Indus Valley Times

ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ

 Breaking News

ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ

ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ଅନୁଷ୍ଠିତ
April 07
09:37 2022

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୭/୪ : ବୌଦ୍ଧ ଟାଉନ ହଲ ଠାରେ ନିଯୁକ୍ତି ମେଳା ୨୦୨୧-୨୨ ଆୟୋଜିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଆନୁଷ୍ଠାନିକ ଭାବରେ ଏହି ମେଳାକୁ ଉଦଘାଟନ କରିଥିଲେ । ମୁଖ୍ୟଅତିଥି ଶ୍ରୀମିଶ୍ର ନିଯୁକ୍ତି ମେଳା କାର୍ଯ୍ୟକ୍ରମରେ ବେକାର ଯୁବତୀ ଯୁବକ ମାନଙ୍କୁ ସାମିଲ ହେବାକୁ ଆହ୍ୱାନ ଜଣାଇବା ସହ କୌଣସି କାମ ଛୋଟ ନୁହେଁ ତେଣୁ ଆଗ୍ରହ ସହକାରେ କାମ କଲେ ନିଶ୍ଚିତ ଭାବରେ ସଫଳତା ପାଇବା ସହିତ ଉନ୍ନତି ପଥରେ ଆଗେଇପାରିବେ ବୋଲି ପ୍ରକାଶ କରିଥିଲେ ।
ମେଳାରେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବବିତରାଣୀ ଦଳବେହେରା ଯୋଗଦେଇ ନିଯୁକ୍ତି ମେଳାରେ ବହୁ ସଂଖ୍ୟାରେ ଯୁବତୀମାନେ ଉପସ୍ଥିତି ଥିବାରୁ ସେମାନଙ୍କୁ ଏହି ନିଯୁକ୍ତି ପ୍ରକିୟାରେ ସାମିଲ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଜଣାଇଥିଲେ ।
ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଶିଳ୍ପ ତାଲିମ କେନ୍ଦ୍ରର ଅଧ୍ୟକ୍ଷ ଅବିନାଶ ମିଶ୍ର ଯୋଗଦେଇ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ପ୍ରକିୟାରେ ସାମିଲ ହେବାକୁ ଉତ୍ସାହିତ କରିଥିଲେ । ଉପଜିଲ୍ଲାପାଳ ସନତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସୁଚନା ଲୋକ ସଂପର୍କ ଅଧିକାରୀ ରୀତାକାନ୍ତି ବଳିୟାରସିଂହ ଧନ୍ୟବାଦ ଅର୍ପଣ କରିଥିଲେ ।
ସଭା ଆରମ୍ଭରେ ଜିଲ୍ଲା କର୍ମ ନିୟୋଜନ ଅଧିକାରୀ ସୁଶାନ୍ତ କୁମାର ନାୟକ ପୁର୍ବ ନିଯୁକ୍ତି ମେଳାର ବିବରଣୀ ଓ ଚଳିତ ବର୍ଷ ମେଳାକୁ ଆସିଥିବା ବିଭିନ୍ନ ନିଯୁକ୍ତିଦାତାଙ୍କ ସଂପର୍କରେ ସମ୍ୟକ ଧାରଣା ପ୍ରଦାନ କରିବାସହ ମେଳା ଆୟୋଜନର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ ।
ଏହି ଅବସରରେ ଅଧ୍ୟାପକ ପଞ୍ଚାୟତ ମହାବିଦ୍ୟାଳୟ ତଥା ଯୁବ ରେଡକ୍ରସର ସଂପାଦକ ପ୍ରବୀର ଦାସ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନସହ ସଭା ପରିଚାଳନା କରିଥିଲେ । ପରେ ଅତିଥିମାନେ ସମସ୍ତ ଷ୍ଟଲକୁ ଯାଇ କମ୍ପାନୀ କର୍ତ୍ତୃପକ୍ଷ , ତାଲିମ ପ୍ରଦାନକାରୀ ସଂସ୍ଥାମାନଙ୍କ ସହ ଆଲୋଚନା କରିଥିଲେ ।
