Indus Valley Times

ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟର ପ୍ରଥମ ସ୍ୱନକ୍ଷେତ୍ର ଦିବସ ପାଳିତ

 Breaking News

ବୌଦ୍ଧ: ଜିଲ୍ଲା ସଂଗ୍ରହାଳୟର ପ୍ରଥମ ସ୍ୱନକ୍ଷେତ୍ର ଦିବସ ପାଳିତ

January 03
16:22 2022

ବୌଦ୍ଧ, ୩/୧: ବୌଦ୍ଧଜ଼ିଲ୍ଲା ଜ଼ିଲ୍ଲା ସ୍ୱନକ୍ଷେତ୍ର ଦିବସ ତଥା ଜ଼ିଲ୍ଲା ସଂଗ୍ରହାଳୟ ର ପ୍ରଥମ ବାର୍ଷିକୀ ଅବସର ରେ ବୌଦ୍ଧ ଜ଼ିଲ୍ଲାରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ୫ଞ ରେ ରୂପାନ୍ତିକରଣ ହେବାକୁ ଥିବା ମଥୁରା ଉଚ୍ଚ ବିଦ୍ୟାଳୟ ର ଭୂମି ପୂଜା, ପରେ ପରେ ମାଆ ଭୈରବୀ ଙ୍କୁ ପୂଜାର୍ଚ୍ଚନା, ଜ଼ିଲ୍ଲା ପ୍ରତିଷ୍ଠା ଦିବସ ରେ ଜ଼ିଲ୍ଲା ପାଇଁ ଆଶୀର୍ବାଦ ଭିକ୍ଷା, ପରେ ପରେ ଆଡ଼େଣିଗଡ଼ ଠାରେ ବସୁନ୍ଧରା ଯୋଜନା ରେ ୨୧ ଜଣ ଙ୍କୁ ପଟ୍ଟା ବଣ୍ଟନ, ପରେ ପରେ ବୁଦ୍ଧ ପାର୍କ ଠାରେ ଭଗବାନ ବୁଦ୍ଧ ଙ୍କ ନିକଟରେ ପୂଜାର୍ଚ୍ଚନା, ତା ପରେ କଚେରୀ ପଡିଆ ରେ ବୌଦ୍ଧ କଳା ମଣ୍ଡପ ରେ ପୂଜାର୍ଚନା, ପରେ ଜନ ସାଧାରଣ ଙ୍କ ଉଦ୍ଦେଶ୍ୟ ରେ ବାଇପାସ ର ଲୋକାର୍ପଣ, ପରେ ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ (ଯାହାଙ୍କ ପ୍ରଚେଷ୍ଟା ରେ ଜ଼ିଲ୍ଲା ଗଠନ ହୋଇ ପାରିଥିଲା, ପରେ ପରେ ସେଲ୍ଫି ପଏଣ୍ଟ ଓ I Love Boudh ଏବଂ ଜ଼ିଲ୍ଲା ଟ୍ରେଜେରୀ ସ୍ଥିତ ଲିମ୍ବ ଗଛରେ ଭଗବାନ ବୁଦ୍ଧ ଙ୍କ ପ୍ରତିକୃତି ର ଲୋକାର୍ପଣ ମାନ୍ୟବର ଅତିଥି ବୃନ୍ଦ ଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି କ୍ଷ ପରେ ଜ଼ିଲ୍ଲା ସଂଗ୍ରହାଳୟ ଠାରେ ଏକ ସାଧାରଣ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ, ବୌଦ୍ଧ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, କଣ୍ଟାମାଲ, ଶ୍ରୀଯୁକ୍ତ ମହୀଧର ରଣା, ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା ମଞ୍ଚାସିନ ଥିଲେ । ଜ଼ିଲ୍ଲାପାଳ, ବୌଦ୍ଧ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଜଗତ ର ନାଥ ଜଗନ୍ନାଥ ଙ୍କ ପୂଜାର୍ଚନା ପରେ ଅତିଥି ମାନଙ୍କୁ ଉତ୍ତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ସ୍ୱାଗତ ଭାଷଣ ଦେଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ ଅତିଥି ପରିଚୟ ପ୍ରଦାନ ସହ ସଭା କା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ଏବଂ ସଂସ୍କୃତ ଶିକ୍ଷକ, ସରକାରୀ ଉଚ୍ଚ ବିଦ୍ୟାଳୟ, ମେଂଢ଼ୀମାଲ ଶ୍ରୀଯୁକ୍ତ ପ୍ରମୋଦ କୁମାର ପ୍ରଧାନ ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ ରେ ନୀଳମାଧବ ବେହେରା ଙ୍କ ଦ୍ୱାରା ସଂଗୀତ ପରିବେଷଣ, ପରେ ପରେ ଜିତେନ୍ଦ୍ର କୁମାର ମହାନ୍ତି