Indus Valley Times

ବୌଦ୍ଧ ଜିଲ୍ଲା ଜେଲରେ ଚାଲିଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ

 Breaking News

ବୌଦ୍ଧ ଜିଲ୍ଲା ଜେଲରେ ଚାଲିଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ

ବୌଦ୍ଧ ଜିଲ୍ଲା ଜେଲରେ ଚାଲିଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ
February 08
19:47 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୮/୨ :ଶୁକ୍ରବାର ଦିନ ୧୦ ଘଣ୍ଟା ସମୟରେ ବୌଦ୍ଧ ଜିଲ୍ଲା ଜେଲରେ ଥିବା ବନ୍ଦୀ ମାନଙ୍କୁ ଦିଆଯାଉଥିବା ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମକୁ ପରିଦର୍ଶନ କରିଛନ୍ତି ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶ ।
ଶ୍ରୀ ଦାଶ ସେଠାରେ ବନ୍ଦୀ ମାନଙ୍କୁ ଦିଆ ଯାଉଥିବା ଦୁଇଟି ବ୍ୟାଚର ତାଲିମ କାର୍ଯ୍ୟମକୁ ପରିଦର୍ଶନ କରିବା ସହ ତାଲିମ୍ ପୁସ୍ତକ ବଣ୍ଟନ କରିଥିଲେ ।
ତା ସହିତ ତାଲିମ୍ ନେଉଥିବା ବନ୍ଦୀ ମାନଙ୍କ ସହ ଆଲୋଚନା କରିବା ସହ ସେମାନେ ମୁକ୍ତ ହେବା ପରେ ଉକ୍ତ ତାଲିମର ବିନିଯୋଗ କରି ରୋଜଗାର ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବାକୁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ନ୍ୟାୟା ଧୀଶ ପ୍ରତାପ କୁମାର ପାତ୍ର, ଜ଼ିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା,ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ଉପ -ଜ଼ିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ , ଜ଼ିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ, ଜେନେରାଲ ମ୍ୟାନେଜର, ଜ଼ିଲ୍ଲା ଶିଳ୍ପ କେନ୍ଦ୍ର ଯୋଗେଶ୍ୱର ବିଶି ମଧ୍ୟ ଜ଼ିଲ୍ଲା କାରାଗାର ପରିଦର୍ଶନ କରିଥିଲେ ଏବଂ କଏଦୀ ମାନଙ୍କ ସହ ବାର୍ତ୍ତାଳାପ କରି ବହୁତ ଖୁସି ବ୍ୟକ୍ତ କରିଥିଲେ।
ପ୍ରଶିକ୍ଷଣ ଦେଉଥିବା ସନ୍ ସ୍ଥା ବି.ଭି.ଜି. ଇଣ୍ଡିଆ ଲିମିଟେଡ଼୍ ତଥା କୟେଦି ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ।
ଜିଲ୍ଲାପାଳଙ୍କ ପ୍ରସ୍ତାବ ମତେ ଏହିଭଳି ପ୍ରଶଂସନୀୟ ପ୍ରଚେଷ୍ଟା ପାଇଁ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ ଅଜୟ କୁମାର ଦାଶଙ୍କୁ ଜିଲ୍ଲା ଜଜ୍ ଏବଂ ଜିଲ୍ଲାପାଳ ବହୁତ ପ୍ରଶଂସା କରିଥିଲେ।
କାରାଗାରରୁ ମୁକ୍ତି ପାଇବା ପରେ ସେମାନଙ୍କ ପାଇଁ ₹୧୮୦୦୦/- ରୁ ୨୦୦୦୦ ଔର୍ଧ ମାସିକ ଦରମାରେ ନାମିଦାମୀ ମୋବାଇଲ କମ୍ପାନୀରେ ନିଶ୍ଚିତ ନିଯୁକ୍ତିର ବ୍ୟବସ୍ଥା ଅଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031