Indus Valley Times

ବଲାଙ୍ଗିରରେ ବର୍ଷର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

 Breaking News

ବଲାଙ୍ଗିରରେ ବର୍ଷର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

ବଲାଙ୍ଗିରରେ ବର୍ଷର ପ୍ରଥମ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ
March 09
21:31 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର,୯/୩ : ବଲାଙ୍ଗିର ଜିଲ୍ଲା ନ୍ୟାୟାଳୟ ସମେତ ଜିଲ୍ଲାରେ ଥିବା ସମସ୍ତ ତାଲୁକ ସ୍ତରରେ ଚଳିତ ବର୍ଷର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଅଛି।
ଏହି ଲୋକ ଅଦାଲତ ରେ, ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ନ୍ୟାୟାଧିଶ ଡ. ପବିତ୍ର ମୋହନ ସାମଲ,ଶ୍ରୀଯୁକ୍ତ ବିମଲ କୁମାର ଚାନ୍ଦ, ଚେୟାରମ୍ୟାନ,ପି ଏଲ୍ ଏ,(ପି ୟୁ ଏସ୍),ଶ୍ରୀଯୁକ୍ତ ବିକ୍ରମ କେଶରୀ ପଟ୍ଟନାୟକ,ଜଜ୍ ଫ୍ୟାମିଲି କୋର୍ଟ,ଶ୍ରୀଯୁକ୍ତ ହିମାଂଶୁ ଶେଖର ସିଂହ, ଅତିରିକ୍ତ ଜିଲ୍ଲା ଜଜ୍ ପ୍ରଥମ,ଶ୍ରୀଯୁକ୍ତ ପ୍ରିୟ ରଂଜନ ମିଶ୍ର,ଅତିରିକ୍ତ ଜିଲ୍ଲା ଜଜ୍ ଦ୍ୱିତୀୟ,ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ,ଶଙ୍ଖ ଚକ୍ରବର୍ତୀ,ରେଜିଷ୍ଟ୍ରାର ସିଭିଲ କୋର୍ଟ,ଶ୍ରୀଯୁକ୍ତ ଶ୍ରୀଦୀପ୍ ମିଶ୍ର,ଶ୍ରୀଯୁକ୍ତ ଆଶିଷ କୁମାର ସାହୁ,ସିଭିଲ୍ ଜଜ୍ (ବରିଷ୍ଠ),ଶ୍ରୀମତୀ କୁନ୍‌ମୁନ୍ ଆଚାର୍ଯ୍ୟ,ସିଭିଲ୍ ଜଜ୍ (ବରିଷ୍ଠ),ଶ୍ରୀମତୀ ବୈଶାଳୀ ନାୟକ,ସିଭିଲ୍ ଜଜ୍(ବରିଷ୍ଠ),ଶ୍ରୀମତୀ ଅର୍ଣ୍ଣପୂର୍ଣ୍ଣା ଷଡଙ୍ଗୀ,ଅତିରିକ୍ତ ସିଭିଲ୍ ଜଜ୍ (ବରିଷ୍ଠ),ଶ୍ରୀମତୀ ଦୀପାରାଣୀ ଜେନା,(ଏସଡିଜେଏମ )ଶ୍ରୀମତୀ ସାସ୍ୱତୀ ମହାପାତ୍ର,ସିଭିଲ୍ ଜଜ୍ (କନିଷ୍ଠ),ଶ୍ରୀମତୀ ଲକ୍ଷ୍ମୀ ବେହେରା ଜେ.ଏମ୍.ଏଫ୍.ସି.,ପବ୍ଲିକ ପ୍ରୋସିକ୍ୟୁଟର (ଜିଲ୍ଲା ଜଜ୍ କୋର୍ଟ), ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ମହାନ୍ତ ଏବଂ ଜିଲ୍ଲା ବାର ର ପ୍ରାୟ ସମସ୍ତ ଓକିଲ ମାନେ ଉପସ୍ଥିତ ଥିଲେ।ଏହା ସହିତ ଜିଲ୍ଲା ର ବିଭିନ୍ନ ରାଜସ୍ବ ଅଧିକାରୀ,ଜାତୀୟକରଣ ବ୍ୟାଙ୍କ,ଜଳ ବିଭାଗ,ବିଦ୍ୟୁତ ବିଭାଗ, ବିଏସଏନଏଲ ଏବଂ ଅନ୍ୟ ବିଭାଗ ମାନଙ୍କର କର୍ମଚାରୀ ମଧ୍ୟ ଏହି ଲୋକ ଅଦାଲତରେ ଭାଗ ନେଇଥିଲେ।
ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସାମଲଙ୍କ ନିର୍ଦ୍ଦେଶରେ ବଲାଙ୍ଗିର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସହଯୋଗରେ ଡା ଶ୍ରୀଯୁକ୍ତ ନନ୍ଦ କିଶୋର ପାଢ଼ୀଙ୍କର ପ୍ରତ୍ୟକ୍ଷ ତତ୍ବାବଧାନରେ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀ,ଆଶା କର୍ମୀଙ୍କ ମାଧ୍ୟମରେ ବ୍ୟକ୍ତିବିଶେଷ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ପରୀକ୍ଷା କରାଯିବା ସହିତ ବଲାଙ୍ଗିର ଜିଲ୍ଲା କାରାଗାରର ଅନ୍ତେବାସୀ ମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ସେମାନଙ୍କ ଦ୍ବାରା ତିଆରି କରାଯାଇଥିବା ବିଭିନ୍ନ ହସ୍ତ ତନ୍ତ୍ର ବସ୍ତ୍ର ଗୁଡିକର ଜିଲ୍ଲା କାରାଗାର କର୍ମଚାରୀଙ୍କ ଦ୍ବାରା ବିକ୍ରି କରାଯାଇଥିଲା।ଏହା ସହିତ ଅଂଶୁଘାତ ରୁ ରକ୍ଷା ପାଇବା ପାଇଁ ସଚେତନତା ଶିବିର ଖୋଲା ଯାଇଥିଲା।
ଏହି ରାଷ୍ଟ୍ରିୟ ଲୋକ ଅଦାଲତ ରେ ୨୯ଟି ଦେୱାନୀ ମକୋଦ୍ଦମା ଫଇସଲା ହୋଇ ୨,୬୧,୮୭,୦୦୦ଟଙ୍କାରେ ଫଇସଲା ହୋଇଥିଲା। ୧୭ ଟି ବ୍ୟାଙ୍କ ମକଦମାର ସମାଧାନ କରାଯାଇ ୭୮,୯୬,୫୦୨ ଟଙ୍କା,୨୨ ଟି ମଟର ଦୁର୍ଘଟଣା ଜନିତ ମାମଲା ର ଫଇସଲା କରାଯାଇ ମୋଟ୍୧,୨୮,୩୯,୦୦୦ ଟଙ୍କା କ୍ଷତିପୁରଣ ଦେବା ପାଇଁ ଆଦେଶ କରାଯାଇଥିଲା।
୪୯୫ ଟି ଫୌଜଦାରି ମକୋଦ୍ଦମା ଫଇସଲା କରାଯାଇ ୨୪,୫୬,୨୪୯ ଟଙ୍କା ଏବଂ ପାରିବାରିକ ମିଳାମିଶାରେ ୦୫ ଟି ମାମଲା ଫଇସଲା ହୋଇଥିଲା।୫୪୭୭ଟି ରାଜସ୍ବ ମାମଲା ର ବିଚାର କରାଯାଇଥିଲା।୬୮୧ ଟି ପ୍ରାକ୍ ମକଦ୍ଦମା ମାମଲା ର ସମାଧାନ କରାଯାଇ ୧,୨୫,୮୧,୧୬୯ ଟଙ୍କାରେ ଫୈସଲା ହୋଇଥିଲା।ମୋଟ
୬୭୨୬ଟିମୋକଦ୍ଦମା ଫଇସଲା କରାଯିବା ସହିତ ୬,୧୯,୫୯,୯୨୦ ଟଙ୍କା ର ଫଇସଲା ହୋଇଥିଲା।
ଉକ୍ତ ଲୋକ ଅଦାଲତ କୁ ଶ୍ରୀଯୁକ୍ତ ପବିତ୍ରାନନ୍ଦ ପ୍ରଧାନ,ସଚିବ,ଜିଲ୍ଲା ଆଇନ ସେବା ପ୍ରାଧିକରଣ,ବଲାଙ୍ଗିର ପରିଚାଳନା କରିଥିଲେ। ଆଇନ ଶୃଙ୍ଖଳା ରକ୍ଷା କରିବାରେ ଜିଲ୍ଲା ପୋଲିସ ପ୍ରଶାସନ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031