Indus Valley Times

ବରିଷ୍ଠ ବୈଜ୍ଞାନିକ ଡ଼ଃ ରାଜକିଶୋର ପରମଗୁରୁ ସମ୍ବର୍ଦ୍ଧିତ

 Breaking News

ବରିଷ୍ଠ ବୈଜ୍ଞାନିକ ଡ଼ଃ ରାଜକିଶୋର ପରମଗୁରୁ ସମ୍ବର୍ଦ୍ଧିତ

March 30
08:36 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା ,୩୦/୩ : ଖୋର୍ଦ୍ଧା ଜେମାଦେଈ ଠାରେ ୧୯୪୮ ମସିହାରେ ଜନ୍ମଲାଭ କରିଥିବା ଡ଼ଃ ରାଜକିଶୋର ପରମଗୁରୁ ଖୋର୍ଦ୍ଧା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ରାଜ୍ୟର ବରିଷ୍ଠ ଧାତବ ବସ୍ତୁ ପ୍ରଯୁକ୍ତ ବୈଜ୍ଞାନିକ ଭାବେ ସେ ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ବର୍ଦ୍ଧିତ ହୋଇଛନ୍ତି ।
କର୍ମ ନିପୁଣତା ଓ ବୃତ୍ତିଗତ ପ୍ରତିବଦ୍ଧତା ହେତୁ ସେ “ହାଇଡ୍ରୋ ଆଣ୍ଡ୍ ମେଟାଲର୍ଜି\” ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବା ସହ ପରିଦର୍ଶକ ପ୍ରଫେସର ଭାବେ ଏନ୍.ଆଇ.ଟି. ର ମେଟାଲର୍ଜି ଆଣ୍ଡ୍ ମେଟାରିଆଲ ଇଞ୍ଜିନିୟରିଂ ବିଭାଗରେ ଭୁବନେଶ୍ଵରର ଇନଷ୍ଟିଟ୍ୟୁଟ
ଅଫ୍ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜିର ପ୍ରିନ୍ସପାଲ୍ ଭାବରେ ଏବଂ କିଟ୍ ବିଶ୍ଵବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ସଫଳତାର ସହ କାର୍ଯ୍ୟ କରିଛନ୍ତି । ଶ୍ରୀଯୁକ୍ତ ପରମଗୁରୁ ୧୨ ଜଣ ପି.ଏଚ୍.ଡ଼ି. ଓ ୩ ଜଣଙ୍କୁ ଏମ୍.ଟେକ୍ ପାଇଁ ମାର୍ଗଦର୍ଶନ କରିବା ସହ ୩୦ଟି ପ୍ରକଳ୍ପ ସଫଳତାର ସହ ସଂକଳନ କରିଛନ୍ତି ।
୨୬ଟି ସମ୍ମିଳନୀ କାର୍ଯ୍ୟବାହୀରେ ଅନୁଚ୍ଛେଦ, ୫୦ଟି ବୈଷୟିକ ନିବନ୍ଧ ଓ ୧୪ଟି ପୁସ୍ତକ ଅନୁଚ୍ଛେଦ ରଚନା କରିଛନ୍ତି । ତାଙ୍କର ଉଲ୍ଲେଖଯୋଗ୍ୟ ଗବେଷଣା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରୁ ଅନେକ ପ୍ରଶଂସା ଓ ସମ୍ମାନର ଅଧିକାରୀ ହୋଇଛନ୍ତି ।
ତନ୍ମଧ୍ୟରୁ ୧୯୯୫ ମସିହାରେ ଭାରତୀୟ ପ୍ରବନ୍ଧ ସଂସ୍ଥାନ କଲିକତା ଦ୍ଵାରା ଓ ପ୍ରଦତ୍ତ ବିନାନୀ ସ୍ଵର୍ଣ୍ଣ ପଦକ ୨୦୦୧ ମସିହାରେ ଭାରତୀୟ ଇଞ୍ଜିନିୟର୍‌ସ ସଂସ୍ଥାନ ଦ୍ଵାରା ପ୍ରଦତ୍ତ ମେଟାଲୋଜିକାଲ୍ ଓ ମ୍ୟାଟ୍ରିଆଲ୍ ବିଭାଗୀୟ ସର୍ଣ୍ଣପଦକ ଏବଂ ୨୦୨୩ ମସିହାର ଭାରତୀୟ ଖଣିଜ ଇଞ୍ଜିନିୟର୍‌ସ ଭୁବନେଶ୍ୱର ଦ୍ଵାରା ପ୍ରଦତ୍ତ ଜୀବନବ୍ୟାପୀ ସାଧନା ପୁରସ୍କାରର ସେ ଅଧିକାରୀ।
ଧାତବ ଏବଂ ବସ୍ତୁ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରକୁ ବହୁବିଧ ଅବଦାନର ସ୍ବୀକୃତି ସ୍ୱରୂପ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ୨୦୨୩ ବର୍ଷ ପାଇଁ ତାଙ୍କୁ ଓଡ଼ିଶାର ବରିଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031