Legatus

ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ

 Breaking News

ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ

October 06
09:31 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୦: ବୌଦ୍ଧଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ହରଭଙ୍ଗା ବ୍ଲକ ବିରନରସିଂହପୁର ପଂଚାୟତରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିରନରସିଂହପୁର ପଂଚାୟତରେ ହରଭଙ୍ଗା ବ୍ଲକ କଂଗ୍ରେସ ସଭାପତି ପଙ୍କଜ କର୍ଣ୍ଣଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା ।
କଂଗ୍ରେସର ନେତା ଓ କର୍ମୀମାନେ ପଂଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରାରେ ଘରଘର କୁ ଯାଇ ବର୍ତ୍ତମାନ ପରିସ୍ଥିତିରେ କଂଗ୍ରେସ ହିଁ ବିକଳ୍ପ ବୋଲି ଜନସାଧାରଣଙ୍କୁ ବୁଝାଇଥିଲେ । ଏହା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦୁର୍ନିତି ଉପରେ ଲୋକଙ୍କୁ ସଚେତନ କରାଯଥିଲେ ।
କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ପ୍ରବକ୍ତା ଶାନ୍ତନୁ ମହାପାତ୍ର, ଉପସଭାପତି ସମରେଶ ମିଶ୍ର, ହରଭଙ୍ଗା ବ୍ଲକ ସଂପାଦକ ପଲସ୍ତି ପ୍ରଧାନ ପ୍ରମୁଖ ସାମିଲଥିଲେ ।
ବୌଦ୍ଧଗଡ ଏନଏସି କାର୍ଯ୍ୟନିବାହୀଅଧିକାରୀଙ୍କ ବଦଳି ବାତିଲ ଦାବିରେ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ସ୍ୱୟଂସହାୟକ ମହିଳା ଓ କର୍ମଚାରୀ
ବୌଦ୍ଧ,୬/୧୦: ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଇଂ.ମନରଂଜନ ପଣ୍ଡା ବଦଳି ହୋଇଥିବା ଖବର ଜଣାପଡିବା ପରେ ବୌଦ୍ଧ ସହରର ମହିଳା ସ୍ୱୟଂସହାୟକ ଦଳ ସଦସ୍ୟା ଓ ବିଜ୍ଞାପିତ ଅଞ୍ଚଳ ପରିଷଦର କର୍ମଚାରୀମାନେ ବଦଳିକୁ ବାତିଲ କରିବାକୁ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ମିଳିଥିବା ସୂଚନା ମୁତାବକ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପଣ୍ଡାଙ୍କ ଅନ୍ୟତ୍ର ବଦଳି ହୋଇଛି ।
ମହିଳା ସ୍ୱୟଂସହାୟଦଳ ମହିଳା ଓ କର୍ମଚାରୀ ମାନେ ଏହା ଜାଣିବା ପରେ ସେ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବହୁ ଉନ୍ନତି ମୁଳକ କାର୍ଯ୍ୟ କରିଛନ୍ତି । ଏଣୁ ତାଙ୍କ ବଦଳିର ପୁନଃ ବିଚାର କରାଯାଇ ତାଙ୍କୁ ପୁନଶ୍ଚ ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିବାହୀ ଅଧିକାରୀ ଭାବରେ ଅବସ୍ଥାପିତ କରିବାକୁ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଦାବୀ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ସମୟରେ ବହୁ ସ୍ୱୟଂସହାୟଦଳ ମହିଳା ଓ କର୍ମଚାରୀ ମାନେ ସାମିଲ ଥିଲେ ।
