Indus Valley Times

ବିଭିନ୍ନ ପ୍ରକାର ଫଳରୁ ତିଆରି ହେଉଛି ପୋଷାକ

 Breaking News

ବିଭିନ୍ନ ପ୍ରକାର ଫଳରୁ ତିଆରି ହେଉଛି ପୋଷାକ

December 07
18:27 2021

ଗାନ୍ଧିନଗର,୭/୧୨: ପୂର୍ବରୁ ପଶୁଙ୍କ ଚମଡ଼ା/ଲୋମରୁ ପୋଷାକ ତିଆରି ହେଉଥିବା ଶୁଣିଥିବେ। କିନ୍ତୁ କେବେ କଦଳୀ, ମକା, ଡାଳିମ୍ବ ଆଦି ଫଳ ସମେତ ବାଉଁଶରୁ ବି ପୋଷାକ ତିଆରି ହେବାର କେବେ ଶୁଣିଛନ୍ତି। ବାସ୍ତବରେ ଫଳରୁ ବି ପୋଷାକ ତିଆରି ହୋଇପାରୁଛି। ଏପରି ଘଟଣା ଗୁଜୁରାଟର ସୁରଟରୁ ସାମ୍ନାକୁ ଆସିଛି।
ଗୁଜୁରାଟର ସୁରଟର ଚ୍ୟାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଏବଂ ସଦର୍ନ ଗୁଜୁରାଟ ଚ୍ୟାମ୍ବର ଅଫ ଆଣ୍ଡ ଇଣ୍ଡଷ୍ଟ୍ରିଜ ଡେଭଲପମେଣ୍ଟ ସେଣ୍ଟରର ମିଳିତ ଉଦ୍ୟମରେ ତିନିଦିନ ବ୍ୟାପୀ ୟାର୍ନ ଏକ୍ସପୋ-୨୦୨୧ ଆରମ୍ଭ ହୋଇଛି। ଭାରତ ସରକାର ବୟନ ଏବଂ ରେଳ ମନ୍ତ୍ରୀ ଦର୍ଶନ ଜାରଦୋଶ ଏହି ମେଳାର ଶୁଭାରମ୍ଭ କରିଥିଲେ। ଏହି ପ୍ରଦର୍ଶନୀରେ ବିଭିନ୍ନ ପ୍ରକାର ସାମଗ୍ରୀ ପ୍ରଦର୍ଶିତ ହୋଇଛି।
ଯେଉଁଥିରେ ବିଶେଷ ଭାବେ କଦଳୀ, ଡାଳିମ୍ବ ଏବଂ ବାଉଁଶରୁ ପ୍ରସ୍ତୁତ ଫାଇବର ସୂତା ଓ ଏଥିରୁ ତିଆରି ପୋଷାକ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଲୋକେ ଏହି ଫଳରେ ତିଆରି ପୋଷାକ ଦେଖିବାକୁ ଭିଡ଼ ଲଗାଇଛନ୍ତି। ଉଦ୍ୟାଗପତି ସୁମିତ ଅଗ୍ରୱାଲ କହିଛନ୍ତି, କୃଷକମାନେ ଅଦରକାରୀ ଜିନିଷକୁ ଜଳାଇ ଦେଇଥାନ୍ତି।
ଯେଉଁଥିରୁ ପ୍ରଦୂଷଣ ସୃଷ୍ଟି ହୋଇଥାଏ। ମାତ୍ର ଏବେ ଏହି ଅଦରକାରୀ ଜିନିଷରୁ ପୋଷାକ ତିଆରି କରାଯାଉଛି। ଯାହା କୃଷକମାନଙ୍କ ପାଇଁ ମଧ୍ୟ ଲାଭଦାୟକ ହେବ। ଆସନ୍ତା ମାସରୁ ସପୁରୀରୁ ବି ପୋଷାକ ତିଆରି ହେବ ବୋଲି ସୁମିତ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031