Legatus

ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ, ୨୬ ପରେ ବଦଳିବ ପାଣିପାଗ

 Breaking News

ବିଭିନ୍ନ ସ୍ଥାନରେ ବର୍ଷା ସାଙ୍ଗକୁ କୋହଲା ପାଗ, ୨୬ ପରେ ବଦଳିବ ପାଣିପାଗ

January 24
10:11 2024

ଭୁବନେଶ୍ବର, ୨୪/୧: ଗତକାଲି ରାତିରେ ଭୁବନେଶ୍ବର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଥିବା ବେଳେ ଆଜି କୋହଲା ପାଗ ପରିଲକ୍ଷିତ ହୋଇଛି। ଦ୍ବୈତ ନଗରୀ ଭୁବନେଶ୍ବର-କଟକରେ ହାଲୁକା ବର୍ଷା ଲୋକଙ୍କୁ ଯାତାୟତରେ ଅସୁବିଧା ସୃଷ୍ଟି କରିଛି। ଆଜି ସକାଳୁ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ହାଲୁକା ବର୍ଷା ଦେଖିବାକୁ ମିଳିଛି। ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟରେ କୋହଲା ପାଗ ଲାଗି ରହିଛି।
ଆଜି ଓ ଆସନ୍ତାକାଲି ରାଜ୍ୟର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଓ ଆସନ୍ତାକାଲି ଅନୁରୂପ ପାଗ ରହିବ ବୋଲି ଜଣାଯାଇଛି। ଏଣେ ଆଗାମୀ ୨୬ ତାରିଖରୁ ପାଣିପାଗରେ ପରିବର୍ତ୍ତନ ଘଟିବ ବୋଲି ସୂଚନା ରହିଛି।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930