Indus Valley Times

ବୌଦ୍ଧ: ଜିଲ୍ଲାସ୍ତରୀୟ ସହିଦ ଦିବସ ପାଳିତ

 Breaking News

ବୌଦ୍ଧ: ଜିଲ୍ଲାସ୍ତରୀୟ ସହିଦ ଦିବସ ପାଳିତ

October 22
11:19 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୨୨/୧୦: ବୌଦ୍ଧଜିଲ୍ଲା ପୁଲିସ ଓ ୫ମ ଆଇଆରବି ପକ୍ଷରୁ ବଲାସିଙ୍ଗା ସ୍ଥିତ ଆଇଆରବି ପ୍ୟାରେଡ ପଡିଆରେ ଠାରେ ୬୩ ତମ ପୁଲିସ ସହିଦ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରହଲ୍ଲାଦ ସହାୟ ମୀନା ଯୋଗଦେଇ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତା ପାଠ କରିବା ସହିତ ସହିଦ ହୋଇଥିବା ଯବାନ ମାନଙ୍କର ନାମ ପାଠ କରିଥିଲେ ।
ସମ୍ମାନୀତ ଅତିଥିଭାବରେ ପଞ୍ଚମ ଇଣ୍ଡିଆନ ରିଜର୍ଭ ବାଟାଲିଆନର ଦୁର୍ଗପତି ଦୁର୍ବାସା ନାଏକ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରବୀନ୍ଦ୍ର କୁମାର ରାଉତ, ଉପ ଦୁର୍ଗପତି ଗୋପବନ୍ଧୁ ତ୍ରିପାଠୀ, ଅନିଲ ପ୍ରଧାନ, ଏସଡିପିଓ ଆନନ୍ଦ ବର୍ଦ୍ଧନ ଗୁରୁ, ସହକାରୀ ଦୁର୍ଗପତି ଲଳିତ ବାଘ, ବୌଦ୍ଧ ଥାନା ଅଧିକାରୀ ମାଧବାନନ୍ଦ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । ସହକାରୀ ଦୁର୍ଗପତି ବେଲାର ମେହେର ପ୍ୟାରେଡ ପରିଚାଳନା କରିଥିଲେ ।
ଇନିସିପେକ୍ଟର ପ୍ରାଣକିଶୋର ବାସ୍କେ ସେକେଣ୍ଡ କମାଣ୍ଡ ଭାବେ ପ୍ୟାରେଡ ପରିଚାଳନା କରିଥିଲେ । ଏହି ଅବସରରେ ତେତେଲେଙ୍ଗା ଗ୍ରାମର ସହିଦ ଗୋବିନ୍ଦ ପ୍ରଧାନଙ୍କ ପିତା ଏକାଦେଶୀ ପ୍ରଧାନ ଓ ପଦ୍ମନପୁର ଗ୍ରାମର ସହିଦ ବିଭୁଧେନ୍ଦ୍ର ବିଶ୍ୱାଳଙ୍କ ପିତା ବସନ୍ତ ବିଶ୍ୱାଳଙ୍କୁ ସମ୍ମାନୀତ କରାଯାଇଥିଲା ।
ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା,୧୧ଟି ଜୋନ ପାଇଁ ୨୩ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି ପ୍ରତିଦ୍ୱନ୍ଦିତା; ସାଧାରଣ ନିର୍ବାଚନଠୁ ବଳି ପଡିଲାଣି ସମବାୟ ନିର୍ବାଚନ
ବୌଦ୍ଧ,୨୨/୧୦: ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀ ପାଇଁ ନିର୍ବାଚନ ପ୍ରକ୍ରିୟା ଚାଲୁରହିଥିବା ବେଳେ ଜିଲ୍ଲାରେ ସମବାୟ ନିର୍ବାଚନକୁ ନେଇ ରାଜନୈତି ଉଷ୍ମତା ବୃଦ୍ଧି ପାଇଛି । ଜିଲ୍ଲାରେ ସମବାୟ ନିର୍ବାଚନକୁ ଦେଖିଲେ ସାଧାରଣ ନିର୍ବାଚନଠୁ ବଳି ପଡୁଛି । ମନ୍ତ୍ରୀ, ବିଧାୟକ ଓ ନେତାଙ୍କ ଘର ଆଗରେ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳୁଛି । ଭୋଟଙ୍କୁ ନେଇ ନେତାଙ୍କ ଘରେ ଚାଲିଛି ମାନସମନ୍ଥନ । ପ୍ରାର୍ଥୀ କିପରି ଜିତିବ ତାହାକୁ ନେଇ ଚାଲିଛି ରଣକୌଶଳ ।
