Indus Valley Times

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ବଦଳି ହେଲେ ୫ ପୁଲିସ କର୍ମଚାରୀ

 Breaking News

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ବଦଳି ହେଲେ ୫ ପୁଲିସ କର୍ମଚାରୀ

ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବାରୁ ବଦଳି ହେଲେ ୫ ପୁଲିସ କର୍ମଚାରୀ
August 05
12:19 2022

ଚେନ୍ନାଇ, ୫/୮: ମହଙ୍ଗା ପଡ଼ିଲା ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ। ବ୍ୟୁଟି ପିଜାଣ୍ଟରେ ଭାଗ ନେଇଥିବା ୫ ଜଣ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଶୁକ୍ରବାର ତାମିଲନାଡ଼ୁର ଜଣେ ଏସଆଇ ସମେତ ୫ ଜଣଙ୍କୁ ବଦଳି କରାଯାଇଛି। ତାମିଲନାଡ଼ୁର ନାଗାପାଟିନାମ ଏସପି ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏହି ପୁଲିସ କର୍ମଚାରୀମାନେ ବ୍ୟୁଟି ପିଜାଣ୍ଟ ସୋ’ରେ ରାମ୍ପ ୱାକ କରିବା ପରେ ଏହି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତ ରବିବାର ମାୟୁଲାଦୁଥାରି ଜିଲ୍ଲାର ସେମବାନରକୋଭଲିରେ ଏକ ଘରୋଇ ସଙ୍ଗଠନ ପକ୍ଷରୁ ବ୍ୟୁଟି ପିଜାଣ୍ଟ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ସାଉଥ ଅଭିନେତ୍ରୀ ୟାସିକା ଆନନ୍ଦ ସ୍ୱତନ୍ତ୍ର ଅତିଥିଭାବେ ନିମନ୍ତ୍ରଣ ହେବା ସହ ଉଦଘାଟନ କରିଥିଲେ। ସେ ମଧ୍ୟ ରାମ୍ପ ସୋରେ ଚାଲିଥିଲେ। ତେବେ କାର୍ଯ୍ୟକ୍ରମର ପରଦିନ ଏହି ଘଟଣା ଗଣମାଧ୍ୟମରେ ଭାଇରାଲ ହୋଇଥିଲା।
ଏହା ପରେ ନାଗାପାଟିନାମ ଏସପି ଏକ ନିର୍ଦ୍ଦେଶନାମା ଜାରି କରି ୫ ଜଣଙ୍କୁ ବଦଳି କରିଥିଲେ। ଏହି ପୁଲିସ କର୍ମଚାରୀମାନେ ହେଲେ ରେଣୁକା, ଅଶ୍ୱିନୀ, ନିଥ୍ୟାଶିଲା ଏବଂ ଶିଭ୍ନେସାନ। ଏହି ୫ ଜଣଙ୍କ ମଧ୍ୟରେ ଏସଆଇ ସୁବ୍ରମନ୍ୟନ ମଧ୍ୟ ଅଛନ୍ତି। ଏହି ଏସଆଇ ଜଣକ ସେମବାନରକୋଭଲି ପୁଲିସ ଷ୍ଟେସନରେ କାର‌୍ୟ୍ୟରତ ଅଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031