Indus Valley Times

୧୧ ଦଫା ଦାବୀରେ ଜିଲ୍ଲା ପ୍ରଶାସନ ସହିତ ପାଣ – ଗଣ୍ଡା ସମାଜର ବୈଠକ

 Breaking News

୧୧ ଦଫା ଦାବୀରେ ଜିଲ୍ଲା ପ୍ରଶାସନ ସହିତ ପାଣ – ଗଣ୍ଡା ସମାଜର ବୈଠକ

December 15
17:20 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୫/୧୨: ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲ୍ଲାପାଳ ଙ୍କ ସଦଭାବନା ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ବୈଠକରେ ସଂଗଠନର ୧୧ ଦଫା ଦାବୀ ପୂରଣ ଉପରେ ତୁରନ୍ତ ବିହୀତ ପଦକ୍ଷେପ ଗ୍ରହଣ କରିବା ସହିତ ଦୃଢ ପ୍ରତିଶୃତି ପ୍ରଦାନ କରିଥିଲେ ।
ବୌଦ୍ଧ ଜିଲ୍ଲାର ସମସ୍ତ ଡିହ ହୀନ ଙ୍କୁ ଦଶ ଡେସିମିଲ୍ ଘରବାରୀ ପଟ୍ଟା ପ୍ରଦାନ, ଭୂମି ହୀନ ଙ୍କୁ ଦୁଇ ଏକର ଚାଷ ଜମି ପ୍ରଦାନ , ଜିଲ୍ଲାର ସମସ୍ତ ବସ୍ତିକୁ ସବୁଦିନିଆଁ ପକ୍କା ରାସ୍ତା ନିର୍ମାଣ , ଜିଲ୍ଲାର ସମସ୍ତ ବସ୍ତି ରେ କମ୍ୟୁନିଟି ସେଣ୍ଟର ନିର୍ମାଣ , ଜିଲ୍ଲାର ସମସ୍ତ ପରିବାର କୁ ବିଶୁଦ୍ଧ ପାନୀୟ ଜଳର ସୁବ୍ୟବସ୍ଥା , ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ଭାବେ ପ୍ରତି ବ୍ଲକରେ ତିନୋଟି ଉଚ୍ଚ ବିଦ୍ୟାଳୟ ସେବାଶ୍ରମ ଏବଂ ଦୁଇଟି ମହାବିଦ୍ୟାଳୟ ସେବାଶ୍ରମ ନିର୍ମାଣ , ଜିଲ୍ଲାର ସମସ୍ତ ବାସହୀନଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ପକ୍କାଘର ନିର୍ମାଣ , ଜିଲ୍ଲାର ସମସ୍ତ ଅଯୋଗ୍ୟ ଧନୀ , ଜମିଦାରୀ , ମୁଷ୍ଟିମେୟ ସ୍ବଚ୍ଛଳ ପରିବାର ବର୍ଗ ଙ୍କୁ ତୁରନ୍ତ ଅନ୍ତଦ୍ୟୋୟ ଅନ୍ନପୂର୍ଣ୍ଣା ଯୋଜନା ହିତାଧିକାରୀ ଙ୍କୁ ବାଦ ଦେବା , ଜିଲ୍ଲାର ସମସ୍ତ ବୃଦ୍ଧ,ବୃଦ୍ଧା,ବିଧବା,ଅସହାୟ ଭିନ୍ନକ୍ଷମ ମାନଙ୍କୁ ତୁରନ୍ତ ଭତ୍ତା ପ୍ରଦାନ ନେଇ ଆଲୋଚନା ହୋଇଥିଲା।
ଏଥିରେ ସଂଗଠନ ପକ୍ଷରୁ ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ନେତୃତ୍ବ ରେ ଜିଲ୍ଲା ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ , ଜିଲ୍ଲା ଉପ ସଭାପତି ବସନ୍ତ କୁମାର ଖୁରା ,ଦଶରଥ ବେହେରା , ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି ,ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ ,ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସନ୍ତୋଷ ବେହେରା ,ପୁରୁଷୋତ୍ତମ ବାଘ ,ନନ୍ଦିନୀ ନାଏକ , ଧରଣୀଧର ବିଭାର ,ବିଶ୍ବଜିତ ହରିପାଲ ,ନେତ୍ରାନନ୍ଦ ଦୀପ ,ସୁବ୍ରତ କୁମାର ଜଗଦଲା ,ଜୟରାମ ହରିପାଲ , ଅଭୟ ବେହେରା,ବରୁଣ ରାଜଦୀପ,ରମେଶ ମହାନନ୍ଦିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୌଦ୍ଧରେ ମାଓବାଦୀ ଓ ଏସଓଜି ମଧ୍ୟରେ ଗୁଳିବିନିମୟ
