Indus Valley Times

ବୌଦ୍ଧ : ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

 Breaking News

ବୌଦ୍ଧ : ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା

June 10
23:04 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୧୦/୬: ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଭିଜନ ଓଡିଶା ଅ୨୦୩୬ ଓ ବିକଶିତ ଭାରତ ଅ୨୦୪୭ବିଷୟରେ ଜିଲ୍ଲାସ୍ତରୀୟ ପ୍ରବନ୍ଧ ଓ ଚିତ୍ରାଙ୍କନ ପ୍ରତିଯୋଗିତା ଜିଲ୍ଲାଶିକ୍ଷା ଅଧିକାରୀ ଟେମଲାଲ ଦୁବେଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଯାଇଛି ।
ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଚୂଡ଼ାମଣି ବାରିକ କାର୍ଯ୍ୟକ୍ରମକୁ ଉଦଘାଟନ କରି ଆମ ରାଜ୍ୟ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇବାର ୧୦୦ବର୍ଷ ପୂର୍ତ୍ତି ଉପଲକ୍ଷେ ଆମେ କିପରି ସ୍ବପ୍ନ ଦେଖୁଛେ ଏବଂ ୨୦୪୭ବେଳକୁ ବିକଶିତ ଭାରତର ସ୍ୱରୂପ କିପରି ଦେଖୁଛେ ସେ ସମ୍ପର୍କରେ ପ୍ରବନ୍ଧ ଓ ଚିତ୍ରାଙ୍କନ ମାଧ୍ୟ୍ୟମରେ ନିଜ ନିଜର ଦୃଷ୍ଟି ଉପସ୍ଥାପନ କରିବାକୁ ବକ୍ତବ୍ୟ ରଖିଥିଲେ ।
ସମ୍ମାନୀତ ଅତିଥି ଭାବରେ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ମାନଭଞ୍ଜନ ତ୍ରିପାଠୀ, ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସଂଜିପ କୁମର ପ୍ରଧାନ, ଜିଲ୍ଲା ଶିକ୍ଷା ସଂଯୋଜକ ଶିବଶଙ୍କର ଶତପଥୀ ମଞ୍ଚାସୀନ ଥିଲାବେଳେ ବୌଦ୍ଧ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କମଳକାନ୍ତ ଦଳବେହେରା ସ୍ୱାଗତ ଭାଷଣ ରଖିଥିଲେ ।
ମନମୁଣ୍ଡା ହାଇସ୍କୁଲର ସହକାରୀ ଶିକ୍ଷକ ସମ୍ବିତ କୁମାର ମିଶ୍ର ଅତିଥି ପରିଚୟ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ।
ବିଚାରକ ଭାବରେ ରଂଜିତ କୁମାର ନାୟକ ଉନ୍ନୀତ ଉଚ୍ଚ ବିଦ୍ୟାଳୟ କରଞ୍ଜକଟା, ସମ୍ବିତ କୁମାର ମିଶ୍ର ମନମୁଣ୍ଡା ହାଇସ୍କୁଲ, ରାଜକୁମାର ପ୍ରଧାନ ଚଣ୍ଡିଗଡ ଉଚ୍ଚପ୍ରାଥମିକ ବିଦ୍ୟାଳୟ, ନିରଞ୍ଜନ ମେହେର ସି ଆର ସି ସି ଓଲଣ୍ଡା, ରାଜେଶ କୁମାର ବଗର୍ତ୍ତୀ ଖୁଣ୍ଟବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଅବସରପ୍ରାପ୍ତ ସି ଆର ସି ସି ସୁବାସ ଚନ୍ଦ୍ର ବିଶି ସହଯୋଗ କରିଥିଲେ ।
ଜିଲ୍ଲାର ନବମ,ଦଶମ, ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ୩୦ଜଣ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓ ସହଯୋଗୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ପ୍ରକାଶ ଥାଉକି ଆସନ୍ତା ୧୨ ରୁ ୧୮ତାରିଖ ମଧ୍ୟରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିକାଶ ମେଳାରେ କୃତି ଛାତ୍ର ଛାତ୍ରୀ ମାନେ ଅତିଥିଙ୍କ ଦ୍ୱାରା ପୁରସ୍କୃତ ହେବାର ବ୍ୟବସ୍ଥା ରହିଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031