ଏହି ମେଳାରେ ୪୪୪ ଜଣ ଯୁବକ ଯୁବତୀ ନାମ ପଂଜିକୃତ କରିଥିଲେ । ଏଥି ସହିତ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ, ପଲିଟେକନିକ, ଆଇଟିଆଇ ଏବଂ ଅନ୍ୟାନ୍ୟ ମହାବିଦ୍ୟାଳୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଯୋଗଦେଇ ମେଳାକୁ ସଫଳ କରିଥିଲେ ।
ଏହି ମେଳାରେ ୧୬ ଗୋଟି ନିଯୁକ୍ତିଦାତା କମ୍ପାନୀ ଓ ୧୧ ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ସହ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର, ସରକାରୀ ପଲିଟେକନିକ , ଜିଏମ ଡିଆଇସି ଏବଂ ଗ୍ରାମ୍ୟ ଆତ୍ମନିଯୁକ୍ତି ତାଲିମ ସଂସ୍ଥା( ଏସବିଆଇ ଆରସେଟି) ଏହି ଭଳି ସର୍ବମୋଟ ୧୫ ଗୋଟି ତାଲିମ ପ୍ରଦାନକାରୀ ସଂସ୍ଥା ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
ଅଚଳ ହୋଇ ପଡିଛି ପାନୀୟ ଜଳ ପ୍ରକଳ୍ପ :ସରସରା ପଂଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା
ବୌଦ୍ଧ,୭/୪: ବୌଦ୍ଧଜିଲ୍ଲା ସଦର ମହକୁମାକୁ ଲାଗିରହିଥିବା ହରଭଙ୍ଗା ବ୍ଲକର ସରସରା ପଂଚାୟତର ସାନବଙ୍କାପଡା, ବଘାରପାଲି ଓ ବଡବଙ୍କାପଡା ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖାଦେଇଛି । ପାନିୟ ଜଳ ସମସ୍ୟା ଯୋଗୁଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଗ୍ରାମମାନଙ୍କୁ ଜଳ ଯୋଗାଣ ପାଇଁ ୪୦ ହଜାର ବିଶିଷ୍ଟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ପ୍ରକଳ୍ପଟି ଅଚଳ ହୋଇପଡିଥିବାରୁ ଜଳ ଯୋଗାଣ ହୋଇପାରୁନାହିଁ ।
ଜିଲ୍ଲାରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ପାଣି ଟିକିଏ ପାଇଁ ଜନସାଧାରଣ ଡହକ ବିକଳ ହେଉଛନ୍ତି । ଗ୍ରୀଷ୍ମ ଆରମ୍ଭରୁ ପ୍ରଶାସନ ପକ୍ଷରୁ ଜିଲ୍ଲାରେ ଜଳ ସଂଙ୍କଟ ନେଇ ଆଲୋଚନା ହୋଇଥିଲା ଓ ଜଳ ସଂଙ୍କଟର ସମାଧାନ ପାଇଁ ବିହିତ ପଦକ୍ଷେପ ନିଆଯିବାକୁ ବୈଠକରେ ନିଷ୍ପତି ହୋଇଥିôଲା । ହେଲେ ବୈଠକ ଯାହା ନିଷ୍ପତି ହୋଇଥିଲା ତାହା କାର୍ଯ୍ୟକାରୀ ହେଉନଥିବାର ଅଭିଯୋଗ ହେଉଛନ୍ତି ।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ପ୍ରାୟ ଦେଢ କିଲୋମିଟର ଦୂରରେ ଥିବା ଏହି ଗ୍ରାମ ଗୁଡିକରେ ଯଦି ଜଳ ସଂଙ୍କଟର ସମାଧାନ କରିବାରେ ପ୍ରଶାସନ ଯଦି ବିଫଳ ହେଉଛି । ତାହାହେଲେ ଉପାନ୍ତ ଅଂଚଳର ଅବସ୍ଥା କିପରି ଥିବ ତାହା ସହଜରେ ଅନୁମାନ କରିହେଉଛି ।
ଏହି ତିନି ଗ୍ରାମରେ ପ୍ରାୟ ଅଠର ଶହରୁ ଉର୍ଦ୍ଧ୍ୱ ଲୋକବସବାସ କରୁଥିବା ବେଳେ ସେଥିମଧ୍ୟରୁ ସାନବଙ୍କାପଡା ଗ୍ରାମରେ ଏକ ହାଜରରୁ ଉର୍ଦ୍ଧ୍ୱ ଲୋକ ବସବାସ କରୁଥିବା ବେଳେ ବଡବଙ୍କାପଡା ଗ୍ରାମରେ ପାଂଚଶହରୁ ଉର୍ଦ୍ଧ୍ୱ ଲୋକବସବାସ କରୁଛନ୍ତି । ସେହିପରି ବଘାରପାଲି ଗ୍ରାମରେ ତିନିଶହରୁ ଉର୍ଦ୍ଧ୍ୱ ଲୋକ ବାସ କରୁଛନ୍ତି । ଏହି ଗ୍ରାମବାସୀମାନେ ପାଣି ପାଇଁ ପ୍ରାୟ ଏକ କିଲୋମିଟର ଦୂର ମହାନଦୀକୁ ଯିବାକୁ ପଡୁଛି ତ ଆଉ କିଏ କାହା ବାଡିରେ କୂଅକୁ ଯାଇ ଲୋକମାନେ ପାଣି ଆଣି ବ୍ୟବହାର କରୁଛନ୍ତି ।
