Indus Valley Times

ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା

 Breaking News

ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା

ବାଲିଗୁଡା : ଲଗାଣ ବର୍ଷାରେ ଧୋଇଗଲା ସାମନବାଡ଼ି ପୋଲ ରାସ୍ତା
August 19
21:00 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୯/୮: ସମଗ୍ର ରାଜ୍ୟରେ ବନ୍ୟା ବିଭୀଷିକା ଲାଗି ରହିଥିବା ବେଳେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ତିଲୋରୀ ପଞ୍ଚାୟତର ସାମନବାଡ଼ି ଗ୍ରାମ ନିକଟରେ ଥିବା ସାମନବାଡ଼ି ପୋଲର ପାର୍ଶ୍ଵ ରାସ୍ତା ଧୋଇ ହୋଇ ଧସି ଯାଇଛି।
ଯାହା ଫଳରେ ବର୍ତ୍ତମାନ ସେହି ରାସ୍ତା ଦେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇ ଯାଇଥିବା ବେଳେ ଲୋକେ ବିପଦସଂକୁଳ ଅବସ୍ଥାରେ ଅଟୋରେ ଯାତାୟାତ କରୁଛନ୍ତି।
ପୋଲଟି ଧସି ଯିବାରୁ ଏହି ରାସ୍ତା ଦେଇ ଦାରିଙ୍ଗବାଡ଼ିରୁ ବୁଡ଼ାଗୁଡା ଦେଇ ବାଲିଗୁଡା ଯାତାୟାତ କରୁଥିବା ସମସ୍ତ ବସ୍ ଯାତାୟତ କରି ପାରିନାହିଁ। ଏଥିସହ ଭୁବନେଶ୍ୱରରୁ ବୁଡ଼ାଗୁଡା ଯାଉଥିବା ବସ୍ଗୁଡ଼ିକ ଅଧା ବାଟରେ ଅଟକି ରହିଛି।
ଏହି ରାସ୍ତା ଉପରେ ଦାରିଙ୍ଗବାଡ଼ି ବ୍ଲକର ତିଲୋରୀ ସମେତ ବୁଡ଼ାଗୁଡା ଗୁମିକିଆ ସହିତ ପଡ଼ୋଶୀ କୋଟଗଡ ବ୍ଲକର ପକାରୀ ଓ ବାଲିଗୁଡା ବ୍ଲକର ଋତୁଙ୍ଗିଆ ପଞ୍ଚାୟତ ବାସୀ ନିର୍ଭର କରିଥାନ୍ତି। ଗତକାଲିଠାରୁ ଅଞ୍ଚଳରେ ଲାଗିରହିଥିବା ଲଗାଣ ବର୍ଷାରେ ଆଜି ପୋଲଟି ଧସି ଯାଇଥିବା ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି।
ଏହି ପୋଲଟି ପାଖାପାଖି ୧୯୮୨ ମସିହାରେ ନିର୍ମାଣ ହୋଇଥିବା କହିବା ସହିତ କୌଣସି ସରକାରୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ।
ଏନେଇ ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ରାସ୍ତାଟି ପୂର୍ବରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିଲା, ଏବେ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର ହୋଇଛି। ସନ୍ଧ୍ୟା ସୁଦ୍ଧା ଧସି ଯାଇଥିବା ସ୍ଥାନଟିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ସହିତ ଉକ୍ତ ପୋଲ ଦେଇ ଯାତାୟତ ସୁବିଧା କରିବାକୁ କାର୍ଯ୍ୟ ଆରମ୍ଭ କରାଯାଇଥିବା ପ୍ରକାଶ କରିଥିଲେ। ଉକ୍ତ ରାସ୍ତା ସହିତ ସେହି ସ୍ଥାନରେ ନୂତନ ପୋଲ ନିର୍ମାଣ କରାଯିବ। ଏଥିପାଇଁ ଟେଣ୍ଡର ସରିଯାଇଛି।
କେବଳ ଏଗ୍ରିମେଣ୍ଟ ବାକି ରହିଛି ବୋଲି ପୂର୍ତ୍ତ ବିଭାଗ ଏସ. ଡି. ଓ ବ୍ରଜ କିଶୋର ମହାପାତ୍ର ପ୍ରକାଶ କରିଛନ୍ତି। ଅନ୍ୟ ପକ୍ଷରେ ବର୍ତ୍ତମାନ ସ୍ଥାନୀୟ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଲାଗି ରହିଥିବା ବେଳେ ଯଦି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟ ନସରେ ଓ ରାତିସାରା ବର୍ଷା ଲାଗି ରହେ ତେବେ ପୋଲଟିର ସମ୍ପୂର୍ଣ୍ଣ ରାସ୍ତା ଧୋଇହୋଇଯିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ସାଧାରଣରେ ଆଲୋଚନା ହେଉଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031