ ପ୍ରଦାନ କରି ନୂତନ ପ୍ଲାଣ୍ଟ ନିର୍ମାଣ କରିବା ପାଇଁ ସଂଘ ଦାବି କରିଛି। ନଚେତ୍ ଆଗାମୀ ଜାନୁୟାରୀ ୧ ତାରିଖରୁ ସଂଘ ରାଜରାସ୍ତାକୁ ଓହ୍ଲାଇବ। ଅର୍ଥନୈତିକ ଅବରୋଧ କରିବା ସହ ପ୍ଲାଣ୍ଟ ଗେଟ୍ ଆଗରେ ଧାରଣା ଦେବ ବୋଲି ଚେତାବନୀ ଦେଇଛନ୍ତି।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031