Indus Valley Times

ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ଗୁଣିଗାରେଡ଼ି ସନ୍ଦେହ

 Breaking News

ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ଗୁଣିଗାରେଡ଼ି ସନ୍ଦେହ

ବିଳମ୍ବିତ ରାତିରେ ଦମ୍ପତିଙ୍କୁ ବୀଭତ୍ସ ହତ୍ୟା: ଗୁଣିଗାରେଡ଼ି ସନ୍ଦେହ
December 11
12:26 2022

ଆନନ୍ଦପୁର,୧୧/୧୨: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଝୁମୁକିପାଟିଆ ସାହିରେ ଏକ ଦମ୍ପତିଙ୍କୁ କୌଣସି ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ମୃତକ ଦ୍ୱୟ ହେଉଛନ୍ତି, ବାହାଡ଼ା ମୁର୍ମୁ ଓ ତାଙ୍କ ସ୍ତ୍ରୀ ଧାନୀ ମୁର୍ମୁ।
ଶନିବାର ରାତିରେ ସ୍ୱାମୀ-ସ୍ତ୍ରୀ ଘର ବାହାର ବରଣ୍ଡାରେ ଶୋଇଥିଲେ। ସେଠାରେ କବାଟ ଲାଗି ନାହିଁ। ସେମାନଙ୍କ ଝିଅ ସିନିଗି ମୁର୍ମୁ ଘର ଭିତରେ ଶୋଇଥିଲେ। ରାତି ପ୍ରାୟ ୧୨ଟା ବେଳେ କିଛି ଶବ୍ଦ ହେବାରୁ ସିନିଗି କବାଟ ଖୋଲି ବାହାରକୁ ଆସିଥିଲେ। ବାପାମା’ ଶୋଇଥିବା ଖଟରୁ ରକ୍ତ ବୋହୁଥିବା ସେ ଦେଖିବାକୁ ପାଇଥିଲେ। କମ୍ବଳ ଉଠାଇବାରୁ ତାଙ୍କ ବାପାମା’ଙ୍କୁ କେହି ହାଣି ପଳାଇଥିବା ଜାଣିବାକୁ ପାଇଥିଲେ।
ସିନିଗି ଘଟଣା ସଂପର୍କରେ ଗାଁ ଲୋକଙ୍କୁ ଜଣାଇଥିଲେ। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୁଲିସ୍କୁ ଫୋନ୍ କରିଥିଲେ। ପୁଲିସ୍ ଘଟଣାସ୍ଥଳରେ ଛାନ୍ଭିନ୍ କରିବା ସହିତ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
କିଏ ଓ କାହିଁକି ବାହାଡ଼ା ମୁର୍ମୁ ଓ ତାଙ୍କ ପତ୍ନୀଙ୍କୁ ହତ୍ୟା କଲା, ତାହା ଜଣାପଡ଼ିନି। ପୁଲିସ୍ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30