Indus Valley Times

ବିଜେଡିକୁ କାଉଣ୍ଟର କରିବା ସହ ନବୀନଙ୍କୁ ଉଚିତ୍ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

 Breaking News

ବିଜେଡିକୁ କାଉଣ୍ଟର କରିବା ସହ ନବୀନଙ୍କୁ ଉଚିତ୍ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ବିଜେଡିକୁ କାଉଣ୍ଟର କରିବା ସହ ନବୀନଙ୍କୁ ଉଚିତ୍ ଜବାବ ଦେଲେ ଧର୍ମେନ୍ଦ୍ର ପ୍ରଧାନ
October 05
16:21 2024

ଭୁବନେଶ୍ୱର,୫/୧୦: ଶନିବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ କଡ଼ା ଟାର୍ଗେଟ୍ କରିଛନ୍ତି। କିଛିଦିନ ତଳେ ଭାଜପା ମିଛ କହୁଛି ବୋଲି ନବୀନ କହିଥିଲେ। ମିଛ ପ୍ରତିଶ୍ରୁତି ଦେଇ ଭାଜପା କ୍ଷମତାକୁ ଆସିଥିଲେ ବୋଲି ନବୀନ କହିଥିଲେ । ତେବେ ଏହି ମନ୍ତବ୍ୟର ଆଜି କଡ଼ା ଜବାବ ରଖିଛନ୍ତି ଧର୍ମେନ୍ଦ୍ର। ସେ କହିଛନ୍ତି, ରାଜନୀତିରେ ଜୟ ପରାଜୟ ଲାଗି ରହେ। ଜିତିଲେ ଅଧିକ ଉନ୍ମାଦିତ ହେବା କି ପରାଜୟରେ ଅଧିକ ହତୋତ୍ସାହିତ ହେବାର ଆବଶ୍ୟକତା ନାହିଁ।
ପୂର୍ବରୁ ଭାଜପା ଅନେକ ଥର ହାରିଛି। ଦେଶରେ ୨ଟି ଲୋକ ସଭା ଆସନ ଥିଲା। ଓଡ଼ିଶାରେ କିଛି ଲୋକ ଭାଜପାକୁ ସାଇନ ବୋର୍ଡ କହୁଥିଲେ। ହେଲେ ଏବେ ଓଡ଼ିଶାବାସୀଙ୍କ ଆଶୀର୍ବାଦରେ ସେବା କରିବାର ସୁଯୋଗ ମିଳିଛି। ଲୋକମାନେ ଯାହାକୁ ଯେଉଁ ଭୂମିକା ଦେଇଛନ୍ତି। ଯାହାକୁ ସେବା କରିବାର ଭୂମିକା ଦେଇଛନ୍ତି ସେ ସେବା କରୁ। ଯାହାକୁ ଦାୟିତ୍ୱ ସମ୍ପନ୍ନ ବିରୋଧୀ ଦଳ ଭାବେ ଦାୟିତ୍ୱ ଦେଇଛନ୍ତି ସେ ତାକୁ ପାଳନ କରନ୍ତୁ। ବାକି କଥା ଲୋକ ବିଚାର କରିବେ ବୋଲି ନବୀନଙ୍କୁ କଡ଼ା କାଉଣ୍ଟର କରି ଧର୍ମେନ୍ଦ୍ର କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031