ବୌଦ୍ଧ,୧୫/୧୨:ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ନଳିକୁପା ଜଙ୍ଗଲରେ ଗୁରୁବାର ଦିନ ଅପରାହ୍ନରେ ମାଓବାଦୀ ଓ ଏସଓଜି ମଧ୍ୟରେ ଗୁଳିବିନିମୟ ହୋଇଥିବା ଜଣାପଡିଛି । ଏବେବି ପ୍ରାୟ ୩୫-୪୦ ମାଓବାଦୀ ଥିବା ଜଣାପଡିଛି ।
ପ୍ରକାଶ ଯୋଗ୍ୟ ଯେ, ବୌଦ୍ଧ ପୁଲିସ ପକ୍ଷରୁ ମନମୁଣ୍ଡା ଥାନା ଅର୍ନ୍ତଗତ ଶଗଡା ଫାଣ୍ଡି ଅଞ୍ଚଳର ରାବେଣଶ୍ୱର ଜଙ୍ଗଲରେ ୩୫ ରୁ ୪୦ ମାଓବାଦୀ ବୁଲୁଥିବା ନେଇ ଗତ ନଭେମ୍ବର ୧୯ ତାରିଖରେ ଏସଓଜି ଓ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ମାଓବାଦୀ ପକ୍ଷରୁ ପୁଲିସ ଫୋର୍ସ ଉପରକୁ ଫାଇରିଙ୍ଗ ଓ ବମ୍ବିଙ୍ଗ କରିଥିଲେ । ପୁଲିସ ମଧ୍ୟ ପାଲଟା ଫାଇରିଙ୍ଗ କରିବା ପରେ ମାଓବାଦୀ ମାନେ ଘଟଣା ସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ପକ୍ଷରୁ ଘଟଣା ସ୍ଥଳରୁ ବ୍ୟାପକ ମାଓ ସାମଗ୍ରୀ ଜବତ କରିବାରେ ସଫଳ ହୋଇଥିଲା ।
ପୁଲିସ ମାଓ ସାମଗ୍ରୀ ଜବତ କରିବା ପରେ ଏହାର କିଛି ଦିନ ପରେ ଶଗଡା ଫାଣ୍ଡି ଅଞ୍ଚଳର ତିଲପଙ୍ଗା ଅଞ୍ଚଳରେ ମାଓ ପୋଷ୍ଟର ଦେଖିବାକୁ ମିଳିଥିଲା । ପୁଣି ଗୁରୁବାର ଦିନ ନଳିକୁପା ଜଙ୍ଗଲରେ ମାଓବାଦୀ ଓ ଏସଓଜି ମଧ୍ୟରେ ଗୁଳି ବିନିମୟ ହୋଇଥିବା ଜଣାପଡିଛି । ମାଓବାଦୀ ଓ ଏସଓଜି ମଧ୍ୟରେ କିିଛି ସମୟ ଧରି ଗୁଳିବିନିମୟ ହୋଇଥିବା ସୁଚନା ମିଳିଛି ।
ମାଓବାଦୀ ଓ ଏସଓଜି ଗୁଳିବିନିୟମ ହେବା ଫଳରେ ଏହି ଅଂଚଳରେ ଥିବା ବାରକୁଥୁଲି, ସଲଣ୍ଡା, ଚାଂଚେର, ଡୁଡୁସିଙ୍ଗ, ଆଡସିଙ୍ଗା, କଦଳୀବାରୀ ଆଦି ଗ୍ରାମର ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ବୌଦ୍ଧ ଏସପି ରାଜ ପ୍ରସାଦ ଙ୍କ ନେତୃତ୍ୱରେ ମନମୁଣ୍ଡା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ, ଶଗଡାଫାଣ୍ଡି ଅଧିକାରୀ ପ୍ରମୁଖ ଘଟଣା ସ୍ଥଳରେ ପହଂଚି ଥିବା ଜଣାପଡିଛି ।
ଛତ୍ରଙ୍ଗ ଠାରେ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ
ବୌଦ୍ଧ,୧୫/୧୨: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଛତ୍ରଙ୍ଗ ଗ୍ରାମସ୍ଥିତ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳପଡିଆ ଠାରେ ଗୁରୁବାର ଦିନ ଚତୁର୍ଥ ପଞ୍ଚାୟତ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।
