Indus Valley Times

ବିଧାନସଭା ଶୀତକାଳୀନ ଅଧିବେଶନ, ଜଗିବେ ୩୪ ପ୍ଲାଟୁନ୍ ଫୋର୍ସ

 Breaking News

ବିଧାନସଭା ଶୀତକାଳୀନ ଅଧିବେଶନ, ଜଗିବେ ୩୪ ପ୍ଲାଟୁନ୍ ଫୋର୍ସ

ବିଧାନସଭା ଶୀତକାଳୀନ ଅଧିବେଶନ, ଜଗିବେ ୩୪ ପ୍ଲାଟୁନ୍ ଫୋର୍ସ
November 23
15:39 2022

ଭୁବନେଶ୍ୱର,୨୩/୧୧: ଆସନ୍ତାକାଲିଠୁ ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଛି। ସୁରକ୍ଷା ଲାଗି କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ବିଧାନସଭା ରହିବ। ଆଜି ଏପରି କହିଛନ୍ତି ପୁଲିସ ଡିଜି ସୁନୀଲ ବଂଶଲ।
ସେ କହିଛନ୍ତି ଯେ, ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିବ। ୩୪ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ୨ ଜଣ ଅତିରିକ୍ତ ଡିସିପି ସୁରକ୍ଷା ବ୍ୟବସ୍ଥାକୁ ସୁପରଭିଜନ କରିବେ। ସେହିପରି ସିସିଟିଭି ସ୍କାନରରେ ମହାତ୍ମା ଗାନ୍ଧୀ ମାର୍ଗ ରହିବ। ଏହା ସହ ରାଲି, ଧାରଣା ଓ ସୁରକ୍ଷାକୁ ନଜରରେ ରଖି ୫ଟି କଣ୍ଟ୍ରୋଲ ରୁମ ଖୋଲାଯାଇଛି। ଷ୍ଟ୍ରାଇକିଂ ଫୋର୍ସ, କୁଇକ ରେସପେନ୍ସ ଟିମ, ସ୍ପେଶାଲ ଟାକଟିକାଲ ୟୁନିଟ, ଆର୍ମଡ଼ ପୁଲିସ, ରୁପ
ବିଧାନସଭା ସମୟରେ ଯେଉଁମାନେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି ତାହା ଅପରାଧ। ଏଣୁ ଗଣତାନ୍ତ୍ରିକ ଉପାୟରେ ଦାବି ଜଣାନ୍ତୁ ବୋଲି ସିପି ଅପିଲ କରିଛନ୍ତି। ଆସନ୍ତାକାଲିଠୁ ବିଧାନସଭା ଶେଷ ଯାଏଁ ସଂଲଗ୍ନ ଚତୁଃପାର୍ଶ୍ୱ ରାସ୍ତାକୁ ସିଲ କରାଯିବ ବୋଲି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।
ଆଜି ପୁଲିସ ଡିଜି ସୁନିଲ ବଂଶଲ ବିଧାନସଭା ଯାଇ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ। ତାଙ୍କ ସହିତ ଆଇନ ଶୃଙ୍ଖଳା ଏଡ଼ିଜି , ଗୁଇନ୍ଦା ଡ଼ିଆଇଜି, ପୁଲିସ କମିଶନର, ଭୁବନେଶ୍ୱର ଡିସିପି, ଟ୍ରାଫିକ ଡିସିପି ଓ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031