Indus Valley Times

ବାଲିଗୁଡାରେ କାନ୍ଦୁୁଲ ଯାତ୍ରା ପର୍ବ ଅନୁଷ୍ଠିତ

 Breaking News

ବାଲିଗୁଡାରେ କାନ୍ଦୁୁଲ ଯାତ୍ରା ପର୍ବ ଅନୁଷ୍ଠିତ

ବାଲିଗୁଡାରେ କାନ୍ଦୁୁଲ ଯାତ୍ରା ପର୍ବ ଅନୁଷ୍ଠିତ
March 24
22:08 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୪/୩ : ବାଲିଗୁଡାରେ କାନ୍ଦୁଲ ଯାତ୍ରା ପର୍ବ ମହାସମାରୋହରେ ପାଲିତ ହୋଇଯାଇଛି । ଚଳିତ ବର୍ଷ ମା ପାଟଖଣ୍ଡା ଦୁର୍ଗା ପୁଜା ସମିତି ତରଫରୁ ପାଳନ କରିବାକୁ ପରସ୍ତୁତି କରାଯାଇଛି । ମାପାଟଖଣ୍ଡା କାନ୍ଦୁଲ ଯାତ୍ରା ଭେଟଘାଟ ରଆୟୋଜନ କରାଯାଇଛି ।
ମନ୍ଦିରରେ ମାଙ୍କ ପାଖରେ ଭୋଗରାଗ ଲାଗିବା ସହ କାନ୍ଦୁଲ ଭଜା ଓ ଝଟା ଭଜାକୁ ରିତିନିତିପ୍ରକାରେ ପଜାର୍ଚ୍ଚନା କରାଯାଇଥିଲା । ଆସନ୍ତାକାଲି ସମିତି ତରଫରୁ ଦୁଇ ରାଜାକୁ ମିଳନ ବା ଭେଟଘାଟ କରାଇବା କାର୍ଯ୍ୟକ୍ରମ ରହିଛି ଓ ଅଂଚଳର ବୟସ୍କ ଓ ସମ୍ମାନସ୍ପଦ ବ୍ୟକ୍ତି ବିଶେଷ ଓ ପୁରାତନ କମିଟି କର୍ମକ୍ରତାଙ୍କୁ ସମ୍ମାନୀତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।
ଶେଷରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ରଖାଯାଇଛି । ସମିତିର ସଭାପତି ଲଳିତ ପାତ୍ର,ଉପସଭାପତି ଭିମସେନ ବିନ୍ଧାଣୀ,ସମ୍ପାଦକ ଶିବରାମ ପ୍ରଧାନୀ,ଯୁଗ୍ମସମ୍ପାଦକ ନେତାଜୀ ଖଣ୍ଡଗିରି,ଅର୍ଜୁନ ନାୟକ,କୋଷାଦକ୍ଷ ଅଶୋକସାହୁ, ଓ ସମସ୍ତ ସଦସ୍ୟ ଏଥିରେ ନିୟୋଜିତ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930