ସ୍ଥାନୀୟ ସରପଞ୍ଚ ବିନୋଦିନୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥିଭାବେ ଜିଲ୍ଲାପରିଷଦ ଅଧ୍ୟକ୍ଷା ପ୍ରଭାସୀନୀ ଦାସ ଯୋଗ ଦେଇଥିବା ବେଳେ ହରଭଙ୍ଗା ବ୍ଳକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ , ସମାଜସେବୀ ପ୍ରଦୀପ୍ତ କୁମାର ସାହୁ, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଜୟ କୁମାର ମିଶ୍ର , ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ କମଳ ଲୋଚନ ସାହୁ, ତ୍ରିଲୋଚନ ପ୍ରଧାନ, କ୍ରୀଡାର ଆବାହକ ଶୁଶିଲ କୁମାର ପ୍ରଧାନ ଯୋଗ ଦେଇ ମଞ୍ଚାସୀନ ଥିଲେ ।
ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗିତ ଗାନ କରାଯାଇଥିଲା । ପ୍ରତିଯୋଗିତାରେ ଛତ୍ରଙ୍ଗ, ଖରଭୁଇଁ, ବାଇଶିପଡ, କୁଟଗାଡୁ, ଝାରଖମଣ, ଗୁଣ୍ଡୁରିସାହି, କଣ୍ଠିପଦର , ଭାଲିଆଗୋରା ଆଦି ଗ୍ରାମର ପ୍ରାଥମିକ,ଉଚ୍ଚ ପ୍ରାଥମିକ ଓ ସ୍ୱରସ୍ୱତୀ ଶିଶୁ ମନ୍ଦିର ଆଦିର ୫୦୦ରୁ ଅଧିକ ଛାତ୍ର ଛାତ୍ରୀ ଭାଗ ନେଇଥିଲେ । ଖେଳକୁ ଖେଳ ଶିକ୍ଷକ ନିରଂଜନ ସାହୁ ପରିଚାଳନା କରିଥିଲେ । ଖେଳରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଛତ୍ରଙ୍ଗ ତ୍ରିନାଥ ଯୁବକ ସଂଘର କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।
ବୌଦ୍ଧ ଧନୁଯାତ୍ରାର ପଞ୍ଚମ ସଂନ୍ଧ୍ୟା :ପରିବେଷିତ ହେଲା ନାଟକ ରାସକୁଂଜେ ରସରାଜ
ବୌଦ୍ଧ,୧୫/୧୨: ବୌଦ୍ଧ ଭୈରବୀ ପଡିଆଠାରେ ସହରର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ମଦନ ମୋହନ ନାଟ୍ୟ କଳାପରିଷଦ ପକ୍ଷରୁ ଗତ ଶନିବାର ଠାରୁ ଆରମ୍ଭ ହୋଇଥିବା ଧନୁଯାତ୍ରା ନାଟ୍ୟୋତ୍ସବର ଗୁରୁବାର ଦିନ ଥିଲା ପଞ୍ଚମ ସଂନ୍ଧ୍ୟା । ନାଟକ ପ୍ରାରମ୍ଭରୁ ଏକ ନୃତ୍ୟ ନାଟିକା ମାତୃରୁପେଣ ସଂସ୍ଥିତା ପରିବେଷିତ ହୋଇଥିଲା । ପଞ୍ଚମ ସଂନ୍ଧ୍ୟାରେ ନାଟକ ପରିବେଷଣ ହୋଇଥିଲା ରାସକୁଂଜେ ରସରାଜ ।
ଏହି ନାଟକରେ କୃଷ୍ଣ ରୋଗଣା ଗ୍ରସ୍ତରେ ଥିବାରୁ ରାଧାଙ୍କର ସତିତ୍ୱ ପରୀକ୍ଷା,ରାଇକିଶୋର ଓ ରାଇ ଦରବାର ପର୍ଯ୍ୟନ୍ତ ପରିବେଷିତ ହୋଇଥିଲା । ଏହି ନାଟ୍ୟତ୍ସୋବରେ ସମସ୍ତ ନାଟକ ଗୁଡିକ ବୌଦ୍ଧଜିଲ୍ଲାର ଜଣାଶୁଣା ବରିଷ୍ଠ ନାଟ୍ୟକାର ହୃଦାନନ୍ଦ ମେହେରଙ୍କ ଦ୍ୱାରା ରଚିତ ହୋଇଥିବା ବେଳେ ଓ ଦେବାଙ୍ଗନ ମେହେରଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳା ବା ପୌରାଣିକ କଥାବସ୍ତୁକୁ ଯାତ୍ରା ନାଟକ ଶୈଳୀରେ ପ୍ରତିଦିନ ପରିବେଷଣ ହେଉଛି । ନାଟକ ଗୁଡିକୁ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ପରିବେଷିତ ହେଉଅଛି ଯାତ୍ରାକୁ ଅଧିକ ସରସ ସୁନ୍ଦର କରିବାକୁ ମିନାବଜାର ଓ ବାଣିଜମେଳାର ଆୟୋଜନ କରାଯାଇଛି । ଶୀତ ସନ୍ଧ୍ୟାରେ ମଧ୍ୟ ନାଟକ ଦେଖିବା ପାଇ ଲୋକଙ୍କ ଗହଳି ହେଉଥିବା ଦେଖିବାକୁ ମିଳିଛି ।
ଦୌଡକୁଦ ପ୍ରତିଯୋଗିତା ଉଦଯାପିତ
ବୌଦ୍ଧ,୧୫/୧୨: ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କ୍ରୀଡା କ୍ଳବ୍ ତରଫରୁ ଦୁଇଦିନ ଧରି ଚାଲିଥିବା ଦୌଡ଼କୁଦ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ,ଉପାଧ୍ୟକ୍ଷା ସୁଭାସିନୀ ସେଠୀ, ଏବଂ ପୂର୍ବତନ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ତଥା ବିଶିଷ୍ଠ କ୍ରୀଡାବିତ୍ ସମ୍ମାନିତ ଅତିଥି ଭାବେ ରଞ୍ଜିତ ରାଉତ୍, ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ମୁଖ୍ୟ ନୋଡାଲ ଅଧିକାରୀ ଡ଼ ସୁଜାତା ସାହୁ ଏବଂ ଜିଲ୍ଲା ନୋଡାଲ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ଉପସ୍ଥିତ ଥିଲେ ।
କ୍ରୀଡ଼ା କ୍ଳବ୍ ର ନୋଡାଲ ଅଧିକାରୀ ସଦାନନ୍ଦ ମାହାର ବିବରଣୀ ପାଠ କରିଥିଲେ । ଡ଼ ଅମରେଶ ସାହୁ ମଞ୍ଚ ପରିଚାଳନା କରିଥିଲେ। ଶେଷରେ ପ୍ରଦୀପ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ । କ୍ରୀଡା କ୍ଳବ୍ ର ସଦସ୍ୟ ଅଧ୍ୟାପକ ପ୍ରତାପ କୁମାର ରଥ, ସନ୍ତୋଷ ସାହୁ, ମମତା ମଲ୍ଲିକ, ମୁକ୍ତି ସାହୁ, ସୁରଜ୍ ନାଏକ, ତ୍ରିନାଥ ରଣା, ରିତୁ ଭାମୀ, ଜ୍ୟୋତିର୍ମୟୀ ପ୍ରଧାନ, ଲମ୍ବୋଦର ପୁରୋହିତ ଏବଂ ଅନ୍ୟାନ୍ୟ ଅଧ୍ୟାପକ ଏବଂ ଅଧ୍ୟାପିକାମାନେ ସହଯୋଗ କରିଥିଲେ।
ଶେଷରେ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଦୌଡକୁଡ଼ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।ଯୁକ୍ତ ତିନି ସ୍ତରରେ ବାଳକ ବିଭାଗରେ ସ୍ବାଗତ ଦେହୁରୀ ଓ ବାଳିକା ବିଭାଗରେ ସ୍ୱାଗତିକା ପ୍ରଧାନ ଚାମ୍ପିଅନ ହୋଇଥିବା ବେଳେ ଯୁକ୍ତ ଦୁଇ ସ୍ତର ବାଳକ ବର୍ଗରେ ଶ୍ରବଣ ସେଠୀ ଓ ବାଳିକା ବର୍ଗରେ ମିନାକ୍ଷୀ ପାଣ୍ଡେ ଶ୍ରେଷ୍ଠ କ୍ରୀଡାବିତ୍ ଭାବେ ପୁରସ୍କୃତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

April 2024
M T W T F S S
1234567
891011121314
15161718192021
22232425262728
2930