Indus Valley Times

ନବୀନଙ୍କ ଆଶୁଆରୋଗ୍ୟ କାମନା କରି ଭୈରବୀ ମନ୍ଦିରରେ ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା

 Breaking News

ନବୀନଙ୍କ ଆଶୁଆରୋଗ୍ୟ କାମନା କରି ଭୈରବୀ ମନ୍ଦିରରେ ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା

June 21
20:08 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୧/୬ : ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଓଡ଼ିଶାର ଜନମାନସର ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସର୍ଭାଇକାଲ ଆର୍ଥରାଇଟ୍ସ ଅପେରସନ ନିମିତ୍ତ ଗତକାଲି ମୁମ୍ବାଇ ଯାଇଥିବାବେଳେ ଆସନ୍ତାକାଲି ମୁମ୍ବାଇସ୍ଥ କୋକିଳାବେନ ହସ୍ପିଟାଲରେ ତାଙ୍କର ଅପରେସନ ହେବ ।
ଏଣୁ ଆଜି ପୁରୁଣାକଟକ ଅଞ୍ଚଳବାସୀଙ୍କ ପକ୍ଷରୁ ଆଡଭୋକେଟ ରବି ପ୍ରଧାନ ପୂର୍ବତନବ୍ଲକଉପାଧକ୍ଷ ପଙ୍କଜ ସାହୁ ପୂର୍ବତନ ସରପଞ୍ଚ ସୁଶାନ୍ତ ପ୍ରଧାନ ସରପଞ୍ଚ ସଙ୍ଘ ସଭାପତି ନିହାର ଘୋଷ ପୁରୁଣାକଟକ ସରପଞ୍ଚ ଅଶୋକ ସେଠି ସମିତି ସଭ୍ୟ ସରୋଜ ପ୍ରଧାନ ପ୍ରଦୀପ ସାହୁ ସୁବୋଧ ପ୍ରଧାନ ଜ୍ୟୋତିର୍ମୟ ଦାସ ସଞ୍ଜୟ ଦେହୁରୀ ଗରୁଡ଼ ପ୍ରଧାନ ବାସୁଦେବ ଦେହୁରୀ ବସନ୍ତ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଅନେକ ଅଞ୍ଚଳବାସୀ ଅଞ୍ଚଳର ଅଧିଷ୍ଠାତ୍ରୀଦେବୀ ମା\’ଭୈରବୀଙ୍କ ନିକଟରେ ସମୂହ ଦୀପଦାନ କରିବାସହ ପୂଜାର୍ଚନା କରି ନବୀନ ବାବୁଙ୍କ ଆଶୁଆରୋଗ୍ୟ କାମନା କରିବା ସହ ପୁଣି ସୁସ୍ଥ ହୋଇ ତାଙ୍କକର୍ମକ୍ଷେତ୍ରକୁ ଫେରିଆସି ଓଡ଼ିଶାବାସୀଙ୍କ ସେବା କରିବା ପାଇଁ ମାଙ୍କ ନିକଟରେ ପ୍ରାର୍ଥନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930