Indus Valley Times

ବୌଦ୍ଧ: ଜିଲ୍ଲାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ୍ୟୁ

 Breaking News

ବୌଦ୍ଧ: ଜିଲ୍ଲାରେ ଆଉ ୪ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ୍ୟୁ

November 05
22:27 2020

କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ  
ବୌଦ୍ଧ,୫/୧୧: ବୌଦ୍ଧ କୋଭିଡ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଦିନ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ତାଙ୍କର ବୟସ ୫୯ ବର୍ଷ ଓ ସେ ଗତ ୧ ତାରିଖରୁ କରୋନା ପଜିଟିଭ ଚିହ୍ନଟ ହୋଇ ବୈାଦ୍ଧ କୋଭିଡ ହସସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା ।  ସରକାରୀ ଭାବେ ତାଙ୍କ ମୃତ୍ୟୁକୁ ଘୋଷଣା କରାଯାଇନାହିଁ । ତାଙ୍କ ଘର ହରଭଙ୍ଗା ବ୍ଲକ୍ ତିଲେଶ୍ୱର ଗ୍ରାମ ପ ।ୟତ  କୃଷ୍ଣପାଲି ଗ୍ରାମର ବୋଲି ଜଣାପଡିଛି । ଜିଲ୍ଲା ପ୍ରଶାସନର ସହଯୋଗରେ ବୁଟୁପାଲି ଠାରେ ଥିବା ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ପକ୍ଷରୁ ଆଜି ସ୍ଥାନିୟ ରାଜଘାଟ ଠାରେ  ତାଙ୍କର  ଶବ ସତ୍କାର କରାଯାଇଥିଲା । ତାଙ୍କର ବଡପୁଅ ମୁଖାଅଗ୍ନି ଦେଇଥିଲେ । ଅନୁଷ୍ଠାନର ସଭାପତି ମିନୁ ପ୍ରସାଦ ମିଶ୍ର, ଇନ୍ଦ୍ରମଣୀ ମେହେର, ରାମଚନ୍ଦ୍ର ମେହେର, ବିକାଶ ମେହେର ପ୍ରମୁଖ ଶବ ସତ୍କାର କରିଥିଲେ । ସେହିପରି ଆଜି ଜିଲ୍ଲାରେ ୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲାରେ ୨୬୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜିର ୪ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୨୬୧୪ ରେ ପହଂଚିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ହେଲେ କ ।ମାଳ ବ୍ଲକ୍ ଜାଲପାଲି ଗ୍ରାମରୁ ୧ ଜଣ, କପାସିରା ଗ୍ରାମରୁ ୧ ଜଣ, କ ।ମାଳ ଗ୍ରାମରୁ ୧ ଜଣ ଓ ବୌଦ୍ଧବ୍ଲକ୍ ସାନ ଡୁଙ୍ଗୁରିପାଲି ଗ୍ରାମରୁ ୧ ଜଣ ଚିହ୍ନଟ ହୋଇଛନ୍ତି ।

ଦୁର୍ଗା ମଣ୍ଡପର ଦାନବାକ୍ସ ଭାଙ୍ଗି ଲୁଟିନେଲେ ଦୁର୍ବୁତ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୌଦ୍ଧ,୫/୧୧ବୌଦ୍ଧସହର ମାଳିସାହି ଠାରେ ଥିବା ମା ଦୁର୍ଗାଦେବୀଙ୍କ ମଣ୍ଡପର ଦାନବାକ୍ସ ଭାଙ୍ଗି କେହି ଦୁର୍ବୁତ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ମାଳିସାହି ଦୁର୍ଗା ମଣ୍ଡପର ଗେଟରେ ପଡିଥିବା ତାଲାକୁ ଭାଙ୍ଗି ଭିତରେ ପଶି ଦାନ ବାକ୍ସରେ ପଡିଥିବା ତାଲାକୁ ମଧ୍ୟ  ଭାଙ୍ଗି କେହି ଦୁର୍ବୃତ ସମସ୍ତ ଦାନ ଅର୍ଥ ଲୁଟି ନେଇଥିବା ଗୁରୁବାର ଦିନ ସକାଳୁ ଜଣାପଡିଥିଲା । କମିଟି ସଭାପତି ଶ୍ୟାମସୁନ୍ଦର ବାରିକ ଓ ସମ୍ପାଦକ ସୁଦର୍ଶନ ନାଏକଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଦାନ ବାକ୍ସରେ ଆନୁମାନିକ ପ୍ରାୟ ୨ ହଜାର ଟଙ୍କା ଥିବା ଅନୁମାନ କରୁଛନ୍ତି ।