ଆସନ୍ତା ୩୦ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ପ୍ରଚାର ସେତେ ଯୋରଦାର ହେଉଛି । ଭୋଟରଙ୍କ ମଧ୍ୟରେ ନିର୍ବାଚନକୁ ନେଇ ସେତିକିି ଉତ୍ସାହ ଦେଖିବାକୁ ମିଲୁଛି । ପ୍ରାର୍ଥୀମାନେ କିପରି କିଭଳି.କେଉଁ ଉପାୟରେ ଭୋଟର ମାନଙ୍କୁ ମନାଇବାକୁ ପଡିବ ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଯାଇଛି । ସମବାୟ ବ୍ୟାଙ୍କ ନିର୍ବାଚନରେ ଶାସକ ବିଜେଡି ତାର ସମସ୍ତ ୧୫ଟି ଜୋନରେ ତାର ସମର୍ଥିତ ପ୍ରାର୍ଥୀ ଛିଡା କରିଛି । ସେଥିମଧ୍ୟରୁ ଚାରଟି ଜୋନରେ ପ୍ରାର୍ଥୀ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ବାକି ୧୧ଟି ଜୋନ ପାଇଁ ନିର୍ବାଚନ ହେବାକୁ ଯାଉଥିବା ବେଳେ ସେମାନଙ୍କ ପାଇଁ ଦଳିୟ ନେତାମାନେ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ।
ପ୍ରାର୍ଥୀମାନେ ଜିତିବା ପାଇଁ ଭୋଟରଙ୍କୁ ବିଭିନ୍ନ ପ୍ରତିଶୃତିରେ ଅଜାଡି ପକାଉଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅନେକ ପ୍ରାର୍ଥୀ ନିର୍ଦ୍ଦେଶକ ପଦବି ଅପେକ୍ଷା ଅଧ୍ୟକ୍ଷ ପଦବି ପାଇବା ପାଇଁ ଅଧିକ ଆଶା ବାନ୍ଧିଛନ୍ତି । ବୌଦ୍ଧ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ବ୍ୟାଙ୍କର ଶାଖା ରହିଥିବା ବେଳେ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୧୫ ଟି ଜୋନ ରହିଛି । ପ୍ରତ୍ୟକ ଜୋନରେ ପ୍ରାୟ ୯୦ ଜଣ ଲେଖାଁଏ ଭୋଟର ଅଛନ୍ତି । ଏହି ୧୫ଟି ଜୋନ ପାଇଁ ୪୫ ଜଣ ପ୍ରାର୍ଥୀ ଓ ପ୍ରର୍ଥୀନୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ । ହେଲେ ୧୮ ଜଣ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ପ୍ରତ୍ୟାହର କରିନେଇଥିଲେ ।
ଫଳରେ ଚାରଟି ଜୋନରେ ଜଣେ ଲେଖାଁଏ ପ୍ରାର୍ଥୀ ରହିବା ଫଳରେ ସେମାନଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଥିବା ଘୋଷଣା କରାଯିବ । ୧୧ଟି ଜୋନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ୧୧ଟି ଜୋନରେ ୨୩ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ମିଳିଥିôବା ସୂଚନା ମୁତାବକ ୧ ନମ୍ବର ଜୋନ ରେ ଅଶ୍ୱନୀ କୁମାର ପ୍ରଧାନ,ପୂର୍ଣ୍ଣଚନ୍ଦ୍ର ଭୋଇ,ଭୂମିସୂତା ମେହେରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବ । ୨ ନମ୍ବର ଜୋନ ପାଇଁ ଲିଙ୍ଗରାଜ ଜଗଦଲା ଓ ଗଣେଶ୍ୱର ନାଏକ ପ୍ରତିଦ୍ୱନ୍ଦିତା ହେବାକୁ ଯାଉଥିବା ବେଳେ ୪ ନମ୍ବର ଜୋନ ପାଇଁ ଅରୁଣ କୁମାର ପ୍ରଧାନ ଓ ବିକ୍ରମ ପ୍ରଧାନ ମଧ୍ୟରେ ୫ ନମ୍ବର ଜୋନ ପାଇଁ ଫିଲିମିନା ପ୍ରଧାନ ଓ ପଙ୍କଜିନୀ ପଟ୍ଟନାୟକ , ୬ ନମ୍ବର ଜୋନ ପାଇଁ ଦିଲ୍ଲିପ କୁମାର ମେହେର ଓ ବିମଳ ପ୍ରଧାନ , ୮ ନମ୍ବର ଜୋନ ପାଇଁ ସଙ୍ଗିତା ନାଏକ ଓ ନଳିନ ପ୍ରଧାନ, ୯ ନମ୍ବର ଜୋନ ପାଇଁ ସଚିଦାନନ୍ଦ ପ୍ରଧାନ ଓ ବସନ୍ତ କୁମାର ପ୍ରଧାନ, ୧୦ ନମ୍ବର ଜୋନ ପାଇଁ ବୃଷଭ କହଁର ଓ ଶତପଥୀ ପ୍ରଧାନ, ୧୩ ନମ୍ବର ଜୋନ ପାଇଁ ରାଜେନ୍ଦ୍ର କୁମାର ମେହେର ଓ ଶୈଳେନ୍ଦ୍ର ପ୍ରଧାନ,୧୪ ନମ୍ବର ଜୋନ ପାଇଁ କିଶୋର କୁମାର ମେହେର, ପ୍ରଫୁଲ୍ଲ କୁମାର ପ୍ରଧାନ ଏବଂ ୧୫ ନମ୍ବର ଜୋନ ପାଇଁ ଧନେଶ୍ୱରୀ ମେହେର ଓ ମମତା ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିବା ଜଣାପଡିଛି ।
ସେହିପରି ୩ ନମ୍ବର ଜୋନରୁ ପ୍ରମୋଦ ରଣା, ୭ ନମ୍ବର ଜୋନରୁ ଡୁଗୁଣୀ ଦିଗାଲ ୧୧ ନମ୍ବରରୁ ଲିନା ମହାପାତ୍ର,୧୨ ନମ୍ବର ଜୋନରୁ ସୁବୋଧ କୁମାର ପ୍ରଧାନ ର୍ନିଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡିଛି । ସମବାୟ ନିର୍ବାଚନ ମାଧ୍ୟମରେ ରାଜନୈତିକ ଦଳମାନେ ତୃଣମୂଳସ୍ତରୁ ସେମାନଙ୍କ ସଂଗଠନକୁ ସୁଦୃଢ କରିବା ପାଇଁ ନିଜ ନିଜ ଦଳର ସମର୍ଥିତ ପ୍ରାର୍ଥୀକୁ ନିର୍ବାଚନ ମଇଦାନରେ ଓହ୍ଲାଇ ଥାନ୍ତି ।
ବାବା ଚମ୍ପେଶ୍ୱର ମନ୍ଦିରରେ କ୍ଷୀରକ୍ଷଭିଷେକ
ହରଭଙ୍ଗା ,୨୨/୧୦: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବିରନରସିଂହ ପୁର ପଂଚାୟତ ଅନ୍ତର୍ଗତ କରଡ଼ି ଗ୍ରାମରେ ବାବା ଚାମ୍ପେଶ୍ଵର ମନ୍ଦିରରେ କ୍ଷୀରା ଭିଷେକ ଅନୁଷ୍ଠିତ ହୋଇ ଯାଇଛି । ମନ୍ଦିରରେ ହଜାର ହଜାର ଶ୍ରାଦ୍ଧଳୁ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କରଡ଼ି ର ଆଖପାଖ ପଂଚାୟତ ତଥା ଗ୍ରାମରୁ ଭକ୍ତଙ୍କ ସୁଅ ଛୁଟିବାକୁ ଲାଗିଥିଲା, ମନ୍ଦିର ଭିତରେ ଭକ୍ତଙ୍କ ଗହଣ ରେ ନାମ ସଂକୀର୍ତନ ଓ ପାରାୟଣ ଠାବେ ଠାବେ ଦେଖିବାକୁ ମିଳିଥିଲା ।
ଏଥିରେ ମନ୍ଦିର ପରିଚାଳନା କମିଟି କ୍ଷୀରସାଇ ରେ ସହଯୋଗ କରିଥିବା ବେଳେ ଡ୍ରାଇଭର ସଂଘ ଭଲୁଣ୍ଟାରୀ ଭାବରେ ପକ୍ଷର୍କିଙ୍ଗ ତଥା ଶାନ୍ତି ଶୃଙ୍ଖଳା ର ଦାୟିତ୍ୱ ନେଇଥିଲେ କ୍ଷ ସମସ୍ତ ଭକ୍ତଙ୍କ ପାଇଁ ପ୍ରସାଦ ଭୋଜନ ର ମଧ୍ୟ ବ୍ୟବସ୍ତା କରାଯାଇଥିଲା ।
ଉକ୍ତ କ୍ଷୀରସାଇ ରେ କମିଟି ର ସଭାପତି ମୃତ୍ୟୁଞ୍ଜୟ ମିଶ୍ର ସମ୍ପାଦକ ହରି ଅର୍ଜୁନ ସାହୁ କୋଷାଧକ୍ଷ ପୂର୍ଣ୍ଣ ଚନ୍ଦ୍ର ମହାକୁଳ, ସଭ୍ୟ -ବିଶ୍ୱଜିତ ମିଶ୍ର, ନରେନ୍ଦ୍ର ସାହୁ, କିଶ୍ବର ସାହୁ, ଧରଣୀଧର ସାହୁ, ପୂର୍ଣ୍ଣ ଚନ୍ଦ୍ର ଗାଈଗୌରୀଆ, ରାଜୁ ଅଗ୍ରୱାଲ, ବାବାଜୀ ପାତ୍ର, ନାରାୟଣ ସାହୁ, ପରିଚାଳନା କରିଥିଲେ! ଡ୍ରାଇଭର ମହାସଂଘ ବିରାନରସିଂ ପୁର ମଧ୍ୟ ଉପସ୍ଥିତ ଥିଲେ!
