Indus Valley Times

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଯୋଡା ସାହି ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

 Breaking News

ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଯୋଡା ସାହି ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

November 23
21:00 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ନୂଆଗାଁ,୨୩/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଶିକ୍ଷା କାର‌୍ୟ୍ୟାଳୟ ଅଧିନରେ ଥିବା ଯୋଡ଼ା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ମିଶ୍ରଣ କୁ ବିରୋଧ କରି ଯୋଡା ସାହି ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।ସୂଚନା ଅନୁଯାୟୀ କୋମଳ ମତି ଛାତ୍ର ଛାତ୍ରୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ରାଜ୍ୟସରକାର ଙ୍କ ତରଫରୁ ୦୧.୦୪.୨୦୦୮ ମସିହାରେ ସୀଙ୍ଗାର ପଲ୍ଲୀ ପଞ୍ଚାୟତ ଯୋଡ଼ା ସାହି ଗ୍ରାମରେ ଯୋଡ଼ା ସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।କିନ୍ତୁ ବିଡମ୍ବନା ର ବିଷୟ ୨୦୧୯- ୨୦ ମସିହାରେ ବିଦ୍ୟାଳୟରେ ୨୪ ଜଣ ଛାତ୍ର ଛାତ୍ରୀ ଥିବା ସତ୍ବେ ଶିକ୍ଷା ବିଭାଗୀୟ ଚିଠି ନଂ ୮୬୪/୧୬ .୧୧.୨୦୨୦ ଅନୁଯାୟୀ ୧.୬ ମିଟର ରୁ ଉର୍ଦ୍ଧ୍ବ ଦୂରରେ ଥିବା ଆମ୍ବପଡ଼ା ନୋଡାଲ ଉ: ପ୍ରା ବିଦ୍ୟାଳୟରେ ମିଶ୍ରଣ କରାଯାଉଛି।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଏହି ମିଶ୍ରଣ କୁ ବନ୍ଦ କରିବା ପାଇଁ ଯୋଡା ସାହି ଗ୍ରାମବାସୀ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ନୟାଗଡ ଜିଲ୍ଲାପାଳ ,ଜିଲ୍ଲା ଶିକ୍ଷା ଅଧିକାରୀ,ଜିଲ୍ଲା ପ୍ରକଳ୍ପ ସଂଯୋଜକ,ନୂଆଗାଁ ବିଡ଼ିଓ,ନୂଆଗାଁ ବ୍ଲକ୍ ଶିକ୍ଷା ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031