ଶୁଖିଲା  ବର୍ଜ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ଉଦଘାଟନ କଲେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୫/୧୧: ବୈାଦ୍ଧ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଗୁରୁବାର ଦିନ ଶୁଖିଲା  ବର୍ଜ୍ୟବସ୍ତୁ ପୃଥକୀ କରଣ କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଉଦଘାଟନ କରିଥିଲେ । ବିଜ୍ଞାପିତ ଅଂଚଳ ପରିଷଦର ନିର୍ବାହୀ ଅଧିକାରୀ ଇଂ ମନୋରଂଜନ ପଣ୍ଡଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତଥିଲେ ।  

ବୈାଦ୍ଧ: ଜିଲ୍ଲାରେ ୩ଟି ଦୁଗ୍ଧ ଶୀତଳି କରଣ ପ୍ଲା ସ୍ଥାପନ ହେବ
କମ୍ଭୁଧର କ୍ଷେତୀଙ୍କ ରିପୋର୍ଟ
ବୈାଦ୍ଧ,୫/୧୧: ବୈାଦ୍ଧଜିଲ୍ଲାର ଚାରିଛକ, ବୈାଦ୍ଧ ଓ କ ।ମାଳ ଠାରେ ଏକ ହଜାର କ୍ଷମତା ବିଶିଷ୍ଟ ତିନୋଟି ଦୁଗ୍ଧ ଶୀତଳି କରଣ ପ୍ଲା ସ୍ଥାପନ  ପାଇଁ ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ  ନିଷ୍ପତି ଗ୍ରହଣ କରାଯାଇଛି । ଜିଲ୍ଲା ଦୁଗ୍ଧ ସଂଘ ଅଧିନସ୍ଥ ଦୁଗ୍ଧ ସମବାୟ ସମିତିର ପୁର୍ନ ଗଠନ ଏବଂ ସଂପ୍ରସାରଣ ସମ୍ବନ୍ଧରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାର ବୈାଦ୍ଧ ଓ କ ।ମାଳରେ ୧୭ଟି ଦୁଗ୍ଧ ସମବାୟ ସମିତି ମାଧ୍ୟମରେ ପ୍ରାୟ ଦୁଇ ହଜାର ଲିଟର ଦୈନିକ  ଦୁଗ୍ଧ ବିପଣନ କରାଯାଉଛି । ଏହାଦ୍ୱାରା ଜିଲ୍ଲାରେ ଏଗାରଶହ ଗୋ ପାଳକମାନେ ଉପକୃତ ହେବେ । ଆଗାମୀ ଏକମାସ ମଧ୍ୟରେ ଏହି ଦୁଇଟି ବ୍ଲକରେ ୬ଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା । ଏଥିରେ ତିନିଶହ ଦୁଗ୍ଧ ଚାଷୀ ଉପକୃତ ହୋଇ ଦୈନିକ ୫ ଶହ ଲିଟର କ୍ଷୀର ବିପଣନର ସୁବିଧା ସୁଯୋଗ ପାଇପାରିବେ । ଏହି ୬ଟି ନୂତନ ସମିତି ଆସନ୍ତା ଡିସେମ୍ବର ମାସ ୧୫ ତାରିଖରୁ ଦୁଗ୍ଧ ସଂଗ୍ରହ ଓ ବିକ୍ରୟ ପ୍ରକ୍ରିୟା ଆରମ୍ଭ ହେବ ।
ସେହିପରି ହରଭଙ୍ଗା ବ୍ଲକର ୧୨ଟି ନୂତନ ଦୁଗ୍ଧ ସମବାୟ ସମିତି ଗଠନ ପ୍ରକ୍ରିୟାକୁ ତ୍ୱରାନ୍ନିତ କରାଯାଇଛି ଯାହାଦ୍ୱାରା ଏହି ବ୍ଲକର ୫ ଶହ ଦୁଗ୍ଧ ଚାଷୀ ଉପକୃତ ହୋଇ ଅନ୍ୟୁନ ୧୫ ଶହ ଲିଟର ଦୁଗ୍ଧ ଦୈନିକ ବିପଣନର ସୁଯୋଗ ପାଇବେ । ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡାକ୍ତର ଅମିତାଭ ପଣ୍ଡା, ସମଲେଶ୍ୱରୀ ଦୁଗ୍ଧ ସଂଘ ପରିଚାଳକ ନଗେନ ମିଶ୍ର, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରମୁଖ ପ୍ରଫୁଲ୍ଲ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।  

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031