Indus Valley Times

ବୌଦ୍ଧଜିଲ୍ଲାରେ ଆର୍ଶିବାଦ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,୫୩୦ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ

 Breaking News

ବୌଦ୍ଧଜିଲ୍ଲାରେ ଆର୍ଶିବାଦ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,୫୩୦ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ

ବୌଦ୍ଧଜିଲ୍ଲାରେ ଆର୍ଶିବାଦ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ,୫୩୦ ଜଣ ଶିଶୁଙ୍କୁ ପ୍ରାଥମିକ ଭାବେ ଚିହ୍ନଟ
July 08
21:35 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୮/୭: ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଶିଶୁମାନଙ୍କ ପାଇଁ ଆର୍ଶିବାଦ ଯୋଜନା ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ୦୧.୦୪.୨୦୨୦ ତାରିଖ ପରେ ଯଦି କୌଣସି ଶିଶୁ ନିଜ ପିତାମାତାଙ୍କୁ ହରାଇଥିବେ ସେମାନଙ୍କୁ ଏହିଯୋଜନାରେ ଆବେଦନ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଏକତ୍ରୀତ ହୋଇ ସରକାରଙ୍କ ଯୋଜନାଗୁଡିକୁ ଏହିପରି ପରିବାରମାନଙ୍କ ପାଖକୁ ପହଚାଂଇବା ପାଇଁ ଅଧିକ ଗୁରୁତ୍ୱ ଦେବାପାଇଁ ଆହ୍ୱାନ କରିଥିଲେ । ଶିଶୁଟି ଯେ କୌଣସି ପରିସ୍ଥିତିରେ ଅସୁରକ୍ଷିତ ମଣିଲେ ଓ ଅସୁବିଧାରେ ଦେଖିଲେ ତୁରନ୍ତ ବିଭାଗୀୟ ଅଧିକାରୀଙ୍କୁ ତଥା ସ୍ଥାନୀୟ ପୋଲିସ୍‌, ଚାଲ୍ଡ ଲାଇନ କିମ୍ବା ଶିଶୁସୁରକ୍ଷା ୟୁନିଟ୍‌କୁ ତୁରନ୍ତ ସୁଚନା ଦେବାପାଇିଁ ପରାମର୍ଶ ଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟାତିରଞ୍ଜନ ନାଏକ ଯୋଗ ଦେଇ କୋଭିଡ ମହାମାରୀ ସମୟରେ ପିତାମାତା ହରାଇଥିବା ଶିଶୁମାନଙ୍କୁ ଯଥା ସମ୍ଭବ ଚିହ୍ନଟ କରି ସେମାନଙ୍କର ଥଇଥାନ କରିବା ଉପରେ ଗୁରୁତ୍ୱାରୋପ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ପି.ଡି, ଡିଆରଡିଏ ବବିତାରାଣୀ ଦଳବେହେରା ଯୋଗଦେଇ ଶିଶୁମାନଙ୍କୁ ଏବଂ ତାଙ୍କ ପରିବାରକୁ କିଭଳି ସରକାରଙ୍କ ସାମାଜିକ ସୁରକ୍ଷା ତଥା ଆବାସ ଯୋଜନାରେ ସାମିଲ କରିବା ଏବଂ ଆର୍ଶିବାଦ ଯୋଜନାରେ ଆବେଦନ କରିବା ପାଇଁ ଗ୍ରାମସ୍ଥରରେ ବ୍ୟାପକ ସଚେତନତା କରିବା ପାଇଁ କହିଥିଲେ । କାଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲାଶିଶୂସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ ସ୍ୱାଗତ ତଥା ଅତିଥି ପରିଚୟ କରିବା ସଙ୍ଗେସଙ୍ଗେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବର୍ତମାନ ପଯ୍ୟନ୍ତ ଜିଲ୍ଲାରେ ୫୩୦ ଜଣ ଶିଶୁଙ୍କୁ ପ୍ରାଥମିକଭାବେ ଚିହ୍ନଟ କରାଯାଇଛି ଓ ସେମାନଙ୍କ ମଧ୍ୟରୁ ୮୫ଜଣ ସଂପୁଣ୍ଣ ତଥ୍ୟ ସହ ଆବେଦନ କରିଛନ୍ତି । ଏହି ଅବସରରେ “ଶିଶୁମାନଙ୍କ ପାଇଁ ଗୋଟିଏ ଦିନ” କାଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ,ଜିଲ୍ଳା ସମାଜମଙ୍ଗଳ ଅଧିକାରୀ, ଜିଲ୍ଲାଶିକ୍ଷା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲାଶ୍ରମ ଅଧିକାରୀ, ଚାଇଲ୍ଡଲାଇନ, ସମସ୍ତ ସିଡିପିଓ, ଏକ୍ସନଏଡ ଓ ୱାସିଡିଏର କର୍ମୀଯୋଗ ଦେଇଥିଲେ । କାଯ୍ୟକ୍ରମକୁ ପରିଚାଳନାରେ ଜିଲ୍ଲାଶିଶୁ ସୁରକ୍ଷା ୟୁନିଟର ରାଜେନ୍ଦ୍ରମଲ୍ଲିକ, ବସନ୍ତ ଦିସିରି, ଚିତ୍ରସେନ ସାହୁ,ସହଦେବ ନାଏକ ସହଯୋଗ କରିଥିବା ବେଳେ ସମରସେନ ସିଂ ଧନ୍ୟବାଦ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031