Legatus

ବିଭିନ୍ନ ଜଟିଳ ରୋଗରେ ପିଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲ୍ଲାପାଳ

 Breaking News

ବିଭିନ୍ନ ଜଟିଳ ରୋଗରେ ପିଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲ୍ଲାପାଳ

ବିଭିନ୍ନ ଜଟିଳ ରୋଗରେ ପିଡିତ ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ପଠାଇଲେ ଜିଲ୍ଲାପାଳ
April 01
10:02 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୧/୪ : ବିଭିନ୍ନ ଜଟିଳ ରୋଗରେ ପିଡିତ ଥିବା ୫ ଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ କଟକ ବଡ ମେଡିକାଲକୁ ପଠାଯାଇଛି । ବିଭିନ୍ନ ଅଭିଯୋଗ ଶୁଣାଣି ଶିବିରରେ ଏହି ରୋଗୀମାନେ ପିଡିତ ଥିବା ଦୃଷ୍ଟିକୁ ଆସିବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ତତ୍କାଳ ଚିକିତ୍ସାସେବା ଯୋଗାଇ ଦିଆଯାଇଛି । ଜିଲ୍ଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ୫ ଜଣକୁ ୩ ଟି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ପଠାଯାଇଛି ।
ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନେ ହେଲେ ମାନସିକ ରୋଗରେ ପିଡିତ ଥିବା କଣ୍ଟାମାଳ ବ୍ଲକ ଦପଲାର ଲୋଚନ ସାହୁ ଏବଂ ପତର୍ଲା ଗ୍ରାମର କିଡନୀ ରୋଗରେ ପିଡିତ ଥିବା ସାନ ସାଗର,ବୌଦ୍ଧ ବ୍ଲକ ମୁକୁନ୍ଦପୁର ଗ୍ରାମର ଭାରତୀ ନନ୍ଦୀଙ୍କ ମୁହଁରେ ପ୍ଲାଷ୍ଟିକ ସର୍ଜରୀ, ହରଭଙ୍ଗା ବ୍ଲକର ଗୁରୁଡାମୁଣ୍ଡାର ଚଳନ ବାଧିତ ସୁମନ୍ତ ପ୍ରଧାନଙ୍କ ଗୋଡ ଚିକିତ୍ସା ଓ ରାମ୍ଭିକଟା ଗ୍ରାମର ସଦାନନ୍ଦ ବେହେରାଙ୍କ ବେକ ଓ ହାତର ଚିକିତ୍ସା ପାଇଁ ପଠାଯାଇଥିବା ସହକାରୀ ଜିଲ୍ଲାପାଳ ଚନ୍ଦ୍ରକାନ୍ତ ବେହେରା ସୂଚନା ଦେଇଛନ୍ତି ।
ଏହି ରୋଗୀମାନଙ୍କ ସହ ଜିଲ୍ଲା ମୁଖ୍ୟଚିକିତ୍ସାଳୟର ଫାର୍ମାସିଷ୍ଟ ପ୍ରଶାନ୍ତ କୁମାର ନାଏକ,ଭେକ୍ଟର ପ୍ରଧାନ ଓ ଆକାଶ ପ୍ରଧାନ,ବୁଟୁପାଲି ସ୍ୱଧାର କେନ୍ଦ୍ର କାଉନସିଲର ସବିତା ହୋତା ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଟ୍ରେନିଙ୍ଗ ଅଫିସର ସୌଦାଗର ବେହେରା ଓ ରାଜେନ୍ଦ୍ର ନାରାୟଣ ସେନାପତି ଯାଇଛନ୍ତି ।
ବୌଦ୍ଧ ଜିଲ୍ଲାପ୍ରଶାସନ ପକ୍ଷରୁ ପୂର୍ବରୁ ଅନେକ ରୋଗୀଙ୍କୁ ବାହାରକୁ ପଠାଇ ଉନ୍ନତ ଚିକିତ୍ସା ସେବା ଯୋଗାଇଦିଆଯାଇଥିବାବେଳେ ଜଟିଳ ରୋଗରେ ପିଡିତ ଅନ୍ୟମାନଙ୍କୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଚିକିତ୍ସା ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସତ୍ୟରଂଜନ ସାହୁ ପ୍ରକାଶ କରିଛନ୍ତି । ଏହି ଅବସରରେ ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁର,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ହସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି ଓ ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମ୍ୟାନେଜର ଉତ୍ପଳ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ରାମ ନବମୀରେ ଉତ୍ସବ ମୁଖର ଜିଲ୍ଲାର ପୁରପଲ୍ଲି, ଆରମ୍ଭ ହେଲା ବୌଦ୍ଧର ରାମଲୀଳା ଯାତ୍ରା
ବୌଦ୍ଧ; ୧/୪ : ପବିତ୍ର ରାମ ନବମୀରେ ଜିଲ୍ଲାର ପୁରପଲ୍ଲି ଉତ୍ସବ ମୁଖର ହୋଇ ଉଠିଛି । କେଉଁଠି ପ୍ରଭୁଙ୍କ କଥାବସ୍ତୁ ନେଇ ପାରାୟଣ, ପ୍ରବଚନ ଚାଲିଥିବାବେଳେ ଆଉକେଉଁଠି ନାଟକ ମାଧ୍ୟମରେ ପ୍ରଭୁଙ୍କ ଲୀଳାକୁ ଭକ୍ତଙ୍କ ନିକଟରେ ପ୍ରଦର୍ଶନ କରାଯାଉଛି । ସେହିପରି ୧୮ଦିନ ବ୍ୟାପି ମୁକ୍ତାକାଶ ରଂଗମଂଚରେ ସହରର ରାମଲୀଳା ପଡିଆସ୍ଥିତ ମାରୁତୀ ମଣ୍ଡପରେ ବୌଦ୍ଧ ଗଡଜାତର ପ୍ରସିଦ୍ଧ ରାମଲୀଳା ଯାତ୍ରା ଉତ୍ସବ ପବିତ୍ର ରାମନବମୀ ଠାରୁ ଆରମ୍ଭ ହୋଇଯାଇଛିି ।
ରାମ ନବମୀ ଉତ୍ସବ ଅବସରରେ ସାରା ବୌଦ୍ଧ ସହର ଚଳ ଚଞ୍ଚଳ ରହିବା ସହିତ ରାମଲୀଳା ନାଟ୍ୟ ସଂସଦର ସମସ୍ତ ସଦସ୍ୟ ୧୮ ଦିନ ପରମ୍ପରା ଅନୁଯାୟୀ ବ୍ରତ ଧାରଣ କରିଛନ୍ତି । ସକାଳେ ସହରସ୍ଥିତ ହନୁମାନ ମନ୍ଦିର ନିକଟରୁ ମହାନଦୀର ପବିତ୍ର ଜଳକୁ ୧୦୮ କଳସୀରେ ଏକ ବିରାଟ ଶୋଭାଯାତ୍ରାରେ ନେଇ ମାରୁତୀ ମଣ୍ଡପଠାରେ ସ୍ଥାପନ କରାଯାଇଛି । ସନ୍ଧ୍ୟାରେ ସହରବାସୀ ନିଜଘର ଆଗରେ ଦୀପ ପ୍ରଜ୍ୱଳନକରି ପ୍ରଭୁଙ୍କ ଆଗମନକୁ ସ୍ୱାଗତ କରିଥିଲେ ଫଳରେ ଏକ ଅଧ୍ୟାମିôକ ବାତାବରଣ ଆଜିଠାରୁ ଆରମ୍ଭ ହୋଇଯାଇଛି ।
ପ୍ରତ୍ୟେହ ସଂଧ୍ୟାରେ ରାମଲୀଳା ପଡିଆ ଠାରେ ରାମାୟଣ ପାରାୟଣ,ଭଜନସନ୍ଧ୍ୟା ଓ ନିର୍ବାକ୍ ନୃତ୍ୟ ନାଟିକା ପରେ ପ୍ରଥମ ଦିବସରେ ଭଗବାନ ଶ୍ରୀରାମଙ୍କ ସହିତ ତାଙ୍କର ଅନ୍ୟ ଭ୍ରାତାମାନଙ୍କ ଜନ୍ମ ନାଟକ ମଂଚସ୍ଥ କରାଯାଇଛି । ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ନାଟକ କଥାବସ୍ତୁକୁ ନିର୍ଦ୍ଦେଶକ ଭବାନୀଶଙ୍କର ମହାପାତ୍ର ନିର୍ଦ୍ଦେଶନା ଦେଇ ଆସୁଛନ୍ତି । ଅନୁଷ୍ଠାନର ବର୍ଷିୟାନ କଳାକାରଙ୍କ ହୃଦୟସ୍ପର୍ଶି ମଂଚସ୍ଥ ଏହି ଯାତ୍ରାର ସ୍ୱତନ୍ତ୍ରତାକୁ ଦ୍ୱିଗୁଣିତ କରିପାରିଛି । ଚଳିତ ବର୍ଷ ଏହି ୧୮ଦିନ ଯାତ୍ରାକୁ ଅଧିକ ସାଣିତ କରିବା ନେଇ ଜିଲ୍ଲା ପ୍ରଶାସନ ଅଧିକ ତତ୍ପର ରହିଛନ୍ତି । ଅନୁଷ୍ଠାନର ସଭାପତି ମୃତ୍ୟୁଞ୍ଜୟ ମିଶ୍ରଙ୍କ ନେତୃତ୍ୱରେ ଚଳିତବର୍ଷ ଏହି ଯାତ୍ରାକୁ ସୁଦୁରପ୍ରସାରୀ କରିବା ଲକ୍ଷ୍ୟରେ ଅନୁଷ୍ଠାନ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930