Indus Valley Times

ବାପାଙ୍କ ସ୍ମୃତିରେ ଅର୍ଥ ପାଇଁ ପାଠ ପଢିପାରୁନଥିବା ୫୬୦ ଜଣ ଆଦିବାସୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସଚିନ ତେନ୍ଦୁଲକର

 Breaking News

ବାପାଙ୍କ ସ୍ମୃତିରେ ଅର୍ଥ ପାଇଁ ପାଠ ପଢିପାରୁନଥିବା ୫୬୦ ଜଣ ଆଦିବାସୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସଚିନ ତେନ୍ଦୁଲକର

ବାପାଙ୍କ ସ୍ମୃତିରେ ଅର୍ଥ ପାଇଁ ପାଠ ପଢିପାରୁନଥିବା ୫୬୦ ଜଣ ଆଦିବାସୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସଚିନ ତେନ୍ଦୁଲକର
November 16
19:08 2021

ମୁମ୍ବାଇ, ୧୬/୧୧ : ଅର୍ଥ ପାଇଁ ପାଠ ପଢିପାରୁନଥିବା ପିଲାଙ୍କ ଦାୟିତ୍ୱ ନେଲେ କ୍ରିକେଟର ଭଗବାନ କୁହାଯାଉଥିବା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ୨୦୧୩ ମସିହାରେ ସଚିନ ତେନ୍ଦୁଲକର କ୍ରିକେଟରୁ ଅବସର ନେଇଥିଲେ। ଆଉ ଏବେ ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ୫୬୦ ଜଣ ଆଦିବାସୀ ପିଲାଙ୍କ ଭାଗ୍ୟ ନିର୍ମାଣ ପାଇଁ ତେନ୍ଦୁଲକର ଦାୟିତ୍ୱ ନେଇଛନ୍ତି ।
ପିଲାମାନଙ୍କୁ ସାହାଯ୍ୟ କରିବା ପାଇଁ ସେ ଏକ ଏନଜିଓ ସହିତ ହାତ ମିଳାଇଛନ୍ତି। ଆଜି ସଚିନ ମଧ୍ୟପ୍ରଦେଶର ସିହୋର ଜିଲ୍ଲାରେ ପହଞ୍ଚିଥିଲେ । ମଙ୍ଗଳବାର କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର ଇନ୍ଦୋର ଦେଇ ସନ୍ଦଲପୁର ଗାଁରେ ପହଞ୍ଚିଥିଲେ। ଯେଉଁଠାରେ ସେ ଏକ ଏନଜିଓ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ।
ଏଠାରେ ସଚିନ ତେନ୍ଦୁଲକର ତାଙ୍କ ପିତାଙ୍କୁ ମନେ ପକାଇ କହିଥିଲେ ଯେ ମୋ ବାପା ଚାଁହୁଥିଲେ ଯେ ମୁଁ ପିଲାମାନଙ୍କ ପାଇଁ କିଛି କରିବି । ଆଜି ଯଦି ମୋ ବାପା ଥାନ୍ତେ ତେବେ ବହୁତ ଖୁସି ହୋଇଥାନ୍ତେ ।
ସୂଚନା ମୁତାବକ ମଧ୍ୟପ୍ରଦେଶର ‘ସଂସ୍ଥା ପରିବାର’ ନାମକ ଏନଜିଓ ପିଲାଙ୍କ ପାଠପଢା ନେଇ କାର୍ଯ୍ୟ କରିଥାଏ ଜ୍ଝ ଆଉ ଏହି ଏନଜିଓ ସହ ମିଶି ୫୬୦ ଜଣ ପିଲାଙ୍କ ସମ୍ପୂର୍ଣ୍ଣ ପାଠପଢା ଖର୍ଚ୍ଚ ବହନ କରିବେ ବୋଲି ସଚିନ କହିଛନ୍ତି ।
ସୂଚନା ମୁତାବକ ଆଜି ତେନ୍ଦୁଲକରଙ୍କ ପାଇଁ ଏକ ବିଶେଷ ଦିନ ଥିଲା ଜ୍ଝ କାରଣ ଆଜି ସଚିନ ତେନ୍ଦୁଲକର ୨୦୧୩ ମସିହାରେ କ୍ରିକେଟରୁ ଅବସର ନେଇଥିଲେ।
ତେବେ କେବଳ ପାଠପଢା ଖର୍ଚ୍ଚ ନୁହେଁ ବରଂ ସେହୋର ଜିଲ୍ଲାର ୫ଟି ଗ୍ରାମର ପିଲାମାନଙ୍କୁ ତେନ୍ଦୁଲକର ଫାଉଣ୍ଡେସନ ସହାୟତାରେ ପୁଷ୍ଟିକର ଖାଦ୍ୟ ମଧ୍ୟ ମିଳିବ ବୋଲି ସଚିନ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031