Indus Valley Times

ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ , ବାହାର ଖାଦ୍ୟ ମନା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

 Breaking News

ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ , ବାହାର ଖାଦ୍ୟ ମନା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ବାରବାଟୀ ଷ୍ଟାଡିୟମକୁ ପାଣି ବୋତଲ , ବାହାର ଖାଦ୍ୟ ମନା ଓ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
June 11
16:27 2022

କଟକ,୧୧/୬: ଦୀର୍ଘ ଅଢେଇ ବର୍ଷର ବ୍ୟବଧାନ ପରେ ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଆୟୋଜିତ ହେବ ଭାରତ- ସାଉଥ ଆଫ୍ରିକା ଟି-୨୦ ମ୍ୟାଚ। ମ୍ୟାଚକୁ ସୁରୁଖୁରୁରେ ସମ୍ପାଦନ କରିବା ନିମନ୍ତେ କଟକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି କଟକ ଡିସିପି ପିନାକ ମିଶ୍ର।
କଟକ ଡିସିପି କହିଛନ୍ତି, ଆସନ୍ତାକାଲି ଅପରାହ୍ନ ୩ଟାରୁ ଷ୍ଟାଡିୟମର ପ୍ରବେଶ ଗେଟ ଖୋଲାଯିବ। ଟିକେଟରେ ସ୍ପଷ୍ଟ ଭାବେ ଗେଟ୍ ନଂ ଉଲ୍ଲେଖ କରାଯାଇଛି। ତେଣୁ ଦର୍ଶକ ଅଯଥା ଭିଡ଼ ନ କରି ନିଜ ଟିକେଟରେ ଉଲ୍ଲେଖ ଥିବା ଗେଟ୍ ଦେଇ ଭିତରକୁ ପ୍ରବେଶ କରିପାରିବେ। ଷ୍ଟାଡିୟମ ଭିତରକୁ ପ୍ରବେଶ ନିମନ୍ତେ ସମସ୍ତଙ୍କ ପାଇଁ ମାସ୍କକୁ ବାଧ୍ୟତାମୂଳକ କରାଯାଇଛି। ବିନା ମାସ୍କରେ କାହାକୁ ବି ଭିତରକୁ ଛଡ଼ାଯିବନି।
ଏଥିସହ ପ୍ରବେଶ ସମୟରେ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଇ ଫୋପାଡ଼ି ହେବା ଭଳି ଜିନିଷ, ଖାଦ୍ୟ ତଥା ପାଣି ନେବା ପାଇଁ ଅନୁମତି ମିଳିବନି। ମୁଖ୍ୟତଃ ପାଣି ବୋତଲ, ଲାଠି, ହେଲମେଟ, ଲାଇଟର, ଦିଆସିଲି, ଛୁରୀ, ଖୁଚୁରା ପଇସା ପାଖରେ ରଖିଥିଲେ ଏହି ସବୁ ଜିନିଷକୁ ପ୍ରବେଶ ଅନୁମତି ମିଳିବନି। କେବଳ ମୋବାଇଲ, ଚଷମା ଛାଡ଼ି ଆଉ କିଛି ଜିନିଷକୁ ଅନୁମତି ମିଳିବନି। ଷ୍ଟାଡିୟମ ଭିତରେ ଓସିଏ ତରଫରୁ ଖାଦ୍ୟ ଓ ପାନୀୟ ଜଳ ବ୍ୟବସ୍ଥା କରାଯାଇଛି।
