Indus Valley Times

ବୌଦ୍ଧ : ଜିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ଅନୁଷ୍ଠିତ

 Breaking News

ବୌଦ୍ଧ : ଜିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବୌଦ୍ଧ : ଜିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ଅନୁଷ୍ଠିତ
October 02
19:46 2023

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨/୧୦ : ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ନାରାୟଣନଗର ଠାରେ ପଞ୍ଚମ ଲୋକକଳା ଗ୍ରାମ ବାର୍ଷିକ ଉତ୍ସବ ସୋମବାର ଦିନ ଗୋଟାଏ ସମୟରେ ଅନୁଷ୍ଠିତ ହୋଇଛି ।
ଜିଲା ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରାତଃ ସମୟରେ ରାମଧୁନ ଗାନ କରାଯାଇଥିଲା । ଏହାସହ ସଂକୀର୍ତନ୍ୟ ସହ କଳାକାରମାନେ ଏକ ଶୋଭାଯାତ୍ରାରେ ଲୋକକଳା ଗ୍ରାମ ପରିକ୍ରମା କରିଥିଲେ ।
ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକନ୍ତି ବଳିୟାରସିଂହଙ୍କ ଅଧକ୍ଷତରେ ଆୟୋଜିତ ପଞ୍ଚମ ବାର୍ଷିକୀ ଉତ୍ସବରେ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ତଥା ARCSହାଡିବନ୍ଧୁ ମହାକୁଡ଼, ପୂର୍ବତନ ସାହିତ୍ୟ ଏକାଡେମୀ ସଦସ୍ୟ ନୀଳଲୋହିତ ମହାପାତ୍ର , ପୂର୍ବତନ ସରପଞ୍ଚ ଭୋଳାଗିରି ସାହୁ ପ୍ରମୁଖ ଯୋଗଦେଇଥିଲେ ।
ସଭାରେ କଳାକାରମାନଙ୍କୁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଂଚଳର ବୁଣାକାର ଓ କଳାକାର ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031