ଙ୍କ ପଞ୍ଚରସି, ଗେଲ୍ଲକ୍ଷ ମା କଳା ନିକେତନ, ପ୍ରଣାମ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କୋଭିଡ ନିୟମ କୁ ମାନି ଅଳ୍ପ ସଂଖ୍ୟକ ବୁଦ୍ଧିଜୀବୀ, ସାମ୍ବାଦିକ, କଳାକାର ଙ୍କୁ ନେଇ ଏହି କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା କ୍ଷ ଏହି କାର‌୍ୟ୍ୟକ୍ରମ ବି. ଡି. ଓ. ବୌଦ୍ଧ ଶ୍ରୀଯୁକ୍ତ ଦେବୀ ପ୍ରସାଦ ଦାସ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିବା ବେଳେ ସ୍ଥାପତି ସୁଶ୍ରୀ ସୁମନ ଷଢଙ୍ଗୀ, ଇ. ଓ. ଏନ. ଏ. ସି. ଇଂ. ମନୋରଞ୍ଜନ ପଣ୍ଡା ଏବଂ ଏନ. ଏ. ସି. ର କର୍ମଚାରୀ ବୃନ୍ଦ, ସ୍ୱଚ୍ଛସାଥୀ ଏବଂ ସ୍ଵଛ ସୁପରଭାଇଜର, ସି. ଓ. ସୁପର୍ଣ୍ଣା ମହାନ୍ତି, ସୁନିତା ମହାନ୍ତି, ଅମିତା ମହାପାତ୍ର, ଗୋପାଳ କୃଷ୍ଣ ବେହେରା, ପ୍ରଣାମ ଅନୁଷ୍ଠାନ ର ପ୍ରଶାନ୍ତ କୁମାର , ସଂଗ୍ରହା ଳୟ ର ସମସ୍ତ କର୍ମଚାରୀ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ର କର୍ମଚାରୀ ଅକ୍ଷୟ କୁମାର ମହାକୁଡ଼, ବୌଦ୍ଧ ର ଜନସାଧାରଣ, ଆଇନଜୀବୀ, ଗଣ ମାଧ୍ୟମ ପ୍ରତିନିଧି କାର‌୍ୟ୍ୟକ୍ରମ ରେ ଉପସ୍ଥିତ ରହି ସହଯୋଗ କରିଥିଲେ ।
ଶେଷରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କ ସହଯୋଗ ପାଇଁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଜ଼ିଲ୍ଲାପାଳ ସମସ୍ତଙ୍କୁ ପୁଣ୍ୟତୋୟା ମହାନଦୀ ର ସୁରକ୍ଷା, ସୌନ୍ଦର୍ଯ୍ୟତା, ସ୍ୱଚ୍ଛତା ରକ୍ଷା, ଏହାର କୂଳରେ ବୃକ୍ଷ ରୋପଣ, ରୋପିତ ବୃକ୍ଷ ଗୁଡିକ ର ରକ୍ଷଣକ୍ଷ ବେକ୍ଷଣ, ନଦୀ ଘାଟ ର ପରିଷ୍କାର, ପରିଚ୍ଛନ୍ନତା ସହ ନଦୀ ଜଳ କୁ ପ୍ରଦୂଷଣ ମୁକ୍ତ ପାଇଁ ଶପଥ ନେବା ସହ ଆମ ଜ଼ିଲ୍ଲା କୁ ବାଲ୍ୟ ବିବାହ ମୁକ୍ତ କରିବା ପାଇଁ ଓ ଶିଶୁ ମାନଙ୍କ ସୁରକ୍ଷା ଓ ସେମାନଙ୍କର ଅଧିକାର ରକ୍ଷକ୍ଷ କରିବା ପାଇଁ ଅପ୍ର୧ ଣ ଚେଷ୍ଟା କରିବା ସହ ଜ଼ିଲ୍ଲା ପ୍ରଶାସନ କୁ ସବୁ ସମୟରେ ସହଯୋଗ ର ହାତ ବଢ଼େଇ ଏକ ସୁସ୍ଥ ଜ଼ିଲ୍ଲା ଗଠନ ର ସ୍ବପ୍ନ କୁ ସାକାର କରିବା ପାଇଁ ଶପଥ ନେଇଥିଲେ । ଶେଷ ରେ ସ୍ଥାପତି ସୁମନ ଷଢଙ୍ଗୀ ଆଜି ର କାର୍ଯ୍ୟକ୍ରମ ରେ ମୂଳ ରୂ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ପ୍ରଶାସନ କୁ ସହଯୋଗ କରିଥିବାରୁ ଅତିରିକ୍ତ ଜ଼ିଲ୍ଲାପାଳ ଏବଂ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଆଜି ଜ଼ିଲ୍ଲା ଗଠନ ଦିବସ ଉପଲକ୍ଷେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ବେସରକାରୀ ଅନୁଷ୍ଠାନ ରଙ୍ଗୀନ ଆଲୋକ ମାଳା ରେ ସୁସଜ୍ଜିତ ହେବା ସହ ଅନେକ ସ୍ଥାନ ରେ ଦୀପ ପ୍ରଜ୍ବଳନ ସହ ସଂଗ୍ରହଳୟ ରେ ୧୦୧ ଟି ଦୀପ ପ୍ରଜ୍ବଳନ କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031