Indus Valley Times

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା ; କିଏ ମାରିଲା କାରଣ ଅସ୍ପଷ୍ଟ

 Breaking News

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା ; କିଏ ମାରିଲା କାରଣ ଅସ୍ପଷ୍ଟ

ବିଚ୍ ରାସ୍ତାରେ ଯୁବକଙ୍କୁ ନିର୍ମମ ହତ୍ୟା ; କିଏ ମାରିଲା କାରଣ ଅସ୍ପଷ୍ଟ
October 14
11:47 2025

ବରଗଡ଼. ୧୪/୧୦ : ସୋମବାର ବିଳମ୍ବିତ ରାତିରେ ବରଗଡ଼ ସହର ଉପକଣ୍ଠ ପାଣିଛତର-ଜମୁର୍ଡା ରାସ୍ତାରେ ଏକ ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି । ଓଭରବ୍ରିଜ ତଳୁ ଜଣେ ୨୬ ବର୍ଷିୟ ଯୁବକଙ୍କ ଗଳା କାଟି ହତ୍ୟା କରାଯାଇଛି । ମୃତ ଯୁବକ ଜଣଙ୍କ ଜମୁର୍ଡା ଟାଙ୍ଗରପଡାର ଭୀମସେନ ବିଶ୍ବାଳ ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଆଜି ସକାଳୁ ସକାଳୁ କିଛି ଲୋକ ଜମୁର୍ଡା ଓଭରବ୍ରିଜ ତଳେ ଜଣେ ବ୍ୟକ୍ତିଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିଥିଲେ । ଏନେଇ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଛାନ୍‌ଭିନ୍ ଜାରି ରଖିଛି । ମୃତଦେହରେ ଅନେକ କ୍ଷତ ସ୍ଥାନ ରହିଥିବା ବେଳେ ପ୍ରବଳ ରକ୍ତ ଶ୍ରାବ ହେଉଥିବାରୁ କେହି ତାଙ୍କୁ ପିଟି ପିଟି ହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ । ତେବେ ପୋଲିସର ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ହତ୍ୟାର ପ୍ରକୃତ କାରଣ ଜଣାପଡିବ ବୋଲି ସୂଚନା ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031