ବୌଦ୍ଧ : ଶିକ୍ଷଣ ସାମଗ୍ରୀ କର୍ମଶାଳା
ବୌଦ୍ଧ, ୬/୧୦: ବୌଦ୍ଧ ଜିଲ୍ଳା ହରଭଙ୍ଗା ବ୍ଳକ ବୀରନରସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଳଷ୍ଟରସ୍ତରୀୟ ଶିକ୍ଷଣ ସାମଗ୍ରୀ କର୍ମଶାଳା ଆଜି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କର୍ମୀ ଅର୍ଜୁନ କହଁରଙ୍କ ତତ୍ୱାବଧାନରେ ଅନୁଷ୍ଠିତ କର୍ମଶାଳାରେ ୯ ଗୋଟି ବିଦ୍ୟାଳୟର ୯ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ସାଧନକର୍ମୀ ଭାବରେ ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀ ନବନିତା ବେହେରା ଯୋଗଦେଇଥିଲେ ।
ବୌଦ୍ଧ : ତମାଖୁ ମୁକ୍ତ ଶିକ୍ଷାନୁଷ୍ଠାନ ଗଢିତୋଳିବା ପାଇଁ ପ୍ରଶିକ୍ଷଣ ଶିବିର
ବୌଦ୍ଧ, ୬/୧୦: ବୌଦ୍ଧ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲାର ଶିକ୍ଷାନୁଷ୍ଠାନ ଗୁଡିକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନ ଗଢିତୋଳିବା ପାଇଁ ଆଜି ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲାପାଳଙ୍କ ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରଶିକ୍ଷଣ ଶିବିରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜୟକୃଷ୍ଣ ମିଶ୍ର, ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ମଦନମୋହନ ପ୍ରଧାନ,ଦନ୍ତ ଚିକିତ୍ସକ ବର୍ଷା ପ୍ରିୟଦର୍ଶନୀ , ଡିପିଏମ ରୂପକ ମହାପାତ୍ର ଓ ପରାମର୍ଶଦାତା ଆଲୋକ ମିଶ୍ର ଯୋଗଦେଇଥିଲେ ।
ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ୧୨ ଗୋଟି ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ଓ ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ, କର୍ମଚାରୀ ସାମିଲ ହୋଇ ତମାଖୁମୁକ୍ତ କରିବା ପାଇଁ ପ୍ରଶିକ୍ଷଣ ନେଇଥିଲେ । ଚଳିତ ବର୍ଷ ଜିଲ୍ଲାର ୩୦ ଗୋଟି ଶିକ୍ଷାନୁଷ୍ଠାନକୁ ତମାଖୁମୁକ୍ତ ଶିକ୍ଷାନୁଷ୍ଠାନରେ ଘୋଷିତ କରିବା ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ଦିଆଯାଇଥିଲା । ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ତମାଖୁ ପ୍ରଶିକ୍ଷଣ ଶିବିର କରିବା ପାଇଁ ଯୋଜନା ରହିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।
ବୌଦ୍ଧ: ଜିଲ୍ଲା ସ୍ତରୀୟ ବିଶ୍ଵ ପ୍ରାଣୀ ଦିବସ ପାଳିତ
ବୌଦ୍ଧ, ୬/୧୦: ବୌଦ୍ଧ ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ତରଫରୁ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ବିଶ୍ଵ ପ୍ରାଣୀ ଦିବସ ପାଳିତ ହୋଇଯାଇଛି । ଯାହାର ଶୀର୍ଷକ ଥିଲା ପ୍ରାଣୀ ମଙ୍ଗଳ ଓ ପ୍ରାଣୀ ସୁରକ୍ଷା।
