Indus Valley Times

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ

 Breaking News

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ

ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ୮୬ ବର୍ଷ ବୟସରେ ପରଲୋକ
October 10
10:24 2024

ମୁମ୍ବାଇ, ୧୦/୧୦ : ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କର ମରଶରୀରକୁ ରାଷ୍ଟ୍ରୀୟ ସମ୍ମାନ ସହିତ ଅନ୍ତିମ ସଂସ୍କାର କରାଯିବ। ରତନ ଟାଟାଙ୍କ ମରଶରୀରକୁ କୋଲାବାସ୍ଥିତ ତାଙ୍କ ବାସଭବନକୁ ନିଆଯାଇଛି। ରତନ ଟାଟାଙ୍କ ପାର୍ଥିବ ଶରୀରକୁ ପୂର୍ବାହ୍‌ଣ ୧୦ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ ଜନସାଧାରଣ ଶେଷ ଦର୍ଶନ କରିପାରିବେ ବୋଲି କୁହାଯାଇଛି।
ମୁମ୍ବାଇ ପୁଲିସର ଦକ୍ଷିଣ ଜୋନର ଅତିରିକ୍ତ କମିଶନର ଅଭିନବ ଦେଶମୁଖ କହିଛନ୍ତି ଯେ ସକାଳ ୧୦ଟାରୁ ଅପରାହ୍ନ ୩ଟା ୩୦ ପର୍ଯ୍ୟନ୍ତ ତାଙ୍କ ମୃତଦେହକୁ ଦର୍ଶନ ପାଇଁ ଏନସିପିଏରେ ରଖାଯିବ।
ଦର୍ଶନ ପାଇଁ ଆସୁଥିବା ଲୋକଙ୍କୁ ନିବେଦନ କରାଯାଇଛି ଯେ ଯଦି ସେଠାରେ ପାର୍କିଂ ସୁବିଧା ନାହିଁ। ତେବେ ସେମାନଙ୍କୁ ପୁଲିସର ନିର୍ଦ୍ଦେଶ ପାଳନ କରି ସେମାନଙ୍କ ପାର୍କିଂ ବ୍ୟବସ୍ଥା ଦେଖିବାକୁ ଆସିବାକୁ ପଡିବ। ଏଥିପାଇଁ ସମ୍ପୂର୍ଣ୍ଣ ଭାବେ ପୁଲିସ ମୁତୟନ ହେବେ।
ମହାରାଷ୍ଟ୍ର ସରକାରଙ୍କ ମନ୍ତ୍ରୀ ଦୀପକ କେସରକର କହିଛନ୍ତି ଯେ ଶିଳ୍ପପତି ରତନ ଟାଟାଙ୍କ ଦେହାନ୍ତ ଯୋଗୁଁ ମୁମ୍ବାଇରେ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟକ୍ରମ ବାତିଲ କରାଯାଇଛି।
ସୂଚନାଯୋଗ୍ୟ, ଶିଳ୍ପପତି ରତନ ଟାଟାଙ୍କ ଗତକାଲି ରାତିରେ ଦେହାନ୍ତ ହୋଇଥିଲା। ବାର୍ଦ୍ଧକ୍ୟଜନିତ ଅସୁସ୍ଥତା କାରଣରୁ ଗତ ସୋମବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଏହାପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଖବର ସାମ୍ନାକୁ ଆସିଥିଲା। ହଠାତ୍ ରକ୍ତଚାପ କମିଯିବାରୁ ତାଙ୍କୁ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
ରତନ ଟାଟା ୧୯୩୭ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ମୁମ୍ବାଇର କ୍ୟାଥେଡ୍ରାଲ ଏବଂ ଜନ୍ କନନ୍ ସ୍କୁଲରୁ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ। ଉଚ୍ଚଶିକ୍ଷା ପାଇଁ ଆମେରିକାର କର୍ନେଲ ବିଶ୍ୱବିଦ୍ୟାଳୟ ଯାଇଥିଲେ। ସେଠାରେ ସେ ଆର୍କିଟେକ୍ଚର ଏବଂ ଷ୍ଟ୍ରକ୍ଚରାଲ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ।
୧୯୬୨ ରେ ଟାଟା ଗ୍ରୁପରେ ଯୋଗ ଦେବା ପୂର୍ବରୁ ରତନ ଟାଟା ଆମେରିକାରେ କିଛି ସମୟ କାମ କରିଥିଲେ। ୧୯୮୧ମସିହାରେ ତାଙ୍କୁ ଟାଟା ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ କରାଯାଇଥିଲା। ୧୯୯୧ରେ ଜେଆରଡି ଟାଟାଙ୍କ ଅବସର ପରେ ରତନ ଟାଟା ଟାଟା ସନ୍ସର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।
ରତନ ଟାଟା ୨୦୧୨ରେ ଅବସର ନେଇଥିଲେ। ସେତେଦିନ ପର‌୍ୟ୍ୟନ୍ତ ସେ ଏହି ଗ୍ରୁପର ନେତୃତ୍ୱ ନେଇଥିଲେ। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ୧୯୯୬ମସିହାରେ ଟାଟା ଟେଲିସର୍ଭିସେସ୍ ପ୍ରତିଷ୍ଠା କରିଥିଲେ, ଯାହା ଫଳରେ ଟେଲିକମ୍ କ୍ଷେତ୍ରରେ ଏହି ଗ୍ରୁପ୍‌ର ସମ୍ପ୍ରସାରଣ ହୋଇଥିଲା।
ଟାଟା ସନ୍ସରେ ତାଙ୍କର ନେତୃତ୍ୱ ସମୟରେ ସେ ଟେଟ୍ଲି, କୋରସ୍ ଏବଂ ଜାଗୁଆର ଲ୍ୟାଣ୍ଡରୋଭର ଭଳି କମ୍ପାନିକୁ ଅଧିଗ୍ରହଣ କରି ଟାଟା ଗ୍ରୁପକୁ ଏକ ଘରୋଇ କମ୍ପାନିରୁ ଏକ ବିଶ୍ୱସ୍ତରୀୟ ପାୱାରହାଉସରେ ପରିଣତ କରିଥିଲେ।
ତାଙ୍କ ନେତୃତ୍ୱରେ ଟାଟା ପ୍ରକୃତରେ ୧୦୦ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଏକ ବିଶ୍ୱ ବ୍ୟାବସାୟିକ ସାମ୍ରାଜ୍ୟରେ ପରିଣତ ହୋଇଥିଲା। ଡିସେମ୍ବର ୨୦୧୨ରେ ଟାଟା ତାଙ୍କ ପଦରୁ ଅବସର ନେଇଥିଲେ ଏବଂ ତାଙ୍କ ସ୍ଥାନରେ ସାଇରସ ମିସ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିଲା, ଯିଏ କି ୨୦୨୨ରେ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031