Indus Valley Times

ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି

 Breaking News

ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି

ବୌଦ୍ଧ ଓ କଣ୍ଟାମାଳ ପାଇଁ ୧୭ ରାଉଣ୍ଡ ହେବ ଭୋଟ ଗଣତି
June 03
10:43 2024

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୩/୬: ବୌଦ୍ଧରେ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା ଚୁଡାନ୍ତ ହୋଇସାରିଛି । ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ଏହି ଭୋଟ୍ ଗଣତି କାର୍ଯ୍ୟ ୪ ତାରିଖ ସକାଳ ୮ ଘଣ୍ଟା ସମୟରେ ଆରମ୍ଭ ହେବ ବୋଲି ରବିବାର ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।
ଗୋଟିଏ ଭୋଟ୍ ଗଣତି କେନ୍ଦ୍ରରେ ୮୫ କଣ୍ଟାମାଳ,୮୬ ବୌଦ୍ଧ ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ଏକ ସଙ୍ଗରେ ଗଣତି କାର୍ଯ୍ୟ ଅନୁଷ୍ଠିତ ହେବ ।
କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ୨୧୭ ଟି ବୁଥରେ ଭୋଟ୍ ଗଣତି ପାଇଁ ୧୪ ଟି ଟେବୁଲ ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀର ୧୯୬ ଟି ବୁଥ ର ଭୋଟ ୧୨ ଟି ଟେବୁଲରେ ଗଣତି ହେବ ।
ଏହାବ୍ୟତୀତ ୩ ଟି ଟେବୁଲରେ ପୋଷ୍ଟାଲ ଭୋଟ୍ ଗଣତି କରାଯିବ । ସଂପୁର୍ଣ୍ଣ ୧୭ ରାଉଣ୍ଡ ଭୋଟ ଗଣତି ଶେଷ ହେବାପରେ ଗଣତିର ସଠିକତା ପରୀକ୍ଷା ପାଇଁ ଯେକୌଣସି ୫ ଗୋଟି ଭିଭିପାର୍ଟକୁ ଖୋଲାଯାଇ ଗଣାଯିବ ଓ ଇଭିଏମ ସହିତ ମିଳାଯିବ ।
ଶୃଙ୍ଖଳାର ସହିତ ମତଗଣନା ପାଇଁ ଗଣତି କେନ୍ଦ୍ର ଚାରିପଟେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହିତ ପରିଚୟପତ୍ର ବିନା କୌଣସି ଅଧିକାରୀ କିମ୍ବା କର୍ମଚାରୀଙ୍କୁ ମଧ୍ୟ ଭିତରକୁ ପ୍ରବେଶ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ପର୍ଯ୍ୟାପ୍ତ ପାନୀୟଜଳ,ଓଆରଏସ ବ୍ୟବସ୍ଥା କରାଯିବା ସହିତ ଗଣତି କେନ୍ଦ୍ର ମଧ୍ୟରେ ଏକ ଚିକିତ୍ସାକେନ୍ଦ୍ର ଖୋଲାଯାଇ ତିନିଗୋଟି ଆମ୍ବୁଲାନସ କୁ ପ୍ରସ୍ତୁତ କରି ରଖାଯିବ ।
ଏଥିସହିତ ଯେକୌଣସି ଜରୂରୀ ପରିସ୍ଥିତି ପାଇଁ ଅଗ୍ନିଶମ ବିଭାଗ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ୮୫ କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଣଳୀର ରିଟର୍ଣ୍ଣିଂ ଅଧିକାରୀ ତଥା ଅତିରିକ୍ତ ଜିଲାପାଳ ଦିଲ୍ଲିପ କୁମାର ମହାପାତ୍ର,୮୬ ବୌଦ୍ଧ ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଧିକାରୀ ତଥା ଉପଜିଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ବୌଦ୍ଧ ବ୍ଲକ ବିଡିଓ ଯୁଧିଷ୍ଠିର ମେହେର, ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ ।ନୁଷ୍ଠିତ ହୋଇଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031