ସୁରୁଖୁରୁରେ ମ୍ୟାଚ ପରିଚାଳନା ନିମନ୍ତେ ଟ୍ୱିନ ସିଟି ପୁଲିସ୍ କମିଶନରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଡିଜିପିଙ୍କ ନିର୍ଦ୍ଦେଶକ୍ରମେ ୬୨ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ମ୍ୟାଚର ସୁପରିଚାଳନା ପାଇଁ ୩ ଜଣ ଡିସିପି, ୭ ଆଡିସନାଲ ଡିସିପି, ୩୨ ଏସିପି, ୪୫ ଇନ୍ସପେକ୍ଟର, ୨୭୦ ଏସଆଇ ଓ ଏଏସ୍ଆଇ, ୧୧୩ ଟ୍ରାଫିକ ପର୍ସନାଲ, ୬୨ ପ୍ଲାଟୁନ ଫୋର୍ସ, ୪୩ ମହିଳା କନଷ୍ଟେବଳ, ୧୭୦ ହୋମଗାର୍ଡ ନିୟୋଜିତ ହୋଇଛନ୍ତି। ଷ୍ଟାଡିୟମ ଭିତରେ ଓ ବାହାରେ ସିକ୍ୟୁରିଟି କର୍ଡନ ରହିବ। ଯେଉଁଠି ଲୋକେ ପ୍ରବେଶ କରିବେ ସେଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି କହିଛନ୍ତି ଡିସିପି।
ଆସନ୍ତାକାଲି ମ୍ୟାଚ ନିମନ୍ତେ ମୁଖ୍ୟତଃ ୨ଟି ରୁଟ୍ ଦେଇ ଅଧିକ ସଂଖ୍ୟକ ଦର୍ଶକ ଆସିବେ ବୋଲି ଅନୁମାନ କରାଯାଉଥିବା ଡିସିପି କହିଛନ୍ତି। ମୁଖ୍ୟତଃ ଭୁବନେଶ୍ୱର- କଟକ ଜାତୀୟ ରାଜପଥର ଶିଖରପୁର ନିକଟରୁ ବାରବାଟୀ ପର‌୍ୟ୍ୟନ୍ତ ଓ ଅନ୍ୟଟି ତ୍ରିଶୁଳିଆ ଦେଇ ବାରବାଟୀ ପର‌୍ୟ୍ୟନ୍ତ ବହୁ ସଂଖ୍ୟକ ଦର୍ଶକ ବାରବାଟୀରେ ପ୍ରବେଶ କରିବେ ବୋଲି ଅନୁମାନ କରାଯାଉଛି।
ଯେଉଁମାନେ ଭୁବନେଶ୍ୱରରୁ ଏନଏଚରେ ଆସି ଶିଖରପୁର ନିକଟରେ ଭାଙ୍ଗିବେ ସେମାନେ ସେଠାରୁ ଗୁରୁଦ୍ୱାର-ଜୋବ୍ରା-ମାତାମଠ- ଗଡ଼ଗଡ଼ିଆ ମନ୍ଦିର- କାଠ ଡିପୋ- ପୁଲିସ୍ କୋଠା ହୋଇ ଷ୍ଟାଡିୟମର ୧୪ ନଂ ଗେଟ୍ ନିକଟରେ ପହଞ୍ଚିବେ। ସେହିପରି ଯେଉଁମାନେ ତ୍ରିଶୁଳିଆ ଦେଇ ପ୍ରବେଶ କରିବେ ସେମାନେ ପଟିଆ ଛକ-ରଘୁନାଥପୁର-ବାରଙ୍ଗ-ତ୍ରିଶୁଳିଆ-ସତିଚଉରା-ଚହଟା-କ୍ୟାଣ୍ଟେନମେଣ୍ଟ ରୋଡ-କାଠ ଡିପୋ ହୋଇ ୧୪ ନଂ ଗେଟ୍ରେ ପ୍ରବେଶ କରିବେ। ଏହାପରେ ନିଜ ଟିକେଟରେ ଲେଖା ହୋଇଥିବା ଗେଟ ନିକଟକୁ ଯାଇ ଭିତରକୁ ପ୍ରବେଶ କରିବେ। ଏହି ୨ ଟି ରୁଟରେ ଅଧିକ ସଂଖ୍ୟକ ଦର୍ଶକ ଆସିବା ସମ୍ଭାବନା ଥିବାରୁ ବାରିକେଡ କରାଯାଇଛି, ଷ୍ଟପ ବୋର୍ଡ ଲଗାଯିବା ସହ ଷ୍ଟାଡିୟମକୁ ଯିବା ନିମନ୍ତେ ଚିହ୍ନ ଲଗାଯାଇଛି।
ଦର୍ଶକଙ୍କ ଗାଡ଼ି ପାର୍କିଂ ନିମନ୍ତେ ବାଲିଯାତ୍ରାର ଉପର ଓ ତଳ ପଡ଼ିଆକୁ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ କରାଯାଇଛି। ତଳ ବାଲିଯାତ୍ରା ପଡ଼ିଆରେ ସାଧାରଣ ଲୋକଙ୍କ ଗାଡ଼ି ରହିବ। ସେଠାରେ ସିଏମସି ତରଫରୁ ପାର୍କିଂ ବ୍ୟବସ୍ଥା କରାଯାଇଛି। ପାର୍କିଂରେ ଗାଡ଼ି ରଖୁଥିବା ବ୍ୟକ୍ତି ନିଜ ଦାୟିତ୍ୱରେ ହେଲମେଟ ରଖିବେ। ଉପର ପାର୍କିଂ ପଡ଼ିଆରେ ଆବଶ୍ୟକୀୟ ସର୍ଭିସ ଯଥା ଦମକଳ ବାହିନୀ, ଆମ୍ବୁଲାନ୍ସ, ପୁଲିସ୍ ଗାଡ଼ି ତଥା ପାସ ହୋଲଡରଙ୍କ ଗାଡ଼ି ମଧ୍ୟ ରହିବ ବୋଲି କହିଛନ୍ତି ଡିସିପି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031