Indus Valley Times

୨ ପିକ୍‌ଅପ୍ ଭ୍ୟାନକୁ ଧକ୍କା ଦେଲା ଓଏସ୍‌ଆର୍‌ଟିସି ବସ୍‌

 Breaking News

୨ ପିକ୍‌ଅପ୍ ଭ୍ୟାନକୁ ଧକ୍କା ଦେଲା ଓଏସ୍‌ଆର୍‌ଟିସି ବସ୍‌

September 19
10:56 2024

ବୌଦ୍ଧ , ୧୯/୯ : ରାତି ଅଧରେ ଦ୍ରୁତ ଗତିରେ ଯାଉଥିବା OSRTC ବସ୍ ଭାରସାମ୍ୟ ହରାଇ ବସିଲା। ଏହାପରେ ଗାଡ଼ିଟି ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିବା ଦୁଇଟି ପିକ୍‌ଅପ୍ ଭ୍ୟାନ୍‌କୁ ପିଟି ଚୁରମାର କରିଛି। ଏପରି ଏକ ଦୁର୍ଘଟଣା ଗତ ରାତିରେ ବୌଦ୍ଧ ଫିସରି କାର୍ଯ୍ୟାଳୟ ସମ୍ମୁଖରେ ଘଟିଛି। ଏଥିରେ ବସ୍‌ରେ ଥିବା ପ୍ରାୟ ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଛନ୍ତି।
ଙଝଜଞଉ ବସ୍‌ଟି ୪୦ ଯାତ୍ରୀଙ୍କୁ ଧରି ଭୁବନେଶ୍ୱରରୁ ଭବାନୀପାଟଣା ଅଭିମୁଖେ ଯାଉଥିଲା। ଗାଡ଼ିଟି ବୌଦ୍ଧ ଖୋର୍ଦ୍ଧା ବଲାଙ୍ଗୀର ୫୭ ତମ ଜାତୀୟ ରାଜପଥ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ବସିଲା। ଏହାପରେ ରାସ୍ତା ପାର୍ଶ୍ୱକୁ ଯାଇ ଦୁଇଟି ପିକ୍‌ଅପ୍ ଭ୍ୟାନ୍‌କୁ ପିଟିଥିଲା। ଉକ୍ତ ସମୟରେ ଭ୍ୟାନ୍‌ରେ କେହି ନ ଥିବା ବେଳେ ଗାଡ଼ି ଦୁଇଟି କିଛି ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି ।
ଏହି ଦୁର୍ଘଟଣାରେ ବସ୍‌ରେ ଥିବା ୪୦ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଚିକିତ୍ସା ନିମନ୍ତେ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଚାଲି ଯାଇଥିବା ଜଣାଯାଇଛି।
ଏହି ଦୁର୍ଘଟଣା ଘଟାଇଥିବା OSRTC ବସ ଡ୍ରାଇଭର ଘଟଣାସ୍ଥଳରୁ ଗାଡ଼ି ଛାଡି ଫେରାର ହୋଇ ଯାଇଛନ୍ତି। ରିପୋର୍ଟ ଲେଖା ହେବା ପର‌୍ୟ୍ୟନ୍ତ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31