Indus Valley Times

ବୌଦ୍ଧ : ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନିର୍ବାଚନ ଖୁଣ୍ଟବନ୍ଧ ଠାରେ କରିବାକୁ ଦାବୀ

 Breaking News

ବୌଦ୍ଧ : ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନିର୍ବାଚନ ଖୁଣ୍ଟବନ୍ଧ ଠାରେ କରିବାକୁ ଦାବୀ

June 11
17:46 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଲାରେ ସେବା ସମବାୟ ସମିତି ଗୁଡିକ ନିର୍ବାଚନ ନେଇ ରାଜନୀତି ସରଗରମ ହୋଇପଡିଛି । ବୌଦ୍ଧ ଜିଲ୍ଲାରେ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଏବେ କିନ୍ତୁ ସମିତି ଗୁଡିକର ସଭ୍ୟ ପଦ ପାଇ ଛକା ପଞ୍ଚା ଆରମ୍ଭ ହୋଇଛି ।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରେ ବର୍ତ୍ତମାନ ଗାଁ ଗୁଡିକରେ ସମିତି ଗୁଡିକର ନିର୍ବାଚନପାଇଁ ରାଜନୀତି ଉଷ୍ମ ହୋଇପଡିଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୧୦ ଗୋଟି ସମିତିରେ ଅନୁଷ୍ଠିତ ହେବ । ଖୁଣ୍ଟବନ୍ଧ ସେବା ସମବାୟ ସମିତିରେ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ବେଳେ ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ ନିର୍ବାଚନ କେନ୍ଦ୍ର କରିବାକୁ ସହକାରୀ ନିବନ୍ଧକ, ସମବାୟ ସମିତି ସମୁହ ବୌଦ୍ଧଙ୍କ ପାଖରେ ଶୁକ୍ରବାର ଦିନ କିଛି ବ୍ୟକ୍ତି ଦାବୀ କରିଛନ୍ତି । ଖୁଣ୍ଟବନ୍ଧ ସେବା ସମବାୟ ସମିତରେ ସର୍ବାଧିକ ଭୋଟର ଖୁଣ୍ଟବନ୍ଧ ନିକଟସ୍ଥ ଗ୍ରାମରବାସିନ୍ଦା ଅଟନ୍ତି ।
କିଛି ବ୍ୟକ୍ତି ଖୁଣ୍ଟବନ୍ଧ ସେବା ସମବାୟ ସମିତିର ନିର୍ବାଚନ ପାଇ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରିବାକୁ ଦାବି ଜଣାଇଛନ୍ତି । କିନ୍ତୁ ଜହ୍ନାପଙ୍କ ଠାରେ ଭୋଟ ଗ୍ରହଣ କେନ୍ଦ୍ର କରାଗଲେ ଭୋଟ ଦେବାକୁ ବହୁ ଚାଷୀ ହଇରାଣ ହେବେ । ଭୋଟ ଗ୍ରହଣ କେନ୍ଦ୍ର ଖୁଣ୍ଟବନ୍ଧ ୟୁଜିଏମଇ ବିଦ୍ୟାଳୟରେ କରାଗଲେ ଭୋଟ ଦେବାକୁ କିଛି ଅସୁବିଧା ହେବ ନାହିଁ ବୋଲି ଦାବୀ କରିଛନ୍ତି ।
