Indus Valley Times

ବିଶ୍ୱନାଥ ସିଂହ ଜାଡୋନ ଓଡିଶାର ନୂତନ ମହାଲେଖାକାର

 Breaking News

ବିଶ୍ୱନାଥ ସିଂହ ଜାଡୋନ ଓଡିଶାର ନୂତନ ମହାଲେଖାକାର

ବିଶ୍ୱନାଥ ସିଂହ ଜାଡୋନ ଓଡିଶାର ନୂତନ ମହାଲେଖାକାର
June 03
11:33 2022

ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ

ଭୁବନେଶ୍ୱର,୩ ।୬: ଶ୍ରୀ ବିଶ୍ୱନାଥ ସିଂହ ଜାଡୋନ ଓଡିଶା ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ (୨)ର ନୂତନ ମହାଲେଖାକାର ଭାବେ ଗୁରୁବାର ଦିନ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ।
ଏହା ପୂର୍ବରୁ ସେ ତାମିଲନାଡୁ ଓ ପଡ଼ୁଚେରି ପ୍ରଧାନ ମହାଲେଖାକାର ଅଡିଟ କାର୍ଯ୍ୟାଳୟରେ ମହାଲେଖାକାର ଭାବେ କାର୍ଯ୍ୟ କରୁଥିଲେ କ୍ଷ ସେ ତାପଜ ଯାନ୍ତ୍ରିକ ଵିଭାଗରେ ଏମ. ଟେକ କରିବା ପରେ ଭାରତୀୟ ଅଡିଟ ଓ ଏକାଉଣ୍ଟସ ସେବାରେ ୨୦୦୩ ମସିହାରେ ଯୋଗଦାନ କରିଥିଲେ ।
ଆମେରିକାର ଆଇଏସ୍‌ଏସିଏ ଅନୁଷ୍ଠାନ ଦ୍ୱାରା ସୂଚନା ପ୍ରଣାଳୀ ବିଜ୍ଞାନର ଜଣେ ସ୍ୱୀକୃତିପ୍ରାପ୍ତ ଲେଖା ପରୀକ୍ଷକ ଭାବେ କୃତିତ୍ୱ ଅର୍ଜନ କରିବା ପରେ ଲଣ୍ଡନ ପ୍ରଧାନ ନିର୍ଦେଶକ କାର୍ଯ୍ୟାଳୟରେ ନିର୍ଦେଶକ ଭାବେ ଯୋଗଦେଇଥିଲେ ।
ଓଡିଶା ବିଧାନ ସଭାରେ ଉପସ୍ଥାପିତ ହେବାକୁ ଥିବା ପାରଫର୍ମାନ୍ସ ଓ କମ୍ପାଲାଏନ୍ସ ରିପୋର୍ଟ ପ୍ରସ୍ତୁତି, ପବ୍ଲିକ ଏକାଉଣ୍ଟସ କମିଟରେ ଆଲୋଚିତ ହେବାକୁ ଥିବା ସମସ୍ତ ବିଷୟ ତାଙ୍କ ନିର୍ଦେଶାନୁସାରେ କରାଯିବ । ଏହାଛଡା ସରକାରୀ ଉଦ୍ୟୋଗ ଓ ନିଗମ ଅଡିଟ ବିଭାଗ ତାଙ୍କ ଅଧୀନରେ ରହିବ ।
ଗତ ଫନି ପ୍ରଳୟଙ୍କରୀ ମହାବାତ୍ୟା ସମୟରେ ତାଙ୍କ ନେତୃତ୍ୱରେ ଭୁବନେଶ୍ୱର ଓ ପୁରୀରେ ଏ. ଜି ଆମ୍ବୁଲାନ୍ସ ଓ ଏ. ଜି କଲୋନୀ ସିଟିଜେନ କମିଟି ସଭ୍ୟଙ୍କ ସକ୍ରିୟ ସହଯୋଗରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ସହ ବହୁ ଧନ ଜୀବନ ବଞ୍ଚାଇ ଥିବାରୁ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକଙ୍କ ଦ୍ୱାରା ସମ୍ମାନିତ ହୋଇଥିଲେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930