ସେହିପରି ଗ୍ରାମରେ ଥିବା ନଳକୂପ ମଧ୍ୟରୁ ଏନେକ ଅଚଳ ହୋଇ ପଡିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେପଟେ ଏହି ଗ୍ରାମମାନଙ୍କୁ ଜଳ ଯୋଗାଇ ଦେବା ପାଇଁ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପଟି ଦୀର୍ଘ ଦିନ ହେବ ବନ୍ଦ ହୋଇ ପଡିଛି । ପ୍ରଶାସନ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଜଳ ଯୋଗାଣ ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବା ସହିତ ଅଚଳ ହୋଇ ପଡି ରହିଥିବା ନଳକୂପ ଗୁଡିକୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ଯଦି ପ୍ରଶାସନ ଏହି ଅଂଚଳବାସୀଙ୍କୁ ତୁରନ୍ତ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ନ କରନ୍ତି ତାହାହେଲେ ଆଗାମୀ ଦିନରେ ଅଂଚଳ ବାସୀ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ଅଂଚଳବାସୀ ଚେତାବନୀ ଦେଉଛନ୍ତି ।
ଆଜି ବୌଦ୍ଧଗଡ ଏନଏସି ଉପାଧ୍ୟକ୍ଷ ନିର୍ବାଚନ : ଦାମିନୀ ଅଗ୍ରୱାଲା ହୋଇ ପାରନ୍ତି ଉପାଧ୍ୟକ୍ଷ !
ବୌଦ୍ଧ,୭/୪: ବୌଦ୍ଧଗଡ ଏନଏସି ନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ କରି ଅଧ୍ୟକ୍ଷ ଆସନ ହାତେଇ ଥିବା ବେଳେ ଗୁରୁବାର ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ । ଉପାଧ୍ୟକ୍ଷ ପଦ ପାଇଁ ବିଭିନ୍ନ ନାମ ଚର୍ଚ୍ଚାକୁ ଆସୁଥିବା ବେଳେ ୪ ନମ୍ବର ୱାର୍ଡର ନିର୍ବାଚିତ କାଉନସିଲର ପ୍ରାର୍ଥୀନୀ ଦାମିନୀ ଅଗ୍ରୱାଲା ହୋଇ ପାରନ୍ତି ଉପାଧ୍ୟକ୍ଷ ।
ସେହିପରି ଉପାଧ୍ୟକ୍ଷ ପଦ ପାଇଁ ଆଶାୟୀଙ୍କ ମଧ୍ୟରେ ନଅ ନମ୍ବର ୱାର୍ଡର କାଉନସିଲର ସ୍ୱର୍ଣ୍ଣଲତା ଦଳେଇ, ପାଂଚ ନମ୍ବର କାଉନସିଲର ମାନିନୀ ଅମାତଙ୍କ ନାମ ମଧ୍ୟ ଚର୍ଚ୍ଚା ହେଉଛି । ବୌଦ୍ଧଗଡ ବିଜ୍ଞାପିତ ଅଂଚଲ ପରିଷଦ ୧୭ଟି ୱାର୍ଡକୁ ନେଇ ଗଠନ କରାଯାଇଥିବା ବେଳେ ଚଳିତ ଏନଏସି ନିର୍ବାଚନରେ ବିଜୁ ଜନତା ଦଳ ୧୫ଟି ୱାର୍ଡରେ ବିଜୟ ଲାଭ କରିଥିଲା । ଏବଂ ୨ଟି ୱାର୍ଡରେ ଭାରତୀୟ ଜନତା ପାର୍ଟି ବିଜୟୀ ହୋଇଥିଲା ।
ବୌଦ୍ଧରେ ଶ୍ରୀରାମଲୀଳା ଯାତ୍ରା ମହା ଆଡମ୍ବରରେ ଆୟୋଜନ ପାଇଁ ପ୍ରସ୍ତୁତି : ପଲୀ୍ଳଶ୍ରୀ ଓ ପୁସ୍ତକ ମେଳା ସହ ଆୟୋଜିତ ହେବ ଆକର୍ଷଣୀୟ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ
ବୌଦ୍ଧ,୭/୪ : କରୋନା କଟକଣା ହଟିବା ପରେ ଦୁଇବର୍ଷ ହେଲା ବନ୍ଦ ରହିଥିବା ବୌଦ୍ଧର ଐତିହାସିକ ରାମଲୀଳା ଯାତ୍ରା ଚଳିତବର୍ଷ ମହାଆଡମ୍ବରରେ କରାଯିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଅପ୍ରେଲ ୧୦ ତାରିଖ ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୧୮ ଦିନ ଧରି ହେବାକୁଥିବା ବୌଦ୍ଧର ଏହି ଗଣପର୍ବକୁ ସଫଳ କରିବା ପାଇଁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଆହ୍ୱାନ ଜଣାଇବା ସହିତ ଏନେଇ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଶ୍ରୀମିଶ୍ରଙ୍କ ଅଧକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।
ପାରମ୍ପରିକ ନୃତ୍ୟ ସଙ୍ଗିତ ସହିତ ରାମଳୀଲା ଯାତ୍ରାକୁ ନୂଆରୂପ ଦେବାକୁ ଦେବାକୁ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ଯାତ୍ରାରେ ଅଧିକ ସଂଖ୍ୟାରେ ଲୋକଙ୍କୁ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ପବିତ୍ର ରାମନବମୀଠାରୁ ଏହି ଯାତ୍ରା ବୌଦ୍ଧର ଐତିହାସିକ ରାମଲୀଳା ପଡିଆରେ ଆରମ୍ଭ ହେବାକୁ ଯାଉଅଛି ।
ଯାତ୍ରାର ବିଭିନ୍ନ କଥାବସ୍ତୁକୁ ବିଭିନ୍ନ ସାହିରେ ଆୟୋଜନ କରାଯିବା ସହିତ ପଥପ୍ରାନ୍ତ ନାଟକ,ଶୋଭାଯାତ୍ରା,ସୁଦୃଶ୍ୟ ତୋରଣ ଓ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଜରିଆରେ ଦର୍ଶକମାନଙ୍କୁ ଭରପୁର ମନୋରଂଜନ ଦେବାକୁ ଯୋଜନା କରାଯାଇଛି ।
ବିଭିନ୍ନ ସାହିବାସିନ୍ଦା,ଓ ମାର୍କେଟ କମିଟି,ସ୍ୱେଛାସେବୀ ଯୁବକସଂଘମାନଙ୍କୁ ଯାତ୍ରା ସହିିତ ସାମିଲ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଛି । ଯାତ୍ରାର ଶେଷ ୫ ଦିନ ୨୩.୪.୨୨ ଠାରୁ ୨୭.୪.୨୨ ପର୍ଯ୍ୟନ୍ତ ବୌଦ୍ଧ କଚେରୀ ପଡିଆଠାରେ ପଲ୍ଳିଶ୍ରୀ ମେଳା ସହିତ ପୁସ୍ତକ ମେଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପଲ୍ଳିଶ୍ରୀ ମେଳା ପାଇଁ ୧୦୦ ଗୋଟି ଷ୍ଟଲ ଓ ପୁସ୍ତକ ମେଳା ପାଇଁ ୩୦ରୁ ଅଧିକ ଷ୍ଟଲ ଏହି ପରି ସର୍ବମୋଟ ୧୩୦ରୁ ଅଧିକ ଷ୍ଟଲ କରାଯିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି ।
ଯାତ୍ରାରେ ଜନଗହଳିକୁ ଦୃଷ୍ଟିରେ ରଖି ଜିଲ୍ଲା ଷ୍ଟାଡିୟମଠାରେ ରାମ ରାବଣ ସମର ଆୟୋଜନ ସହ ଆକର୍ଷଣୀୟ ଆତସବାଜୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ୱିନୀ କୁମାର ମେହେର,ଓରମାସ ଅଧିକାରୀ ଫ୍ରାନସିସ ବାର୍ଲା ଓ ଜିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ପଲ୍ଲୀଶ୍ରୀ ଓ ପୁସ୍ତକ ମେଳା ଆୟୋଜନ କରାଯିବାକୁ ଦାୟିତ୍ୱ ପ୍ରଦାନ କରାଯାଇଛି ।
ଏହି ବୈଠଳରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଜଂୟ ମିଶ୍ର,ଅତିରିକ୍ତ ଜିଲ୍ଲାପାଳ ବବିତାରାଣୀ ଦଳବେହେରା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ,ଏପିଡି ଫାଇନାନସ ଅମିତ କୁମାର ପାଣି ଓ ଏପିଡି ଟ୍ରେନିଙ୍ଗ ଅମ୍ରିତା ପ୍ରିୟଦର୍ଶିନୀ ପଣ୍ଡାଙ୍କ ସମେତ ରାମଲୀଳା ନାଟ୍ୟ ସଂସଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031