ବୌଦ୍ଧ: ଜିଲ୍ଲାସ୍ତରୀୟ ସିଆରସିସିମାନଙ୍କ ତାଲିମ କାର୍ଯ୍ୟକ୍ରମ
ବୌଦ୍ଧ,୧୧/୬: ବୌଦ୍ଧଜିଲ୍ଲାସ୍ତରୀୟ ସିଆରସିସିମାନଙ୍କ ଏକଦିବସୀୟ ତାଲିମ କାର୍ଯ୍ୟକ୍ରମ ଜିଲ୍ଲା ପ୍ରକଳ୍ପ କାର୍ଯ୍ୟାଳୟର ସମଗ୍ର ଶିକ୍ଷା ସଭାଗୃହଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ପ୍ରକଳ୍ପ ସଂଯୋଜକ ସମଗ୍ର ଶିକ୍ଷା ଅଭିଯାନ ଡଃ.ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ସିଆରସିସି କିପରି ଶୃଙ୍ଖଳିତ ଭାବରେ ନିଜର ଦାୟିତ୍ୱ ନିର୍ବାହ କରିପାରିବେ ତାଲିମ ପ୍ରଦାନ କରାଯାଇଥିଲା ।
ଜିଲ୍ଲାର ସମସ୍ତ ସିଆରସିସି ନିଜ ନିଜ ଆଞ୍ଚଳିକ ସାଧନ କେନ୍ଦ୍ର ସଜ୍ଜିକରଣ କରିବେ,ବିଦ୍ୟାଳୟକୁ ଯାଇ କିପରି ପିଲାଙ୍କ ଶିକ୍ଷଣ ଫଳାଫଳ ନିର୍ଦ୍ଧାରଣ ଅନଲାଇନ ମାଧ୍ୟମରେ କରିବେ,ପିଲାଙ୍କ ଆଧାର ଏବଂ ଶିକ୍ଷକ ପ୍ରୋଫାଇଲ ଅପଡେସନ କରିବେ,ଅଙ୍ଗନବାଡି ସଂଲଗ୍ନ ବିଦ୍ୟାଳୟ ଓ ସ୍କୁଲ ମନିଟରିଙ୍ଗ ଉପରେ ଜିଲ୍ଲା ଏମଆଇ ଏସ ପ୍ରୋଗ୍ରାମର ସୁଶାନ୍ତ କୁମାର ଦାଶ ତାଲିମ ପ୍ରଦାନ କରିଥିଲେ । ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧୃବଚରଣ ଘିବେଲା ବର୍ଷାଜଳ ସଂରକ୍ଷଣ ଉପରେ ଆଲୋଚନା କରିଥିଲେ ।
ଦୀର୍ଘଦିନ ଧରି ଅନୁପସ୍ଥିତ ରହୁଥିବା ଛାତ୍ରଛାତ୍ରୀଙ୍କ ବିଷୟରେ ଏବଂ ମୋ ସ୍କୁଲ ଅଭିଯାନ ବିନିଯୋଗପତ୍ର ପ୍ରଦାନ ଓ ନୂତନ ପ୍ରପୋଜାଲ ବିଷୟ ଜିଲ୍ଲା ପ୍ଲାନିଙ୍ଗ ସଂଯୋଜକ ଦେବାଶିଷ ଦ୍ୱାରି ଆଲୋଚନା କରିଥିଲେ ।
ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ମାଝୀ ଉକ୍ତ ବିଭାଗୀୟ କାର୍ଯ୍ୟକୁ ସୂଚାରୁରୂପେ ତୁଲାଇବାକୁ ସମସ୍ତ ସିଆରସିସି ତଥା ସଂପୃକ୍ତ ବିଭାଗୀୟ ସଂଯୋଜକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବୌଦ୍ଧ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଘିବେଲା ,ହରଭଙ୍ଗା ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନ ଓ ବିଜ୍ଞାନ ନିରୀକ୍ଷକ ଦେବେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ଥିବାବେଳେ ଜିଲ୍ଲାର ସମସ୍ତ ସିଆରସିସି,ସମସ୍ତ ବିଭାଗର ସଂଯୋଜକ ଓ କାର୍ଯ୍ୟାଳୟ ସହାୟକମାନେ ଉପସ୍ଥିତ ଥିଲେ ।