ସରସରା କ୍ଲଷ୍ଟର୍ ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ
ବୌଦ୍ଧ,୨୧/୧୦: ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ସୁରଭି ଏକ ଉପଯୁକ୍ତ ମାଧ୍ୟମ ବୋଲି ସରସରା କ୍ଲଷ୍ଟର ର ସୁରଭି କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ, ଜିଲ୍ଲା ପରିଷଦର ସାତ ନମ୍ୱର ଜୋନର ସଭ୍ୟ ବିଶ୍ୱଜିତ୍ ମିଶ୍ର ଦ୍ୱାରା କାର୍ଯ୍ୟକ୍ରମଉଦ୍ ଘାଟିତ ହୋଇଥିଲା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜଗତ ମଲ୍ଲିକ, ସ୍ବରାଜ କହଁର, ପେଡ଼ା ଗୋଜି କୋଡ଼ିନେଟର ଶିବଶଙ୍କର ଶତପଥୀ, ସମିତି ସଭ୍ୟା ଯମୁନା ରାଣୀ ବେହେରା, ଆଲୁମିନି କମିଟି ସଭାପତି ସୁଧୀର କୁମାର ନାଏକ, ବିଦ୍ୟାଳୟ ଶିକ୍ଷା କମିଟି ସଭାପତି ମନୋରଂଜନ ସାହୁ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ, ସିଆରସିସି ଧରଣୀଧର ମେହେର ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ୧୫ ଟି ବିଦ୍ୟାଳୟରୁ ୧୬୩ ଛାତ୍ର ଛାତ୍ରୀ ବିଭିନ୍ନ ପ୍ରତିଯୋଗିତା ବତ୍କୃତା,ପ୍ରବନ୍ଧ,ହସ୍ତାକ୍ଷର,ସୃଜନଶୀଳ ଲିଖନ ,କୁଇଜ୍ ,ଚିତ୍ରାଙ୍କନ,ଭଳି ୧୬ ଟି ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ,ପ୍ରତ୍ୟେକ ବିଷୟର ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ବ୍ଲକ୍ ସ୍ତରୀୟ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ ।
ଶେଷରେ ୯ଟି ସାଂସ୍କୃତିକ ଦଳ ସାଂସ୍କୃତିକ କାର‌୍ୟ୍ୟକ୍ରମ ପରିବେଷଣ କରି ସରସରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଶ୍ରେଷ୍ଠ ବିବେଚିତ ହୋଇଥିଲେ । ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଥିଲାବେଳେ ଶିକ୍ଷକ ବିଜୟ କୁମାର ସାହୁ ଅତିଥି ପରିଚୟ କରି ମଞ୍ଚ ପରିଚାଳନା କରିଥିଲେ ।
ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ,କାର୍ଯ୍ୟକ୍ରମକୁ ଶ୍ରୀବନ୍ତ ନାଏକ, ଅଶୋକ ପ୍ରଧାନ, ପ୍ରଶାନ୍ତ ସାହୁ, ଅରୂପ ମହାରଣା, ପୁନମ୍ ମିଶ୍ର, ନବନିତା ବେହେରା,ଅଭିମନ୍ୟୁ ପ୍ରଧାନ ନିବେଦିତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।

ଚାଷୀଙ୍କ ମୁଣ୍ଡରେ ଚଡକ,ଟ୍ରାନ୍ସଫର ପୋଡିଯିବାରୁ ୬୦ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି….

