Indus Valley Times

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

 Breaking News

ବେସାମରିକ ସୁରକ୍ଷାରେ ଯୋଗ ଦେବା ପାଇଁ ଯୁବ ସମାଜକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

May 11
16:34 2025

ଭୁବନେଶ୍ୱର, ୧୧/୫ : ସିଭିଲ୍ ଡିଫେନ୍ସରେ ଯୋଗ ଦେବା ପାଇଁ ଜନସାଧାରଣ ଓ ଯୁବ ସମାଜକୁ ଆହ୍ବାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏନେଇ ମୁଖ୍ୟମନ୍ତ୍ରୀ ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଲେଖିଛନ୍ତି ଯେ,\”ଦେଶର ସାଧାରଣ ଲୋକଙ୍କ ଧନ, ଜୀବନର ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ସୁରକ୍ଷା ଓ ସେବା ଆମର ସର୍ବୋଚ୍ଚ କର୍ତ୍ତବ୍ୟ।
ଏଥିପାଇଁ ଜାତୀୟତାର ମନୋଭାବ ନେଇ ବେସାମରିକ ସୁରକ୍ଷା ବା ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବାକୁ ଯୁବ ସମାଜ ଆଗେଇ ଆସନ୍ତୁ। ସେବା ଓ ଜାତୀୟତାର ମନୋଭାବକୁ ଆହୁରି ଦୃଢ଼ କରନ୍ତୁ\”।
ଭାରତ ଓ ପାକିସ୍ତାନର ଯୁଦ୍ଧ ସାରା ବିଶ୍ଵକୁ ଦୋହଲାଇ ଦେଇଛି । ଭାରତର ଗୁଳିମାଡ଼ରେ ପାକିସ୍ତାନରେ ହଇଚଇ ସୃଷ୍ଟି ହୋଇଯାଇଛି । ଦେଶ ମାତୃକାର ସେବା ସହିତ ଆମ ଜାତି ପାଇଁ ସିଭିଲ ଡିଫେନ୍ସ ସଙ୍ଗଠନରେ ସ୍ବେଚ୍ଛାସେବୀ ଭାବେ ଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି ।
ଯେଉଁମାନେ ଦେଶ ମାତୃକାର ସେବା ପାଇଁ ଇଚ୍ଛୁକ ଥିବେ ସେମାନେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କୁ ଆବେଦନ କରିପାରିବେ । ପରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ଆବଶ୍ୟକ ପଡିଲେ ରାଜ୍ୟରେ ନୂଆ ସଙ୍ଗଠନ ଗଢିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031