Indus Valley Times

ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

 Breaking News

ବୌଦ୍ଧ ଏନଏସି ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ପ୍ରକାଶିତ

February 24
19:43 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୪/୨: ବୌଦ୍ଧ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପାଇଁ ଚୂଡାନ୍ତ ଭୋଟର ତାଲିକା ଆଜି ପ୍ରକାଶ ପାଇଛି ।
ଏନଏସି କାର୍ଯ୍ୟାଳୟ ମିଟିଂ ହଲଠାରେ ବୌଦ୍ଧଗଡ ଏନଏସି ନିର୍ବାଚନ ଅଧିକାରୀ ତଥା ବୌଦ୍ଧ ତହସିଲଦାର ଅବିନାଶ ପାଣ୍ଡିଆ ଏହି ତାଲିକାକୁ ଉନ୍ମୋଚିତ କରିଥିଲେ ।
ବୌଦ୍ଧ ଏନଏସିରେ ୧୭ଟି ୱାର୍ଡ ରହିଥିବାବେଳେ ମୋଟ ଭୋଟର ସଂଖ୍ୟା ୧୫,୭୧୦ । ସେଥିମଧ୍ୟରୁ ପୁରୁଷ ଭୋଟ ସଂଖ୍ୟା ୭,୭୯୮, ମହିଳା ଭୋଟର ୭,୯୧୨ ଏବଂ ତୃତୀୟଲିଙ୍ଗିଙ୍କ ସଂଖ୍ୟା ଶୂନ ରହିଥିବା ଜଣାପଡିଛି । ଏହି ଭୋଟର ତାଲିକା ପ୍ରକାଶନ ସମୟରେ ଏନଏସି କର୍ମଚାରୀ ଜୟକୁମାର ତ୍ରିପାଠୀ, ବିଜେଡି, କଂଗ୍ରେସ ଓ ବିଜେପି ଦଳରୁ ଜଣେ ଲେଖାଏଁ ସଦସ୍ୟ ଉପସ୍ଥିତ ରହିଥିଲେ ।
ଭୋଟର ତାଲିକା ପ୍ରକାଶ ପାଇବାପରେ ଦଳୀୟ ସଦସ୍ୟମାନଙ୍କୁ ତାଲିକାଥିବା ଗୋଟିଏ ସେଟ୍ ଲେଖାଁଏ ବହି ପ୍ରଦାନ କରାଯାଇଥିଲା ।
ୟୋଗା @ ବୁଦ୍ଧମ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ସ୍ୱସ୍ତିକ ଦେଓଙ୍କୁ ଶ୍ରଦ୍ଧାଞ୍ଜଳି
ବୌଦ୍ଧ,୨୪/୨: ଗୁରୁବାର ଦିବ୍ୟଜୀବନ ସଂଘ ବୌଦ୍ଧଶାଖା ପରିସରରେ ୟୋଗା ଅ ବୁଦ୍ଧମ ଅନୁଷ୍ଠାନ ତରଫରୁ ସ୍ୱର୍ଗତ ରାୟ ସ୍ୱସ୍ତିକ କୁମାର ଦେଓଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ସ୍ୱର୍ଗତ ଦେଓ ଏହି ଅନୁଷ୍ଠାନର ସଦସ୍ୟ ରହିଥିବାବେଳେ ବୌଦ୍ଧର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଥିଲେ ।
ଗୁରୁବାର ତାଙ୍କର ଏକାଦଶାହ ତିଥିରେ ଅନୁଷ୍ଠାନ ତରଫରୁ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପକରି ସ୍ୱର୍ଗତ ରାୟଙ୍କ ଅମର ଆତ୍ମାର ସଦଗତି କାମନାକରି ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା ।
ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମୋହନ କୁମାର ଦାସ, ଚନ୍ଦ୍ରକାନ୍ତ ପାତ୍ର, ସଦସ୍ୟ ସୌମିତ୍ରୀ ନାୟକ, ଶୈଳେନ୍ଦ୍ର ନାୟକ, ନିରଞ୍ଜନ ମେହେର, ତରଣୀ ରଞ୍ଜନ ପଟ୍ଟନାୟକ, ନିରଜ ମହାପାତ୍ର, ଲୁଲୁ ପାଣିଗ୍ରାହୀ, ମନୋରଞ୍ଜନ ସେଠୀ,ରୂପେଶ ମିଶ୍ର, ଙ୍କ ସମେତ ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ରହି ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031