ଏହି ଅବସର ରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡା ରାମା ରାଓ ପାଲୋ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ନୃସିଂହ ଚରଣ ସ୍ୱାଇଁ ଓ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ ଯୋଗ ଦେଇଥିଲେ।
ଏହି ଅବସର ରେ ଜିଲ୍ଲା ସ୍ତରୀୟ ଜୀବେ ନିଷ୍ଠୁରତା ନିରୋଧ ସମିତି କୁ ଅଧିକ କାର୍ଯ୍ୟକ୍ଷମ କରିବା ସହିତ ପ୍ରାଣୀ ସୁରକ୍ଷା ର ବିଭିନ୍ନ ଦିଗ ଯେପରିକି ବେଆଇନ ଗୋରୁ ଚାଲାଣ,ରାସ୍ତା କଡ଼ରେ ଖୋଲାଖୋଲି ଭାବରେ ଜୀବ ହତ୍ୟା କରି ଛେଳି କୁକୁଡ଼ା ଆଦି ମାଂସ ର ଅବାଧ ବିକ୍ରୀ ନିୟନ୍ତ୍ରଣ ଦିଗରେ ବିଭିନ୍ନ ପଦକ୍ଷେପ ନେବା ପାଇଁ ଆଲୋଚନା ହୋଇଥିଲା।
ଜିଲ୍ଲା ର ଗୋପାଳକ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଗୋଚର ଜମି ରେ ମନରେଗା ମାଧ୍ୟମ ରେ ଗୋଷ୍ଠୀ ଘାସ ଚାଷ କରିବା ପାଇଁ ପରୀକ୍ଷା ମୂଳକ ଭାବରେ ବ୍ଲକ ପିଛା ଦୁଇଟି ଲେଖା ୟୁନିଟ ଆରମ୍ଭ କରିବା ଦିଗରେ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ପ୍ରାଣୀ ପାଳନ ବିଭାଗ ର ଅଧିକାରୀ ମାନଙ୍କୁ କହି ଥିଲେ। ଏହାଛଡା ମନରେଗା ଗାଈ ଗୁହାଳ,ବୁଲା ଗାଈ ଗୋରୁ ଙ୍କୁ ଥଇଥାନ ଓ କୁକୁର ଜନ୍ମ ନିୟନ୍ତ୍ରଣ ଆଦି ଦିଗରେ ବିଭିନ୍ନ ଆଲୋଚନା ହୋଇଥିଲା।
ଏହି ସଭା ରେ ଜିଲ୍ଲା ପରିବହନ ଅଧିକାରୀ ବସନ୍ତ କୁମାର ମହାପାତ୍ର,ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦ୍ରା କୁଜୁର,ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତୀ ବଳିଆର ସିଂହ,ଏଡିଭିଓ ରୋଗନିଦାନ ଡା ପ୍ରଭାସ କୁମାର ବେହେରା,ପ୍ରାଣୀ କଲ୍ୟାଣ ମଞ୍ଚ,ମାହେଶ୍ୱରୀ ଗୋଶାଳା ଓ ୱାଇସିଡିଏ ର କର୍ମକର୍ତ୍ତା, ସାମାଜିକ କର୍ମୀ,ସହର ର ବୁଦ୍ଧିଜୀବୀ ଗଣ ଓ ଜିଲ୍ଲା ର ସମସ୍ତ ପ୍ରାଣୀ ଚିକିତ୍ସକ ମାନେ ଉପସ୍ଥିତ ଥିଲେ।ଜିଲ୍ଲା ପ୍ରଶିକ୍ଷଣ ଅଧିକାରୀ ଡା ସଂଘମିତ୍ରା ପ୍ରାମାଣିକ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଏଡିଭିଓ ପ୍ରାଣୀ ପାଳନ ଡା ନିରୋଦ ଚନ୍ଦ୍ର କଂହର ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବିଶ୍ଵ ପ୍ରାଣୀ ଦିବସ ଉପଲକ୍ଷେ ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡ ବିରେନ୍ଦ୍ର ପୃଷ୍ଟି ଙ୍କ ତତ୍ତ୍ଵାବଧାନ ରେ ସାନ ସୁବଳୟା ଠାରେ ଆୟୋଜିତ ନିଃଶୁଳ୍କ ଗୋବନ୍ଧ୍ୟା ନିରାକରଣ ଶିବିର ରେ ଯୋଗ ଦେଇ ହରଭଙ୍ଗା ପ୍ରାଣୀ ଚିକିତ୍ସକ ଡ଼ା ପ୍ରିୟବ୍ରତ ବେହେରା ଗାଈ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହିତ ଚିକିତ୍ସା କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930