Indus Valley Times

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

 Breaking News

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି ପାଳିତ
April 15
09:33 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୫/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣାସଂକ୍ରାନ୍ତି ମହାସମାରୋହରେ ପାଳିତ ହୋଇଯାଇଛି । ସଦର ମହକୁମା ପାଟଖଣ୍ଡା ମନ୍ଦିର ପରିସରରେ ଥିବା, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ବହି ବଣ୍ଟନ କରାଯାଇଥିଲା।
ବିଭିନ୍ନ ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ଅର୍ଣ୍ଣ ବଣ୍ଟନ କରିଥିଲେ । ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ଓ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି।
ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ଏହି ଅବସରରେ ସମସ୍ତ ଦାଣ୍ଡ ଅଗଣାରେ ଓଡ଼ିଆ ନବବର୍ଷ କୁ ସ୍ୱାଗତ କରିଥିଲେ। ଶ୍ରୀଜଗନ୍ନାଥ ମନ୍ଦିରରେ ନୂତନ ପଞ୍ଜିକା କୁ ପୂଜାକରି ପଠନ କରିଥିଲେ। ସେହି ପାଞ୍ଜି ଆଜିଠାରୁ ଶୁଭାରମ୍ଭ କରାଯାଇଛି।
ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପଣା ଭୋଗ କରି ବଣ୍ଟନ କରି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରି ଛନ୍ତି ।
ସେହିପରି ଶ୍ରୀ ଶ୍ରୀ ଶ୍ରୀ ହରି ଓ ମା ‘ତାରିଣୀ ପୀଠ କମିଟି ତରଫରୁ ମନ୍ଦିର ପରିସରରେ ନାଟକ “ଲକ୍ଷ୍ମୀ ଅଲକ୍ଷ୍ମୀ କଳି” ବା “ଧର୍ମର ହେବ ଜୟ “ମଞ୍ଚସ୍ଥ ହୋଇଥିଲା ।
ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର
ବାଲିଗୁଡ଼ା, ତା, ୧୫/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବନବାସୀ ସେବା ସମିତି ର ସଭା ଗୃହ ପରିସରରେ ଶାଳବଣ ସାହିତ୍ୟ ସଂସଦର ମହାବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ମହୋତ୍ସବରେ ସଭାପତି ଡ଼ ମଧୁସୂଦନ ମହାପାତ୍ର ସ୍ଵାଗତ ସମ୍ଭାଷଣ ଜଣାଇଥିଲେ।
ଏଥିରେ ବନବାସୀ ସେବା ସମିତି ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ଉଦଘାଟକ ରୂପେ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଆଇନଜୀବୀ ତଥା ନୋଟାରୀ ପବ୍ଲିକ କୌଶିକ ସାହୁ ଯୋଗ ଦେଇ ଦୀପ ଧୂପ ପ୍ରଜ୍ଜଳନ ପୂର୍ବକ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଶାଳବଣ ସାହିତ୍ୟ ସଂସଦର ସୁଦୀର୍ଘ ଇତିହାସ ବଖାଣି ଥିଲେ ।
ମୁଖ୍ୟବକ୍ତା ଭାବେ ପ୍ରବଚକ ପଣ୍ଡିତ ଡ଼.ଚନ୍ଦ୍ରଶେଖର ଦାଶ ଯୋଗଦେଇ ଭଞ୍ଜ ସାହିତ୍ୟ ଓ ଶ୍ରୀଜଗନ୍ନାଥ ଚରିତାମୃତ ସଙ୍ଗୀତ ଗାନ କରି ଆଲୋଚନା କରିଥିଲେ।
ସମ୍ପାଦକ ରବୀନ୍ଦ୍ର ନାଥ ରଥ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିଲେ। ସହ ସମ୍ପାଦକ କୈଳାସ ଚନ୍ଦ୍ର ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ
କୁରେଇ ମୁଖପତ୍ର ଉନ୍ମୋଚିତ ପର୍ବରେ ମୁଖ୍ୟ ସମ୍ପାଦକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ବନବାସୀ ସେବା ସମିତିର ଛାତ୍ରୀମାନେ କୈବର୍ତ୍ତ ନାୟକଙ୍କ ନିର୍ଦ୍ଦଶନାରେ ସ୍ଵାଗତ ସଙ୍ଗୀତ ଗାନ କରିଥିଲେ। ।
ସୁଶାନ୍ତ କୁମାର ମିଶ୍ରଙ୍କୁ ସୀମାଞ୍ଚଳ ମହାରଣା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ବଳରାମ ଗୌଡ଼ଙ୍କୁ ଶାଳବଣ ସାହିତ୍ୟ ସମ୍ମାନ ଓ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼.ଚନ୍ଦ୍ରଶେଖର ଦାଶଙ୍କୁ କୁରେଇ-୨୦୨୫ରେ ସମ୍ମାନିତ କରାଯାଇଥିଲା।
ସସ୍ମିତା ପଣ୍ଡା ଓ ଦୀପ୍ତିମୟୀ ରଥ ମାନପତ୍ର ପାଠ ସହ କବିତା ସଂଯୋଜନା କରିଥିଲେ। ବିଷୁବ ପଣା ପାନ ସହ କୁମୁଦିନୀ ମହାରଣା, ପ୍ରତାପ ବେହେରା, ରଞ୍ଜିତ ପ୍ରଧାନ, ବିଶ୍ଵେଶ୍ଵର ଆଚାର୍ଯ୍ୟ, ସ୍ୱାଗତିକା ସାହୁ, ଶରତ ଚନ୍ଦ୍ର ମିଶ୍ର, ରଞ୍ଜିତ ପଣ୍ଡା, ବିଶ୍ଵଜିତ ଜେନା ସସ୍ମିତା ସାମନ୍ତ, ପତିତ ପାବନ ରାଉତ, ପ୍ରତ୍ୟୁଷ ରଞ୍ଜନ ଶତପଥୀ, ପ୍ରହ୍ଲାଦପ୍ରସାଦ ଲେଙ୍କା, ଜୟହର ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରି ସ୍ବରଚିତ କବିତା ପଠନ କରିଥିଲେ। ପତିତପାବନ ରାଉତଙ୍କ ନାଟକ \”ଶୁଣ ସରକାର\” ଓ କୈଳାସ ଚନ୍ଦ୍ର ବେହେରାଙ୍କ \”ଗୁରୁଦକ୍ଷିଣା\” ପୁସ୍ତକକୁ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ।ଶେଷରେ ସଭାପତି ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031