Indus Valley Times

ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

 Breaking News

ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ

ବାରବାଟୀ ଲଢେଇ: ଟସ୍ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି, ବୋଲିଂ କରିବ ଭାରତ
February 09
18:03 2025

କଟକ, ୯/୨: କଟକ ବାରବାଟୀରେ ଦ୍ୱିତୀୟ ଦିନିକିଆରେ ଆରମ୍ଭରୁ ଭାରତକୁ ଝଟକା ଲାଗିଛି । ଭ୍ରମଣକାରୀ ଦଳ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ଘରୋଇ ଦଳ ଭାରତ ବୋଲିଂ କରିବାକୁ ମଇଦାନକୁ ଓହ୍ଲାଇବ ।
ଭାରତ ଚୂଡ଼ାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ କରାଯାଇଛି । ବରୁଣ ଚକ୍ରବର୍ତ୍ତୀ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି । କୁଲଦୀପ ଯାଦବ ବାଦ୍ ପଡ଼ିଛନ୍ତି । ସେପଟେ ଜୟସ୍ୱାଲଙ୍କ ସ୍ଥାନରେ ବିରାଟ କୋହଲି ଫେରିଥିବାରୁ ଅନେକ ଆଶା ବଢ଼ି ଯାଇଛି । ସେପଟେ ବାରବାଟୀ ବ୍ୟାଟେଲରେ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ରହିଛନ୍ତି ରୋହିତ ଶର୍ମା (ଅଧିନାୟକ), କେ ଏଲ ରାହୁଲ (ୱିକେଟ୍ କିପର୍), ବିରାଟ କୋହଲି, ବରୁଣ ଚକ୍ରବର୍ତ୍ତୀ, ହାର୍ଦ୍ଦିକ ପାଣ୍ଡ୍ୟା, ଶୁଭମନ ଗିଲ୍, ଶ୍ରେୟସ ଆୟର, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ଶାମି ଓ ହରଶିତ ରାଣା ।
ସେପଟେ ଇଂଲଣ୍ଡ ମଧ୍ୟ ତିନୋଟି ପରିବର୍ତ୍ତନ କରିଛନ୍ତି । ଇଂଲଣ୍ଡ ପକ୍ଷରୁ ଉଡ୍, ଆଟକିନ୍‌ସନ୍, ଓଭରଟନ୍ ସାମିଲ ହୋଇଛନ୍ତି ।
ଅନ୍ୟପକ୍ଷରେ ଦୀର୍ଘ ୫ ବର୍ଷ ପରେ ବାରବାଟୀକୁ ଦିନିକିଆ ମ୍ୟାଚ୍ ଫେରିଥିବାରୁ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ନାହିଁ ନ ଥିବା ଉତ୍ସାହ ଦେଖିବାକୁ ମିଳିଛି । ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିବାରେ ଲାଗିଛି । ତିନି ଟିକିଆ ସିରିଜରେ ନାଗପୁର ଦିନିକିଆ ଜିତି ଭାରତ ୧-୦ରେ ଆଗୁଆ ରହିଥିବା ବେଳେ ଆଜିର ମ୍ୟାଚ୍ ନିର୍ଣ୍ଣାୟକ ଭୂମିକାରେ ରହିଛି । ଯଦି ଆଜିର ମ୍ୟାଚ୍ ଭାରତ ସପକ୍ଷରେ ରୁହେ ତେବେ ସିରିଜ୍ ବିଜୟୀ ହେବ ।
ତେବେ ବାରବାଟୀରେ ଭାରତୀୟ ଦଳ ମୋଟ ୧୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୩ଟି ମ୍ୟାଚ୍ ଜିତିଛି ଏବଂ ମାତ୍ର ୪ଟି ହାରିଛି । ୨୦୧୯ରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜକୁ ଭେଟିଥିଲା ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031