Indus Valley Times

ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ

 Breaking News

ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ କାର୍ଯ୍ୟାଳୟ ପକ୍ଷରୁ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ

November 01
17:15 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧/୧୧: ଜିଲା ଦୁର୍ନିତି ନିବାରଣ ଶାଖା, ବୌଦ୍ଧ ଏବଂ କଣ୍ଟାମାଳ ବ୍ଳକ ପ୍ରଶାସନ ପକ୍ଷ ରୁ କଣ୍ଟାମାଳ ବ୍ଳକ କାର୍ଯ୍ୟାଳୟ ମିନି ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ସଚେତନତା ସଭାରେ କଣ୍ଟାମାଳ ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ସସ୍ମିତା ସେନାପତି( ମୁଖ୍ୟ ଅତିଥି) ଭାବରେ ଯୋଗଦେଇ ଦୁର୍ନୀତି କୁ କିଭଳି ରୋକା ଯାଇପାରିବ, ସେ ବିଷୟ ରେ ମତବ୍ୟକ୍ତ କରିବା ସହ ସମସ୍ତ ଙ୍କୁ ଦୁର୍ନୀତି ବିରୁଦ୍ଧରେ ଶପଥ ପାଠ କରାଇ ଥିଲେ ।
ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ,କଣ୍ଟାମାଳ ବ୍ଲକ ଶ୍ରୀମତୀ ସକ୍ଷମି ରେଡ୍ଡୀ ଜୟଶ୍ରୀ ଦୁର୍ନୀତି ମୁକ୍ତ ବ୍ଲକ କରାଇବାକୁ ସମସ୍ତଙ୍କ ନିଷ୍ଠା ଓ ସହଯୋଗ ର ଆବଶ୍ୟକତା ଅଛି ବୋଲି ଅଭିଭାଷଣ ରଖିଥିଲେ ।
ଏହି କାର୍ଯ୍ୟ କ୍ରମରେ ଅନ୍ୟତମ ସମ୍ମାନୀତ ଅତିଥି ତହସିଲଦାର, କଣ୍ଟାମାଳ ସୁଶ୍ରୀ ଶ୍ୱେତାପଦ୍ମା ଯୋଶୀ ଏବଂ ମାଇଁ ଭାରତ ସଂଯୋଜକ ଆସମାନ୍ ମହାକୁଡ ଯୋଗଦେଇଥିଲେ ।
ଦୁର୍ନିତି ନିବାରଣ ଇନସ୍ପେକ୍ଟର ଶ୍ରୀଯୁକ୍ତ ଜଗବନ୍ଧୁ ଅଙ୍ଗରିଆ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନୀତ ଅତିଥି ଭାବେ ତହସିଲଦାର ସୁଶ୍ରୀ ଶ୍ଵେତାପଦ୍ମା ଯୋଶୀ, ମାଇଁ ଭାରତ ର ସଂଯୋଜକ ଆସମାନ ମହାକୁଡ଼, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇଥିଲେ । ସଭାପତି ଶ୍ରୀଯୁକ୍ତ ଅଙ୍ଗରିଆ ଏହି ସଚେତନତା ସପ୍ତାହ ର ଲକ୍ଷ୍ୟ, ଉଦ୍ଦେଶ୍ୟ ବିଷୟରେ ମତବ୍ୟକ୍ତ କରିବ ।
ସହ ଉପସ୍ଥିତ ସମସ୍ତ ସରକାରୀ ଓ ବେସରକାରୀ ଜନତାଙ୍କୁ ଏକ ବିକଶିତ ଓ ଦୁର୍ନିତି ମୁକ୍ତ ରାଜ୍ୟ କରିବାକୁ ହେଲେ ସମସ୍ତେ ନିଷ୍ଠା ର ସହିତ କାମକରିବାକୁ ପଡ଼ିବ ବୋଲି କହିଥିଲେ ।
ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ମୁକେଶ କୁମାର ପାଢ଼ୀ ଯୋଗ ଦେଇ ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ ।ପରିଶେଷରେ ଜି. ପି. ଇ. ଓ. ଶ୍ରୀଯୁକ୍ତ ଗୌରୀ ଶଙ୍କର ପ୍ରଧାନ ଧନ୍ୟବାଦ ପ୍ରଦାନ କରି ଥିଲେ ।
ଏହି କାର୍ଯ୍ୟକ୍ରମ ରେ କଣ୍ଟାମାଲ ବ୍ଳକର କର୍ମଚାରୀ, ପଞ୍ଚାୟତିରାଜ ସଦସ୍ୟ, ମିଶନଶକ୍ତି ଓ ଜନସାଧାରଣ ସାମଲ ଥିଲେ । କାର୍ଯ୍ୟକ୍ରମ କୁ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031