Indus Valley Times

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟିନେଲେ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା

 Breaking News

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟିନେଲେ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା

ବନ୍ଧୁକ ମୁନରେ ବ୍ୟାଙ୍କରୁ ଲୁଟିନେଲେ ୫ କୋଟିର ସୁନା ଓ ୮ ଲକ୍ଷ ଟଙ୍କା
January 19
18:18 2026

କେନ୍ଦୁଝର,୧୯/୧ : କେନ୍ଦୁଝର ଜିଲା ବଡ଼ବିଲସ୍ଥିତ ବ୍ୟାଙ୍କ ଅଫ ମହାରାଷ୍ଟ୍ର ଶାଖାରୁ ସୋମବାର ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ୱୃତ୍ତମାନେ ବ୍ୟାଙ୍କରେ ପଶି କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ୫ କୋଟିରୁ ଊଦ୍ଧର୍‌ବ ଟଙ୍କାର ସୁନା ଅଳଙ୍କାର ସହ ୮ଲକ୍ଷ ନଗଦ ଟଙ୍କା ଲୁଟି ନେଇଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ମୁତାବକ, ୫ଟି ବାଇକ୍‌ରେ ୬ଜଣ ଦୁର୍ୱୃତ୍ତ ଆସି ବ୍ୟାଙ୍କରେ ପଶି ଥିଲେ। ପରେ ଦୁର୍ୱୃତ୍ତମାନେ ଧରିଥିବା ବନ୍ଧୁକ ବାହାର କରି ବ୍ୟାଙ୍କ କର୍ମଚାରୀଙ୍କ ମୁଣ୍ଡରେ ବନ୍ଧୁକ ରଖି ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ।
ଏପରିକି ଦୁର୍ୱୃତ୍ତମାନେ ବ୍ୟାଙ୍କରେ ଥିବା ଗ୍ରାହକଙ୍କୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ।ପରବର୍ତ୍ତି ସମୟରେ ଦୁର୍ୱୃତ୍ତମାନେ ବ୍ୟାଙ୍କରୁ ୫ କୋଟିରୁ ଊଦ୍ଧର୍‌ବ ଟଙ୍କାର ସୁନା ଅଳଙ୍କାର ସହ ୫ ଲକ୍ଷ ନଗଦ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031