Indus Valley Times

ବାଇକ୍ ସହ ଧକ୍କା ହୋଇ ୩୦ଫୁଟ ତଳକୁ ଖସିଲା ଅଟୋ, ୪ ଗୁରୁତର

 Breaking News

ବାଇକ୍ ସହ ଧକ୍କା ହୋଇ ୩୦ଫୁଟ ତଳକୁ ଖସିଲା ଅଟୋ, ୪ ଗୁରୁତର

ବାଇକ୍ ସହ ଧକ୍କା ହୋଇ ୩୦ଫୁଟ ତଳକୁ ଖସିଲା ଅଟୋ, ୪ ଗୁରୁତର
March 01
19:31 2023

ଗଜପତି, ୧/୩: ବାଇକକୁ ଧକ୍କା ଦେଇ ଏକ ଅଟୋ ପୋଲ ତଳକୁ ଖସିପଡ଼ିବାରୁ ୮ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗଜପତି ଜିଲ୍ଲା ମୋହନା ଥାନା ଚାନ୍ଦିପୁଟ ହାଟପଦା ନିକଟରେ ବୁଧବାର ଅପରାହ୍ଣ ପ୍ରାୟ ୫ଟା ବେଳେ ଘଟିଛି ଏହି ଦୁର୍ଘଟଣା।
ଅଟୋରେ ୬ ଜଣ ଶ୍ରମିକ ଥିଲେ। ସେମାନେ ସମସ୍ତେ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ଥାନା ଅଞ୍ଚଳର। ସେମାନେ ମୋହନା ବ୍ଲକ୍ ବାଘମାରି ଅଞ୍ଚଳରେ ଏକ ରାସ୍ତାକାମରେ ନିୟୋଜିତ ହୋଇଥିଲେ।
ଏହି ଶ୍ରମିକମାନେ ଆଜି ସେମାନଙ୍କ ଗାଁକୁ ଫେରୁଥିଲେ। ଏଥିପାଇଁ ଏକ ଅଟୋରେ ମୋହନା ଆସୁଥିଲେ। ମୋହନାରୁ ବସ୍ରେ ନବରଙ୍ଗପୁର ଅଭିମୁଖେ ଯାଇଥା’ନ୍ତେ।
ସେମାନେ ଚାନ୍ଦିପୁଟ ହାଟପଦା ନିକଟରେ ହୋଇଥିବା ବେଳେ ସାମ୍ନାରୁ ଆସୁଥିବା ଏକ ବାଇକ୍କୁ ଅଟୋଟି ଧକ୍କା ଦେଇଥିଲା। ଏହା ପରେ ଅଟୋଟି ପୋଲ୍ରୁ ପ୍ରାୟ ୧୫ ଫୁଟ୍ ତଳକୁ ଖସି ପଡ଼ିଥିଲା।
ଫଳରେ ଅଟୋରେ ବସିଥିବା ୬ ଶ୍ରମିକଙ୍କ ସହିତ ବାଇକ୍ରେ ବସିଥିବା ୨ ବ୍ୟକ୍ତି ଆହତ ହୋଇଛନ୍ତି। ୬ ଶ୍ରମିକଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଦୁଇ ବାଇକ୍ ଆରୋହୀଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ଗୁରୁତର ରହିଛି।
ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସମସ୍ତଙ୍କୁ ଉଦ୍ଧାର କରି ଅନ୍ୟ ଏକ ଅଟୋରେ ସମସ୍ତଙ୍କୁ ଚନ୍ଦ୍ରଗିରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ୍ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିବା ସହିତ ଘଟଣାର ତଦନ୍ତ କରୁଛି।

 

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031