Legatus

ବାଇକ୍‌କୁ ପିଟିଲା ଟ୍ରକ୍, ଚାଲିଗଲା ୩ ଜୀବନ

 Breaking News

ବାଇକ୍‌କୁ ପିଟିଲା ଟ୍ରକ୍, ଚାଲିଗଲା ୩ ଜୀବନ

ବାଇକ୍‌କୁ ପିଟିଲା ଟ୍ରକ୍, ଚାଲିଗଲା ୩ ଜୀବନ
April 27
09:46 2024

ଅନୁଗୋଳ,୨୭/୪: ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ଧକ୍କାରେ ୩ଜଣ ବାଇକ୍ ଆରୋହୀଙ୍କ ଜୀବନ ଚାଲିଯାଇଛି।
ମୃତକ ହେଲେ ମୂଷାପାପୁଲି ଗ୍ରାମର ଜଣେ ଯୁବକ ହୋଇଥିବା ବେଳେ ଅନ୍ୟ ୨ଜଣ ଡେରଜାଙ୍ଗ ଅଞ୍ଚଳର ବୋଲି ଜଣାପଡିଛି।
ମିଳିଥିବା ସୂଚନା ମୁତାବକ, ଏକ ବାଇକ୍ରେ ୩ଜଣ ଯୁବକ ଯାଉଥିଲେ। ସେତିକିବେଳେ ଏକ ଟ୍ରକ୍ ଭାରସାମ୍ୟ ହରାଇ ବାଇକ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ୩ଜଣଙ୍କ ମୃତ୍ୟୁ ଘଟିଛି।
ଏନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷେ ଟ୍ରକ୍ ଡ୍ରାଇଭର ଫେରାର ହୋଇଯାଇଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31