Indus Valley Times

ବାଲିଗୁଡା: ଭଗବାନ ସତ୍ୟାସାଇ ବାବାଙ୍କ ୯୮ତମ ଜନ୍ମ ମହୋତ୍ସବ

 Breaking News

ବାଲିଗୁଡା: ଭଗବାନ ସତ୍ୟାସାଇ ବାବାଙ୍କ ୯୮ତମ ଜନ୍ମ ମହୋତ୍ସବ

November 23
20:15 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୩/୧୧: ଭଗବାନ ସତ୍ୟସାଇ ବାବାଙ୍କ ୯୮ତମ ଜନ୍ମ ମହୋତ୍ସବ ସତ୍ୟସାଇ ସେବା ସମିତି ବାଲିଗୁଡା ଦ୍ୱାରା ମହାଆଡମ୍ବରରେ ପାଳନ କରାଯାଇଛି । ଏଥି ନିମନ୍ତେ ପ୍ରତଃ୫ଟାରେ ଓଁକାର ,ସୁପ୍ରଭାତମ,ନଗର ସଂକ୍ରିତନ କରାଯାଇଥିଲା ।
ଏହାପରେ ପ୍ରଶାନ୍ତି ପତାକା ଉତୋଳନ,ଷୋଡଶୋପଚାର ପୁଜା ଓ ହୋମ କରାଯାଇଥିଲା ,ସୁସଜିତ ରଥ ସହ ନଗର ପରିକ୍ରମା କରାଯାଇଛି ।ଅପରାହ୍ନରେ ନାରାୟଣ ସେବା ସହ ବସ୍ତ୍ର ବଣ୍ଟନ ଓ ଜରାଶ୍ରମରେ ଖାଦ୍ୟ ଓ ବସ୍ତ୍ର ବଣ୍ଟନ,ପୋଷ୍ୟଗ୍ରାମ ଓ ଏସଆରପି ରୋଗୀ ମାନଙ୍କ ଘରେ ଓ ଦୋକାନ ମାନଙ୍କରେ ବିଭୁତି ଓ ଫୋଟ ଓ ଲଡୁ ବଣ୍ଟନ କରାଯାଇଛି ।
ସଂନ୍ଧ୍ୟା ସମୟରେ ୯୮ଗୋଟି ଦୀପ ପ୍ରଜ୍ୱଳନ,ବେଦ ଓ ଭଜନ ,ସାଇଝୁଲା ଓ କେକ କଟାଯାଇଥିଲା ,ସତସଙ୍ଗ ସହ ବାଳବିକାଶ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଛି ।
ଶେଷରେ ମଙ୍ଗଳ ଆଳତୀ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସତସାଇ ସେବା ସଂଗଠନ କନ୍ଧମାଳ ଜିଲ୍ଲା ସଭାପତି ଡ ମଧୁସୁଦନ ମହାପାତ୍ର,ସମିତି ଆବାହକ ସୁରେନ୍ଦ୍ରନାଥ ସାହୁ,ଜିଲ୍ଲା ଶିକ୍ଷା ସଂଯୋଜିକା ସସ୍ମିତା ପଣ୍ଡା,ରାଜେନ୍ଦ୍ର କୁମାର ପାତ୍ର,ମନ୍ମଥ ରାଉଳ,ହୃଦୟ ରଂଜନ ହୋତା,ଜ୍ଞାନରଂଜନ ପାତ୍ର ଦୀପ୍ତୀ ପାଣିଗ୍ରାହୀ,ଜ୍ୟୋତି ରାଓ,ଗୋଲାପ ସାହୁ,ଲକ୍ଷ୍ମି ପାତ୍ର ଓ ଅନ୍ୟ ସାଇଆଶ୍ରିତ ମାନେ ଉପସ୍ଥିତ ରହି କାର୍ଯକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031