ବୌଦ୍ଧ : ହାତୀ ଆକ୍ରମଣରେ ଯୁବକ ଗୁରୁତର
ବୌଦ୍ଧ,୧/୬ : ବୌଦ୍ଧ ଜିଲ୍ଲାରେ କିଛି ଦିନ ତଳେ ୨ ଟି ହାତୀର ମୃତ୍ୟୁ ଶୀକାରୀଙ୍କ ଦ୍ୱାରା ହୋଇଥିବା ବେଳେ କିନ୍ତୁ ବର୍ତ୍ତମାନ ଖାଦ୍ୟ ଅନ୍ୱେଷଣରେ ଗାୁଁ ମୁହାଁ ହେଉଛନ୍ତି ହାତୀ । ବର୍ତ୍ତମାନ ଜିଲ୍ଲାରେ ଦିନକୁ ଦିନ ଗଂଜାଇ ଚାଷ ଯୋଗୁଁ ସଂରକ୍ଷିତ ଜଙ୍ଗଲ ଗୁଡିକ ବ୍ୟାପକ ଭାବେ ନଷ୍ଟ ହେଉଥିବା ବେଳେ ଜଙ୍ଗଲୀ ଜୀବଜନ୍ତୁ ଖାଦ୍ୟ ପାଇଁ ଗାଁ ମୁହାଁ ହେଉଛନ୍ତି । ହାତୀ ମାନେ ଲୋକଙ୍କ ଘର ନଷ୍ଟ କରୁଥିବା ବେଳେ ଫସଲ ମଧ୍ୟ ନଷ୍ଟ କରୁଛନ୍ତି ।
କଂଟମାଳ ବ୍ଳକର ବରଗାଁ ପଞ୍ଚାୟତର ଭୁର୍ତାପଡା ଗ୍ରାମର କୃଷ୍ଣ ରଣା (୨୫) ଶୋଇଥିବା େବେଳ ଗତ ଗୁରୁବାର ଦିନ ବିଳମ୍ବିତ ରାତିରେ ହାତୀ ତାଙ୍କ ଘର ନଷ୍ଟ କରିବା ଆତି ଆକ୍ରମଣରେ ତାଙ୍କର ହାତ ଭାଙ୍ଗି ଯାଇଛି ଓ ସେ ବର୍ତ୍ତମାନ କଂଟାମାଳ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଘଟଣା ସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଥିବା ବେଳେ କ୍ଷତିପୁରଣ ଯୋଗାଇ ଦେବାକୁ ଦାବୀ ହେଉଛି ।
ବୌଦ୍ଧ: ବାଇକରୁ ଖସି ପଡି ମହିଳା ଗୁରୁତର
ବୌଦ୍ଧ,୧୧/୬: ବୌଦ୍ଧ ଜିଲ୍ଳା କଂଟାମାଳଥାନା ଲମ୍ବସରି ପଞ୍ଚାୟତର ବଲମତୁମା ରାସ୍ତାରେ ଏକ ବାଇକରୁ ଖସି ପଡି ଜଣେ ମହିଳା ଗୁରୁତର ହୋଇଥିବା ଜଣାପଡିଛି ।
ମିଳିଥିବା ସୁଚନା ମୁତାବକ ଆଜି ଦିନ ପ୍ରାୟ ୧୨ ଟା ହେବ ଲମ୍ବସରୀ ଗ୍ରାମର କୌଳାସ କୁମ୍ଭାର ଓ ଗୌରୀ କୁମ୍ଭାର ଏକ ବାଇକରେ କିଓସ୍କ ବ୍ୟାଙ୍କକୁ ଟଙ୍କା ଉଠାଇକୁ ଯାଉଥିଲେ ।
ହଠାତ ଗୌରିଙ୍କ ମୁଣ୍ଡ ବୁଲାଇ ହେବାରୁ ସେ ବାଇକରୁ ଖସି ପଡିଥିଲେ । ଖସି ପଡିବା ଫଳରେ ତାଙ୍କର ମୁହଁ ଓ ଦୁଇ ହାତରେ ଆଘାତ ଲାଗିଥିଲା । ତାଙ୍କୁ ଉଦ୍ଧାର କରି ମନମୁଣ୍ଡା ମେଡିକାଲରେ ଚିକିତ୍ସା ପାଇ ଭର୍ତ୍ତି କରଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031