Indus Valley Times

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ତରଫରୁ ଜନ ସଂପର୍କ ଅଭିଯାନ

 Breaking News

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ତରଫରୁ ଜନ ସଂପର୍କ ଅଭିଯାନ

ନକ୍ସଲ ପ୍ରଭାବିତ ଅଞ୍ଚଳରେ ସିଆରପିଏଫ ତରଫରୁ ଜନ ସଂପର୍କ ଅଭିଯାନ
March 28
19:33 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା , ୨୮/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ଓ ତୁମୁଡ଼ିବନ୍ଧ ବ୍ଲକର ନକ୍ସଲ ପ୍ରଭାବିତ ଗ୍ରାମ ସିନ୍ଧିପୋଙ୍କଲ, ଡାଙ୍ଗେସିଗୁଡ଼ା, ଝିରିପାଣି ଜୁବାଗୁଡ଼ା ଏବଂ ସୁବର୍ଣ୍ଣଗିରି ଅଞ୍ଚଳର ଦୂରଦୂରାନ୍ତ ସ୍ଥାନରେ ୧୨୭ ବାଟାଲିୟନ ସିଆରପିଏଫ ଦ୍ୱାରା ଏକ ଜନ ସଂପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।
ଏଥିରେ ବିଭିନ୍ନ ପ୍ରକାରର ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆଭ୍ୟନ୍ତରୀଣ ଅଞ୍ଚଳର ସ୍ଥାନୀୟ ଗରିବ ଏବଂ ଅସହାୟ ଲୋକ ମାନଙ୍କୁ ସିଲାଇ ମେସିନ୍, କାଗଜ ପ୍ଲେଟ୍ ମେସିନ୍, ଅଗରବତୀ ତିଆରି ମେସିନ୍ ଏବଂ ବିଭିନ୍ନ ସାମଗ୍ରୀ ସହିତ ମହମବତୀ ତିଆରି ତାଲିମ ମଧ୍ୟ ଦିଆ ଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୧୨୭ ବଟାଲିୟନର କମାଣ୍ଡାଣ୍ଟ ପଙ୍କଜ ବର୍ମା, ଦ୍ଵିତୀୟ କମାଣ୍ଡ କେ.କେ.କହଁର, ଏମ.ଏମ. ବେହେରା, ଅଶୋକ କୁମାର ଡିସି ଏବଂ ୧୨୭ ବଟାଲିୟନ ସିଆରପିଏଫର ଅନ୍ୟ ଅଧିକାରୀ ଏବଂ କର୍ମଚାରୀ, ଉପାଧ୍ୟକ୍ଷ, ସରପଞ୍ଚ, ଏସବିଆଇ ବ୍ୟାଙ୍କ ମ୍ୟାନେଜର ଏବଂ ସାଧାରଣ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
କମାଣ୍ଡାଣ୍ଟ ପଙ୍କଜ ବର୍ମା ଯୁବକ ଏବଂ ଗ୍ରାମବାସୀଙ୍କୁ ସରକାରଙ୍କ ବିଭିନ୍ନ ଜନହିତକର ବିଷୟରେ ଅବଗତ କରାଇଥିଲେ ।
ଯୋଜନା ଏବଂ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ ଏବଂ ଭାରତ ସରକାରଙ୍କ ଦ୍ୱାରା ମାଓ ପ୍ରଭାବିତ ଅଞ୍ଚଳର ଆଦିବାସୀଙ୍କ ପାଇଁ ସରକାରୀ ନୀତିଯୋଜନା ବିଷୟରେ ସଂକ୍ଷିପ୍ତ ସୂଚନା ଦେଇଥିଲେ।
ଏଥିରେ ୩୦୦ ରୁ ଅଧିକ ଆଦିବାସୀ ଲୋକ ଉପକୃତ ହୋଇ ସିଆରପିଏଫର ଏଭଳି ଜନହିତକର କାର୍ଯ୍ୟକୁ ଭୁୟସୀ ପ୍ରଶଂସା କରିଛନ୍ତି ।
ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି କମାଡେଣ୍ଟ ଶ୍ରୀ ବର୍ମା ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031