Indus Valley Times

ବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ

 Breaking News

ବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ

ବିଦ୍ୟାଳୟ କର୍ମଚାରୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ
October 31
21:39 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୧/୧୦ : ବିଦ୍ୟାଳୟ କର୍ମଚାରୀ ଙ୍କ ଠାରୁ ୪ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାବୁଡ଼ରେ ପଡିଲେ ପ୍ରଧାନ ଶିକ୍ଷକ । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ବୁଡ଼ାଗୁଡ଼ା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ କୁମାରମଣି ମଲ୍ଲିକ।
ନିଜ ସ୍କୁଲର ଜଣେ କର୍ମଚାରୀଙ୍କ ଉପସ୍ଥାନକୁ ନିୟମିତ କରାଇବା ଏବଂ ଗତ ୨ ମାସର ଦରମା ଉଠାଇବାରେ ସହଯୋଗ କରିବା ଲାଗି କୁମାରମଣି ତାଙ୍କଠାରୁ ୪ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।
ଟଙ୍କା ନ ଦେଲେ ଦରମା ଉଠାଇ ପାରିବ ନାହିଁ ବୋଲି ପ୍ରଧାନଶିକ୍ଷକ ଧମକ ଦେଇଥିଲେ। କୌଣସି ଉପାୟ ନ ପାଇ କର୍ମଚାରୀ ଜଣକ ଏ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଏହା ପରେ ଯୋଜନା ଅନୁଯାୟୀ ଭିଜିଲାନ୍ସ ଅଧିକାରୀମାନେ କୁମାରମଣିଙ୍କୁ ଧରିଥିଲେ।
କର୍ମଚାରୀ ଜଣକ ପ୍ରଧାନଶିକ୍ଷକ ଙ୍କୁ ଫୋନ ପେ ଜରିଆରେ ୪ ହଜାର ଟଙ୍କା ପଠାଇଥିଲେ।
ଭିଜିଲାନ୍ସ ପ୍ରଧାନଶିକ୍ଷକଙ୍କ ଉକ୍ତ ଫୋନକୁ ଜବତ କରିଛି।
ଏହା ପରେ ଭିଜିଲାନ୍ସ ପକ୍ଷରୁ କୁମାରମଣିଙ୍କ ୩ଟି ଠିକଣାରେ ଚଢ଼ାଉ କରାଯାଇଛି। ଏ ନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଅବ୍ୟାହତ ରଖିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031