Legatus

ବଲାଙ୍ଗୀର ଡେଲି ମାର୍କେଟ ରେ ଶାଗ କିଲୋ ୧୨୦ ଟଙ୍କା

 Breaking News

ବଲାଙ୍ଗୀର ଡେଲି ମାର୍କେଟ ରେ ଶାଗ କିଲୋ ୧୨୦ ଟଙ୍କା

August 08
23:54 2023

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର,୮/୮:- ବଲାଙ୍ଗୀର ଡେଲି ମାର୍କେଟ ରେ ଆଜି ଶାଗ କିଲୋ ୧୨୦ ଟଙ୍କା।ପନିପରିବା ଦର ଆକଶଛୁଆଁ।ପ୍ରାୟ ୨ ମାସରୁ ଉର୍ଦ୍ଧ୍ବ ହେବ ଟମାଟୋ ଦର କିଲୋ ପିଛା ୨୦୦ ଟଙ୍କା।ବାକି ସବୁ ପନିପରିବା କିଲୋ ୮୦ ଟଙ୍କାରୁ ଅଧିକ।ପରିବା ଦର ବଢିବା ର କାରଣ ଲୋୟର ସୁକତେଲ ଜଳଅମଳ ପ୍ରକଳ୍ପ ରେ ଅନେକ ଚାଷୀ ଗ୍ରାମ ଜଳରେ ବୁଡ଼ି ରହିଯିବ।ଏହି ଗ୍ରାମ ମାନଙ୍କରେ ଅନେକ ପନିପରିବା ଚାଷ ହୋଇ ବଲାଙ୍ଗୀର ସହରକୁ ଆସୁଥିଲା ।ଲୋକେ ସତେଜ ସବୁଜ ପନିପରିବା କମ୍ ଦରରେ ପାଉଥିଲେ। ବଳକା ପନିପରିବା ବାହାର ଜିଲ୍ଲା କୁ ମଧ୍ୟ ଯାଉଥିଲା।ଚାଷୀ ବର୍ଷ ସାରା ପରିବା ଚାଷ କରି ତାର ପରିବାର ପ୍ରତିପୋଷଣ କରୁଥିଲା।

ବର୍ତ୍ତମାନ ଲୋୟର ସୁକତେଲ ପ୍ରକଳ୍ପ ହେବାରୁ ସେହି ଚାଷୀ ମାନେ ବିସ୍ଥାପନ ହୋଇ ନିଜର ଜୀବିକା ହରାଇବା ସହ ଚାଷ ମଧ୍ୟ ଉଜୁଡ଼ି ଗଲା।ଯଦ୍ୱାରା ବଲାଙ୍ଗୀର ରେ ପରିବା ଦର ଦିନକୁ ଦିନ ହୁ ହୁ ହୋଇ ବଢ଼ିବାକୁ ଲାଗିଲା ବୋଲି ସାଧାରଣରେ ଫୁସୁର ଟୁପୂର୍ ହେଉଥିବା ଶୁଣିବାକୁ ମିଳୁଛି।ଆକାଶଛୁଆଁ ପରିବା ଦର ଲୋକଙ୍କୁ ବେହାଲ କରୁଥିବା ପରିଲକ୍ଷିତ ହେଉଛି।ପରିବା ପାଇଁ ପରିବା ବେପାରୀ ମାନେ ବାଧ୍ୟ ହୋଇ ବାହାର ଜିଲ୍ଲା ଚାଷୀ ଉପରେ ନିର୍ଭର କରୁଛନ୍ତି।ଦୂରରୁ ପନିପରିବା ଆସୁଥିବା ଯୋଗୁ ପରିବା ଦରରେ କାହାର ନିୟନ୍ତ୍ରଣ ନାହିଁ ବୋଲି ଅନୁମାନ କରାଯାଉଛି।

ସରକାର ବଡ଼ ପ୍ରକଳ୍ପ କରି ଚାଷୀ ର ଚାଷ ଏବଂ ପେଟରେ ଲାତ ମାରିଲେ।ସେହି ଲାତ ର ଯନ୍ତ୍ରଣା ସାଧାରଣ ଜନତା ଙ୍କ ଉପରେ ପଡ଼ିଲା ବୋଲି ଚର୍ଚ୍ଚା ହେଉଛି। ଦିନେ ଯେଉ ଅଞ୍ଚଳ ସବୁଜ ପନିପରିବା ରେ ଭର୍ତି ହେଉଥିଲା,ଆଜି ସେହି ଅଞ୍ଚଳ ଜଳମଗ୍ନ। ଜିଲ୍ଲା ପ୍ରଶାସନ ବଲାଙ୍ଗୀର ସହରରେ ଥିବା ଚାଷ ଉପଯୋଗୀ ଜମି ମାନଙ୍କ କିସମ ପରିବର୍ତ୍ତନ ନ କରି ଚାଷ ନିମନ୍ତେ ଅନେକ ଚାଷ ଜମି ଅଧିଗ୍ରହଣ ପୂର୍ବକ ଚାଷ କରିବା ଦିଗରେ ଚାଷୀ ମାନଙ୍କୁ ଉତ୍ସାହିତ କଲେ ଆଗାମୀ ଦିନରେ ଏ ସମସ୍ତ ସମସ୍ୟା ଦୂର ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31