ହରଭଙ୍ଗା,୨୨/୧୦ : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ ୬୦ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି,ସୂଚନା ମତେ ଚଳିତ ବର୍ଷ ଏହି ଖରିବ ଋତୁରେ ଗ୍ରାମରେ ଥିବା ମା ପୀତାବଳି ପାଣି ପଂଚାୟତ ୧ର ଆନିକଟରେ ଥିବା ପ୍ରାୟ ୩୫ଜଣ ଚାଷୀ ଙ୍କ ୬୦ଏକର ଚାଷ ଜମିରେ ଲିପ୍ଟ ଦ୍ୱାରା ଧାନ ଚାଷ କରାଯାଇଛି ଏବଂ ଏହି ପାଣି ପଂଚାୟତ ର ବିଦ୍ୟୁତ ଖର୍ଚ୍ଚ ବି ଆଗୁଆ ପୈଠ କରାଯାଇଛି ।
କିନ୍ତୁ ଦୁର୍ଭାଗ୍ୟ କୈକ୍ଷଣସି ବଶତଃ ଏହି ଲିପ୍ଟ ରେ ଲାଗିଥିବା ୬୩ କେବି ଟ୍ରାନ୍ସଫର୍ମର ଟି ଆଜକୁ ୮ ଦିନ ହେଲା ପୋଡି ଯାଇଥିବାରୁ ଏବେ ଲିପ୍ଟ ପଏଣ୍ଟ ଅଚଳ ଅବସ୍ଥାରେ ପଡ଼ିରହିଛି ।
ପୁରୁଣା କଟକ ବିଦ୍ୟୁତ ବିଭାଗ କୁ ଅନୁରୋଧ କରିବା ପରେ ବିଭାଗୀୟ କର୍ମଚାରୀ ଆସି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇ ଥିଲେ ଓ ନୂତନ ଟ୍ରାନ୍ସଫରମର ର ଆବଶ୍ୟକ ଥିବା ଚାଷୀଙ୍କୁ ଜଣାଇଥିଲେ ।
ଯଦି ଯଥା ଶୀଘ୍ର ୨/୩ଦିନ ଭିତରେ ନୂତନ ଟ୍ରାନ୍ସଫର ଲଗାଇ ପାଣି ଚାଷ ଜମିରେ ମଡ଼ା ନ ଯାଏ ତେବେ ଚାଷୀଙ୍କ ୬୦ଏକର ଧାନ ଚାଷ ନଷ୍ଟ ହେବା ସହିତ ଚାଷୀ ଋଣ ଭାରରେ ଭାଙ୍ଗି ପଡିବ କାରଣ ଏବେ ସବୁ ଧାନ ଗୁଡିକ ଗର୍ଭାବସ୍ଥାରେ,ବୌଦ୍ଧ ବିଦ୍ୟୁତ ବିଭଗ ଝଊଙ ଙ୍କୁ ଏକ ଦାବିପତ୍ର ପ୍ରଦାନ ସହିତ ଏହି ସମସ୍ୟା ର ସମାଧାନ ଯଥାଶୀଘ୍ର କରିବା ପାଇଁ ବିଜୟ ବେହେରା, ରାଜୀବ ବେହେରା, ସୁଶାନ୍ତ ବେହେରା, ନନ୍ଦ ସେଠି, ସୁନୁ ସନ୍ତୋଷ ଗିରି ମକୁନ୍ଦ ପାତ୍ର ଙ୍କ ସମେତ ୩୫ଜଣ ଚାଷୀ ଅଭିଯୋଗ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031